ହେଡଲାଇନସ୍:

ଦଳୀୟ ସ୍ୱାର୍ଥ ପାଇଁ  ଲୋକ ପ୍ରତିନିଧିମୂଳକ ପଂଚାୟତିରାଜ ବ୍ୟବସ୍ଥାକୁ ଧ୍ୱସ୍ତ କରିଛନ୍ତି ରାଜ୍ୟ ସରକାର : କେ.ଭି. ସିଂହଦେଓ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

05-03-2018-KVSinghDeo.jpg - 947.02 kBଭୁବନେଶ୍ୱର/ chakradhar majhi  : ଗ୍ରାମାଂଚଳ ସ୍ଥାନୀୟ ଲୋକ ପ୍ରତିନିଧି ବ୍ୟବସ୍ଥା ନବୀନ ସରକାରଙ୍କର ଚକ୍ରାନ୍ତରେ ସଂପୂର୍ଣ କ୍ଷମତାଶୂନ୍ୟ ହୋଇ ଯାଇଛି । ଦେଶର ନିୟମ ସ୍ଥାନୀୟ ଅଂଚଳ ବିକାଶ ପାଇଁ ସ୍ଥାନୀୟ ଲୋକ ପ୍ରତିନିଧିମୂଳକ ପଂଚାୟତିରାଜ ବ୍ୟବସ୍ଥାକୁ ଯଥେଷ୍ଟ କ୍ଷମତା ପ୍ରଦାନ କରା ଯାଇଥିବା ବେଳେ ରାଜ୍ୟର ସରକାରୀ ବ୍ୟବସ୍ଥା ନିର୍ବାଚିତ ପ୍ରତିନିଧି ନୁହେଁ ସରକାରୀ ବ୍ୟବସ୍ଥା କେନ୍ଦ୍ରିକ କରି ସଂପୂର୍ଣ ଓଡିଶାରେ ପଂଚାୟତିରାଜ ବ୍ୟବସ୍ଥାର ସାଧାରଣ ଲୋକଙ୍କୁ ମିଳିବାକୁ ଥିବା ପ୍ରତ୍ୟକ୍ଷ ଲାଭର ଆଶାକୁ ସଂପୂର୍ଣ ରୁପେ ଧୁଳିସାତ କରି ଦେଇଛି ବୋଲି ପଂଚାୟତିରାଜ ଦିବସ ଅବସରରେ ବିଜେପି ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । 

ସ୍ଥାନୀୟ ଲୋକ ଓ ଲୋକ ପ୍ରତିନିଧିଙ୍କ ପ୍ରତ୍ୟକ୍ଷ ଯୋଜନା ଓ କ୍ରିୟାନ୍ୱୟନରେ ଜନ ସମସ୍ୟାର ସମାଧାନ ପାଇଁ  ମୋଦି ସରକାର ସିଧା ସିଧା ପ୍ରଚୁର ଅର୍ଥ  ପଂଚାୟତିରାଜ ସଂସ୍ଥାକୁ ପଠାଉଥିବା ବେଳେ ରାଜ୍ୟ ସରକାର ଜାଣି ଶୁଣି ନିଜ ନିୟନ୍ତ୍ରଣରେ ରଖି ଜିଲ୍ଲା ପରିଷଦ, ପଂଚାୟତ ସମିତି ଓ ଗ୍ରାମ ପଂଚାୟତକୁ ସଂପୂର୍ଣ ରୂପେ ଅପ୍ରାସଙ୍ଗିକ କରିବାକୁ ଚେଷ୍ଟାକୁ କଟୁ ସମାଲୋଚନା କରିଛନ୍ତି ଶ୍ରୀ ସିଂହଦେଓ । ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କର ବିକାଶ କାମକୁ ଲୋକଙ୍କ ହାତକୁ ନ ଦେଇ ନିଜ ହାତରେ ରଖି ଉଚିତ କାମ ଓ ଯୋଗ୍ୟ ହିତାଧିକାରୀ ଚୟନକୁ ଦଳୀୟ ଆଧାରରେ ସୀମିତ କରିବା ପାଇଁ ନବୀନ ସରକାର ଅପଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି । 

