ହେଡଲାଇନସ୍:

ବାସୁଦେବପୁର ବ୍ଲକର ବିଜେପି ନେତୃମଣ୍ଡଳୀ ବିଜେଡିରେ ମିଶିଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

15-03-18-basudebpur-joinning-4.jpg - 735.31 kBଭୁବନେଶ୍ୱର = ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଢ଼ୁଆଁ, ଜଗନ୍ନାଥପୁର ପଞ୍ଚାୟତର ବିଜେପି ସମର୍ଥିତ  ସରପଞ୍ଚଙ୍କ ସମେତ ୭୦ରୁ ଉର୍ଧ୍ଵ  ବିଜେପି କର୍ମୀ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ନେତୃତ୍ୱରେ  ବିଜୁ ଜନତା ଦଳରେ ଆନୁଷ୍ଠାନିକ  ଭାବେ ସାମିଲ ହୋଇଛନ୍ତି ।

ରାଜ୍ୟ ସଭାପତିନବୀନ ପଟ୍ଟନାୟକ ଦଳରେ ସାମିଲ ହୋଇଥିôବା ସମସ୍ତ ବିଜେପି କର୍ମୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛି । ଆଜିର ଏହି ଯୋଗଦାନ ଫଳରେ ବାସୁଦେବପୁର ବ୍ଲକ ତଥା ନିର୍ବାଚନ ମଣ୍ଡଳୀରେ ଦଳ ଆହୁରି ଶକ୍ତିଶାଳୀ ହେବ ଓ ଦଳକୁ ସୁଦୃଢ଼ କରିବା ଦିଗରେ ବିଜୁ ଜନତା ଦଳରେ ନୂତନ ନେତୃମଣ୍ଡଳୀ-କର୍ମୀଙ୍କ ଯୋଗଦାନ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । 

ବିଜେଡିରେ ଯୋଗଦେଇଥିବା ନେତୃମଣ୍ଡଳୀଙ୍କ ମଧ୍ୟରେ ଜିଲ୍ଲା କୃଷକ ମୋର୍ଚ୍ଚା ଉପ-ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ପ୍ରଭାତ ବିଶ୍ୱାଳ, ଜନ୍ନାଥପୁର ସରପଞ୍ଚ ଯଦୁନାଥ ନାୟକ, ପଢ଼ୁଆଁ ସରପଞ୍ଚ ଦୀନବନ୍ଧୁ ଦାସ, ପୂର୍ବତନ ସରପଞ୍ଚ ପ୍ରଭାକର ଦାଶ, କୁମରପୁରର ପୂର୍ବତନ ସରପଞ୍ଚ ସନାତନ ତରେଇ, ଶ୍ରୀକାନ୍ତ ଚନ୍ଦ୍ର ସାହୁ, ଶ୍ରୀକାନ୍ତ ସାହୁ, ସୁବାଶ ପାଣି, ତ୍ରିଲୋଚନ ଦେ ପ୍ରମୁଖ ଅନ୍ତର୍ଗତ । ଏହି ଯୋଗଦାନ ଅବସରରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ସ୍ୱାଇଁ, ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

0
0
0
s2sdefault