ହେଡଲାଇନସ୍:

ଓଡ଼ିଶା ହେଉଛି ଦିବ୍ୟ ଭୂମି ଓ ଏହାର ଭାଷା ହେଉଛି ଈଶ୍ୱରଙ୍କ ଭାଷା : ରାଜ୍ୟପାଳ 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାଜ୍ୟପାଳଙ୍କ ଦ୍ୱାରା କବି ଡ଼ ଅସୀମା ସାହୁଙ୍କ କବିତା ସଂକଳନ ଉନ୍ମୋଚିତ ।

ଭୁବନେଶ୍ୱର(SPB) ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସାରସ୍ୱତ ସର୍ଜନାର ଉତ୍ସ  ଓ ଆଦର୍ଶ । ଶ୍ରୀଜଗନ୍ନାଥ ଚେତନାର ଦିଗ ଓ ଆବେଗର ବ୍ୟାପକତା ରହିଛି, ଯାହା ଯୁଗେ ଯୁଗେ କବିମାନଙ୍କୁ ଆକର୍ଷିତ କରିଆସିଛି । ମଣିଷ, ପ୍ରକୃତି, ଈଶ୍ୱର ଓ ବିଜ୍ଞାନ ଆମର ଚିନ୍ତା ଓ ଭାବନାକୁ ଆନ୍ଦୋଳିତ  କରିଛି ଏବଂ ଏହା ଆମର ଦୃଷ୍ଟିର ବଳୟକୁ ପ୍ରସାରିତ କରିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

 ଆଜି ରାଜଭବନରେ ଆୟୋଜିତ ଏକ ଉତ୍ସବରେ କବି ଡ଼. ଅସୀମା ସାହୁଙ୍କ କବିତା ସଂକଳନ ‘ଇସାରାରେ ଡ଼ାକେ କିଏ ଦିଗବଳୟ  ସେପାରିରୁ’କୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଓଡ଼ିଶା ହେଉଛି ଏକ ଦିବ୍ୟ ଭୂମି ଓ ଏହାର ଭାଷା ହେଉଛି ଈଶ୍ୱରଙ୍କ ଭାଷା । ଓଡ଼ିଆ ଭାଷାର ସୁଦୀର୍ଘ ଐତିହ୍ୟ ଓ ପରଂପରା ରହିଛି । ଏହି ଭାଷାରେ ଅନେକ କାଳଜୟୀ କୃତି ଓ କୀର୍ତି ରହିଛି । ଏବେ ବି ଏହି ଭାଷା ଓ ସାହିତ୍ୟର କ୍ରିୟାଶୀଳତା ଉଲ୍ଲେଖନୀୟ ବୋଲି ରାଜ୍ୟପାଳ ମତ ବ୍ୟକ୍ତ କରିଛନ୍ତି ।

 ବିଶିଷ୍ଟ ଲେଖକ ଓ ଚିନ୍ତକ ହରପ୍ରସାଦ ଦାସ ଓଡ଼ିଆ କବିତା ସଂପର୍କରେ ସୂଚନା ଦେବାସହ ସାଂପ୍ରତିକ ସାହିତ୍ୟର ଗତି ଓ ପ୍ରଗତି ସଂପର୍କରେ ଆଲୋଚନା କରିଥିଲେ । ବିଶିଷ୍ଟ ଗାଳ୍ପିକ ତଥା ପ୍ରକାଶକ ପ୍ରକାଶ ମହାପାତ୍ରଙ୍କ ସମେତ ବହୁ ବିଶିଷ୍ଟ ସାରସ୍ୱତ ସାଧକ ଉତ୍ସବ ରେ ଉପସ୍ଥିତ ଥିଲେ । ଶେଷରେ କବି ଡ଼. ଅସୀମା ସାହୁ ଉନ୍ମୋଚିତ କବିତା ଗ୍ରନ୍ଥରୁ କେତୋଟି କବିତା ଆବୃତ୍ତି କରିଥିଲେ ।  ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ , ପ୍ରକାଶ ମହାପାତ୍ର, ସତ୍ୟବ୍ରତ ପଣ୍ଡା, ଡ଼ ମୂରଲୀମନୋହର ଶର୍ମା, ନମ୍ରତା ଚଢା, ରିନା ରାଉତରାୟ, ସାର୍ଥକ କୁମାର ନାଏକ, ସଞ୍ଜୀବ ନାୟକ, ନିବେଦିତା ପଟ୍ଟନାୟକ, ପ୍ରତିମା ମିଶ୍ର, ବିମ୍ବାଧର ବେହେରା, ଜୁବୁଲି କାନୁନଗୋ, ଓମପ୍ରକାଶ ମହାନ୍ତି, ଚିନ୍ମୟୀ ମହାନ୍ତି, ସୁଷମା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |

0
0
0
s2sdefault