ଆଦିବାସୀ ଅଧ୍ୟୁଷିତ ଅଂଚଳରେ କ୍ଷମତା ହସ୍ତାନ୍ତର ପାଇଁ ପେସା ଆଇନ ଥିବା ବେଳେ ପଂଚାୟତ ଲୋକ ପ୍ରତିନିଧି ବ୍ୟବସ୍ଥାକୁ ସଂପୂର୍ଣ ରୁପେ ପ୍ରତ୍ୟାଖ୍ୟାନ କରି ରାଜ୍ୟ ସରକାର କେବଳ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟୟବହୁଳ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଗଠନ କରିଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି । ନିଜର ଦଳୀୟ ସ୍ୱାର୍ଥ ସାଧନ ପାଇଁ ନିର୍ଦିଷ୍ଟ ବ୍ୟକ୍ତିଙ୍କୁ ମନ୍ତ୍ରୀର ମାନ୍ୟତା ଦେଇ ପଂଚାୟତର ନିର୍ବାଚିତ ଜନ ପ୍ରତିନିଧି ମାନଙ୍କର କ୍ଷମତାରେ ଅନାଧିକାର ପ୍ରବେଶ କରି ଲୋକଙ୍କ ପ୍ରକୃତ ବିକାଶକୁ ପଦଦଳିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି । ସାରା ରାଜ୍ୟରେ ସରକାରଙ୍କର  ଦଳୀୟ ଦୃଷ୍ଟିକୋଣ ଯୋଗୁ ପଲ୍ଲୀସଭା କଳିସଭାରେ ପରିଣତ ହୋଇଛି । ପଲ୍ଲୀସଭା ଓ ଗ୍ରାମ ସଭାର ନିଷ୍ପତିକୁ ରାଜ୍ୟ ସରକାର ପ୍ରଶାସନିକ କଳର ବ୍ୟବହାରରେ ନିଜର ମର୍ଜି ମୁତାବକ ବଦଳାଇ ଦେଉଛନ୍ତି । ପଲ୍ଲୀସଭା ଓ ଗ୍ରାମ ସଭାରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ଚୟନର ପ୍ରଥମ ହକ ଥିବା ବେଳେ ପ୍ରଶାସନ କାହିଁକି ଲୋକଙ୍କ ନିଷ୍ପତିକୁ ଓଲଟ ପାଲଟ କରି ଦେଉଛି ବୋଲି  ପଂଚାୟତିରାଜ ଦିବସରେ ରାଜ୍ୟ ସରକାର ଜବାବ ରଖନ୍ତୁ ବୋଲି  ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ଜାଣି ଶୁଣି ପଂଚାୟତିରାଜ ବ୍ୟବସ୍ଥାରେ ନିଜସ୍ୱ ଯୋଜନା ପ୍ରସ୍ତୁତିକୁ ଧୁଳିସାତ କରି ପଂଚାୟତ ସ୍ତରରେ ସରକାରୀ କର୍ମଚାରୀ, କର୍ମଚାରୀ ଓ ଲୋକ ପ୍ରତିନିଧିଙ୍କର ସାମର୍ଥ୍ୟ ବୃଦ୍ଧି ତଥା ସ୍ଥାନୀୟ ଭିତିଭୂମିକୁ ଜାଣିଶୁଣି ଦୁର୍ବଳ କରି ରଖିଛନ୍ତି । ୨୦୧୯ ମସିହା ସୁଦ୍ଧା ରାଜ୍ୟରେ କେହି ବିନା ପକ୍କା ଘରରେ ରହିବେ ନାହିଁ ବୋଲି ନବୀନ ସରକାରଙ୍କ ପ୍ରତିଶ୍ରୁତିର କ୍ରିୟାନ୍ୱୟନ ଦାୟିତ୍ୱ ପଂଚାୟତିରାଜ ବିଭାଗର । ଜାନୁଆରୀ ୨୦୧୮ ସୁଦ୍ଧା ରାଜ୍ୟ ସରକାର ଘୋଷଣା କରିଥିବା ୧୪ ଲକ୍ଷ ୧୧ ହଜାର ଘର ଦୀର୍ଘ ଦଶ ବର୍ଷରେ ନିର୍ମାଣ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ୨୦୧୪-୧୫ରୁ ଆଜି ପର୍ଯ୍ୟନ୍ତ ନିର୍ମାଣ ହେବାର ଭୁଲ ତଥ୍ୟକୁ ଦଳ ତରଫରୁ ବାରମ୍ବାର ପ୍ରତିବାଦ କରା ଗଲେ ମଧ୍ୟ ସରକାର କାହିଁକି ଚୁପ ବସିଛନ୍ତି ବୋଲି ଶ୍ରୀ ସିଂହଦେଓ ପ୍ରଶ୍ନ କରିଛନ୍ତି । 

