ଉତ୍ତରପ୍ରଦେଶ ଉପ-ନିର୍ବାଚନରେ ମାଟି ଚାଟିଲା ବିଜେପି: ବିଜୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

05-03-18-bijay.jpg - 35.99 kB
ଭୁବନେଶ୍ୱର,: ମୋଦି ବିଜେପିର ପୋଷ୍ଟର ବୟ ଯୋଗୀ ଆଦିତ୍ୟନାଥଙ୍କ ନିଜ ସଂସଦୀୟ କ୍ଷେତ୍ର ଗୋରଖପୁରରେ ବିଜେପି ଆଜି ମାଟି ଚାଟିଛି । ଉତ୍ତରପ୍ରଦେଶରେ ଗୋରଖପୁର ଓ ଫୁଲପୁର ସଂସଦୀୟ କ୍ଷେତ୍ର ପାଇଁ ହୋଇଥିବା ଉପ-ନିର୍ବାଚନରେ ବିଜେପି ବହୁ ଭୋଟ୍‍ ବ୍ୟବଧାନରେ ପରାଜୟବରଣ କରିଛି । କେବଳ ଉତ୍ତରପ୍ରଦେଶ-ବିହାର ନୁହେଁ, ସମଗ୍ର ଭାରତ ବର୍ଷରେ ବିଜେପି ଓ ମୋଦି ବିରୋଧୀ ହାୱା ବହିବାରେ ଲାଗିଛି । ବର୍ଷକରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କେତେ ଦ୍ରୁତ ଗତିରେ ହ୍ରାସ ପାଇଛି, ତା’ର ଜ୍ୱଳନ୍ତ ପ୍ରମାଣ ହେଉଛି ଉତ୍ତରପ୍ରଦେଶର ଲୋକସଭା ଉପ-ନିର୍ବାଚନ ଫଳାଫଳ । ବିଶେଷତଃ ମୁଖ୍ୟମନ୍ତ୍ରୀଙ୍କ ଆସନ ଏବେ ବିରୋଧୀ ଦଳଙ୍କ କବ୍‍ଜାରେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିଜେପି ପ୍ରତି ଭୋଟରଙ୍କ ମୋହଭଙ୍ଗ ହେବାରେ ଲାଗିଛି । ଏପରିକି ଯୋଗୀ ଆଦିତ୍ୟନାଥ ନିଜେ ଉପ-ନିର୍ବାଚନ ଲଢ଼ିଲେ ହାରିବା ଭୟରେ ବିଧାନସଭା ପରିଷଦର ସଦସ୍ୟତା ଗ୍ରହଣ କରିବା ବିଜେପି ପ୍ରତି ଲୋକଙ୍କ ବିମୁଖ ମନୋଭାବର ସ୍ପଷ୍ଟ ସୂଚନା ଦେଇଥାଏ । ଉତ୍ତରପ୍ରଦେଶରେ ଯେଉଁ ସ୍ଥାନରୁ ୨୦୧୪ରେ ବିଜେପି ବହୁ ଭୋଟ୍‍ରେ ବିଜୟୀ ହୋଇଥିଲା, ସେହି ସ୍ଥାନରେ ଶୋଚନୀୟ ପରାଜୟବରଣ କରିବା ବିଜେପିର ସାମ୍ପ୍ରତିକ ସ୍ଥିତିର ପରିଚାୟକ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।
ମୋଦି ଶାସନରେ ଭାରତ ସବୁ କ୍ଷେତ୍ରରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଭାରତୀୟତାର ଶକ୍ତି ଓ ସାମର୍ଥ୍ୟକୁ ବିଜେପି ଦୁର୍ବଳ କରିଚାଲିଛି । ‘ଅଚ୍ଛେଦିନ୍‍’ର ସ୍ୱପ୍ନ ଦେଖାଇ ‘ବୁରେ ଦିନ୍‍’ରେ ପହଞ୍ଚାଇଛି । ଏଭଳି ଦଳକୁ ଜନସାଧାରଣ କଦାପି କ୍ଷମା ଦେବେ ନାହିଁ, ସବୁଠି ପ୍ରତ୍ୟାଖ୍ୟାନ କରିବେ । ବିଜେପୁର ଠାରୁ ଗୋରଖପୁର ପର୍ଯ୍ୟନ୍ତ ବିଜେପି ଆଜି ଅଲୋଡ଼ା । ଏହି ଦଳକୁ ଆଗାମୀ ନିର୍ବାଚନରେ ଲୋକମାନେ ଉଚିତ୍‍ ଶିକ୍ଷା ଦେବେ ଓ ବିଜେପିର ଅହଂକାର ଏବଂ ଔଦ୍ଧତ୍ୟ ଭୁଲୁଣ୍ଠିତ ହେବ ବୋଲି ଶ୍ରୀ ନାୟକ କହିଛନ୍ତି ।

0
0
0
s2sdefault