ହେଡଲାଇନସ୍:

ସାହସିକତା ପାଇଁ ମୂଷାକୁ ଗୋଲଡ଼ ମେଡାଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନାମପେନ(ଏଜେନ୍ସି) :  ସାହାସିକତା ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ପୁରସ୍କାର ଦିଆଯାଇଥାଏ | ହେଲେ ମୂଷାକୁ  ସାହାସିକତା ପାଇଁ ସ୍ବର୍ଣ୍ଣ ପଦକ ମିଳିବ କେବେ ଶୁଣିଛନ୍ତି !!! ହଁ, କଥାଟା ଟିକେ ଆଶ୍ଚର୍ଯ୍ୟ ଓ ଅସ୍ୱାଭାବିକ ଲାଗିପାରେ | ହେଲେ ଏମିତି ହୋଇଛି | ଗୋଟାଏ ମୂଷା ଅନେକ ଲୋକଙ୍କ ଯବାନ ରକ୍ଷା କଲାଭଳି ସାହସିକ ପଦକ୍ଷେପ ପାଇଁ ପାଇଛି ଗୋଲଡ଼ ମେଡାଲ ପାଇଛି | ଆଉ ସେ ମୂଷାକୁ ହିରୋ ବୋଲି ମଧ୍ୟ ଆଖ୍ୟା ଦିଆଯାଇଛି | 

ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ,  ଗୋଲଡ଼ ମେଡାଲ ପାଇଥିବା ସେହି ଆଫ୍ରିକୀୟ ବୃହତ୍ ମୂଷାକୁ ମାଗାୱା କୁହାଯାଏ |  କାମ୍ବୋଡିଆରେ ମାଟିତଳେ ଥିବା ଲ୍ୟାଣ୍ଡମାଇନ୍ ଠାବ କରିବାରେ  ଓ ତାହାକୁ  ନଷ୍ଟ କରିବରେ ମାଗାୱା ମୂଷାର ଗୁରୁତ୍ୱପୂର୍ଣ ଅବଦାନ ପାଇଁ ଏହି ପୁରସ୍କାର ତାକୁ ପ୍ରଦାନ କରାଯାଇଛି। ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ପଶୁମାନଙ୍କୁ ବ୍ରିଟିଶ ପ୍ରାଣୀ ଚିକିତ୍ସା ଚ୍ୟାରିଟି ସଂସ୍ଥା  ପିପୁଲ୍ସ ଡିସପେନସି ଫର ସିକ ଅନିମଲସ (PDSA) ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଥାଏ | 

ରିପୋର୍ଟ ଅନୁଯାୟୀ, କାମ୍ବୋଡିଆରେ ବିରୋଧୀ ଗୋଷ୍ଠୀଙ୍କ ପକ୍ଷରୁ ଭୂମି ତଳେ ରଖାଯାଇଥିବା ଲ୍ୟାଣ୍ଡମାଇନ୍ ଦ୍ୱାରା ପ୍ରତିବର୍ଷ ବହୁ ସଂଖ୍ୟକ ଲୋକ ମୃତ୍ୟୁବରଣ କରନ୍ତି ଏବଂ ଆହତ ମଧ୍ୟ ହୁଅନ୍ତି। କିଛି ବର୍ଷ ପୂର୍ବେ ଏଠାରେ ଲ୍ୟାଣ୍ଡମାଇନ୍ ଏବଂ ବିସ୍ଫୋରକ ସାମଗ୍ରୀ ଠାବ କରିବା ତଥା ନଷ୍ଟ କରିବା ପାଇଁ ମାଗାୱା ମୂଷାଙ୍କୁ ନିୟୋଜିତ କରାଯାଇଥିଲା। ମାଗାୱା ମୂଷା ବିସ୍ଫୋରକ ସାମଗ୍ରୀକୁ ଠାବ କରିବା ଓ ନଷ୍ଟ କରିବା ପାଇଁ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ |

ମାଗାୱା ମୂଷା ସାଧାରଣ ମୂଷା ଅପେକ୍ଷା ବହୁତ ବଡ ଏବଂ ଭାରୀ | ମାଗାୱା କାର୍ଯ୍ୟରେ ନିୟୋଜିତ ହେବାର ୭ ବର୍ଷର କ୍ୟାରିଅରରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି | ରିପୋର୍ଟ ଅନୁଯାୟୀ, ବର୍ଷ ବର୍ଷ ଧରି ମାଗାୱା ୩୯  ଟି ଲ୍ୟାଣ୍ଡମାଇନ୍ ଠାବ କରିଚି |  28ଟି ବିସ୍ଫୋରକ ଚିହ୍ନଟ କରି ସେଗୁଡିକୁ ବିସ୍ଫୋରଣ ପୂର୍ବରୁ ବନସ୍ତ କରିଛି | 

ପିଡିସିଏ ନିର୍ଦ୍ଦେଶକ ଜନ ମ୍ୟାକଲାଗଲିନ୍ ଭର୍ଚୁଆଲ୍ ଉପସ୍ଥାପନା ମାଧ୍ୟମରେ କହିଛନ୍ତି "ମାଗାୱା ହେଉଛି ଏକ ହିରୋ ମୂଷା । ସମାଜକୁ ସୁରକ୍ଷିତ ରଖିବା ପାଇଁ ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ପ୍ରମାଣିତ ହୋଇଛି ଯେ ସେ ସ୍ୱର୍ଣ୍ଣ ପଦକ ପାଇବାକୁ ହକଦାର। ପଶୁ ମାନଙ୍କୁ ପ୍ରଦାନ କରାଯାଉଥିବା ପୁରସ୍କାରମଧ୍ୟରେ ଏହି ପୁରସ୍କାର  ସବୁଠାରୁ ସମ୍ମାନଜନକ ପୁରସ୍କାର ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ମାଗାୱା ମୂଷା ପୂର୍ବରୁ ଏହି ସାହସିକ ପୁରସ୍କାର ଅନେକ ସାହସୀ କୁକୁର ଏବଂ କପୋତମାନଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଛି |

0
0
0
s2sdefault