୨୦୧୮ ଶେଷ ସୁଦ୍ଧା ୨୦ ଲକ୍ଷ ପକ୍କା ଘର ନିର୍ମାଣ ଲକ୍ଷ୍ୟ ଓ ରାଜ୍ୟ ସରକାରଙ୍କ ବ୍ୟୟବରାଦ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ସିଂହଦେଓ   ୨୦୧୭-୧୮ ବଜେଟରେ ବିଜୁ ପକ୍କା ଘର ବାବଦରେ ଟଙ୍କାଟିଏ ବ୍ୟୟବରାଦ କରା ନ ଯାଇ ଥିବା ସତ୍ୟ କି ନୁହେଁ ବୋଲି  ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ବଜେଟ ଘୋଷଣାନାମା ଆଧାରରେ ସ୍ପଷ୍ଟ କରିବା ପାଇଁ ସେ ଆହ୍ୱାନ କରିଛନ୍ତି ।  ଚାରିବର୍ଷରେ ବିଜୁ ପକ୍କା ଘର ବାବଦରେ ୧୭୩୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ କେନ୍ଦ୍ରୀୟ ଯୋଜନାରେ ୮୫୬୫ କୋଟି ଅର୍ଥ ବ୍ୟୟବରାଦ ହୋଇଥିବା ସତ ନା ନାହିଁ ଏହା ସ୍ପଷ୍ଟ କରିବାକୁ ସେ ରାଜ୍ୟ ସରକାରଙ୍କୁ  ଶ୍ରୀ ସିଂହଦେଓ   ଆହ୍ୱାନ ଜଣାଇଛନ୍ତି।  ଏହା ସହ ଗାଁ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଣ ମାମଲାରେ ରାଜ୍ୟ ସରକାର କେତେ ସଫଳ ଗାଁ ଗଣ୍ଡାରେ ମା ଭଉଣୀମାନେ ହାଣ୍ଡି ମାଠିଆ ଧରି ପଙ୍କ ଗଡିଆରୁ, ନଦୀ ପଠା ଚୁଆରୁ ପାଣି ସଂଗ୍ରହ ନବୀନ ପଟ୍ଟନାୟକଙ୍କ ସଫଳତାର ସାର୍ଟିଫିକେଟ ବୋଲି ସେ କଟାକ୍ଷ କରିଛନ୍ତି । ଗ୍ରାମାଂଚଳରେ ମାତ୍ର ଦୁଇ ପ୍ରତିଶତ ପାଇପ ଯୋଗେ ପାନୀୟ ଜଳ  ପହଂଚିଥିବା ବେଳେ   ୭୫ ପ୍ରତିଶତ ଗାଁରେ ପାନୀୟ ଜଳ ଜନିତ ସମସ୍ୟାକୁ ସମାଧାନ କରିବାରେ ରାଜ୍ୟ ସରକାରଙ୍କ ବିଫଳତାର ସରକାର ଉତର ରଖନ୍ତୁ ବୋଲି  ଶ୍ରୀ ସିଂହଦେଓ  ଆହ୍ୱାନ ଜଣାଇଛନ୍ତି ।  ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭାଇ ଏବଂ ବାପା ନେଉଛନ୍ତି ଏମଜିନରେଗାରେ ଶ୍ରମିକ ପଇସା । ଏହା ହେଉଛି ବିଜେଡିର ଶ୍ରେଷ୍ଠ  ପଂଚାୟତରାଜ ବ୍ୟବସ୍ଥା କି ବୋଲି ଶ୍ରୀ ସିଂହଦେଓ ପ୍ରଶ୍ନ କରିଛନ୍ତି । 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ 

0
0
0
s2sdefault