ହେଡଲାଇନସ୍:

ସିଭିଲ୍ ଆଭିଏସନ୍ ସିକ୍ୟୁରିଟି ବ୍ୟୁରୋର ମହାନିର୍ଦ୍ଦେଶକ ମଣ୍ଡଳୀରେ ଓଡ଼ିଆ ଆଇଏଏସ ଉଷା ପାଢ଼ୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) :  ସିଭିଲ୍ ଆଭିଏସନ୍ ସିକ୍ୟୁରିଟି ବ୍ୟୁରୋର ମହାନିର୍ଦ୍ଦେଶକ ମଣ୍ଡଳୀ ଭିତରେ ଅନ୍ୟତମ ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି ଓଡିଶା କ୍ୟାଡରର ବରିଷ୍ଠ ଆଇଏଏସ ଅଫିସର ତଥା ତଥା କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମଂତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀମତୀ ଉଷା ପାଢ଼ୀ | 

 ଭାରତୀୟ ପ୍ରଶାସନିକ ସେବା ୧୯୯୬ ବ୍ୟାଚ ଓଡିଶା କ୍ୟାଡର ଅଫିସର ଶ୍ରୀମତୀ ପାଢ଼ୀ ପ୍ରଥମ ମହିଳା ଅଧିକାରୀ ଭାବେ ଏହି ମହାନିର୍ଦ୍ଦେଶକ ମଣ୍ଡଳୀ ଭିତରେ ସ୍ଥାନ ପାଇଛନ୍ତି | ଓଡିଶା ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ ପଦବୀରେ ଦକ୍ଷତାର ସହ କାର୍ଯ୍ୟ ତୁଲାଇଥିବା ଶ୍ରୀମତୀ ଉଷା ପାଢ଼ୀ  ୧୭ /୦୭ /୨୦୧୫ରୁ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି |ଓଡିଶା ସରକାରରେ ତିନୋଟି ଜିଲ୍ଲାର ଜିଲ୍ଲାପାଳ ଭାବେ ସଫଳତାର ସହ କାର୍ଯ୍ୟ କରିବା ସହିତ ସମାଜ ମଙ୍ଗଳ ନିର୍ଦ୍ଦେଶକ, ପଂଚାୟତିରାଜ ବିଭାଗର ଅତିତିକ୍ତ ସଚିବ ଓ ସ୍ୱତନ୍ତ୍ର ସଚିବ, ସ୍କୁଲ ଗଣଶିକ୍ଷା ସଚିବ, ହସ୍ତତନ୍ତ ଓ ବୟାନ ସଚିବ ପଦବୀ ସହ ବିଭିନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି |

0
0
0
s2sdefault