ହେଡଲାଇନସ୍:

ସରକାରଙ୍କ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଂଚିତ ଆଦିବାସୀ ପରିବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିନା ପ୍ରମାଣପତ୍ରରେ ବଂଚିବା କଷ୍ଟ ହୋଇଛି

 

ଯାଜପୁରରୁ ଜିଲ୍ଲା ପ୍ରତିନିଧି ଜୟଶଙ୍କର ଦାଶ :  କୋରେଇ ବ୍ଲକ୍ ଅନ୍ତର୍ଗତ ଅମୃତିଆ ପଂଚାୟତର ଦୈଦାସ ପାଟଣା ନେଉରା ସାହିରେ ଆଜକୁ ୩୦ବର୍ଷ ହେଲା ବିଧବା ମାଳତୀ ହାଁସଦାଙ୍କ ପୁଅ ବାଦଲ ହାଁସଦା ବସବାସ କରୁଛନ୍ତି । ବାଦଲ ହାଁସଦାଙ୍କୁ ବୟସ ହୋଇଯାଇଥିଲେ ମଧ୍ୟ ସରକାରଙ୍କ କୌଣସି ସୁବିଧା ପାଇପାରୁନଥିବାରୁ ଅନ୍ୟ ପାଖରେ ମୁଲ ଲାଗି ଏକ କାନ୍ଥ ନଥିବା ଘରେ ଜୀବନ ବିତାଉଛନ୍ତି । ଟୋପାଏ ବର୍ଷା କିମ୍ବା ପବନ ହେଲେ ଘରେ ରହିବା କଷ୍ଟକର ହୋଇପଡେ । ଏହି ପରିବାରରେ ବାଦଲ ଓ ତାଙ୍କ ସ୍ତ୍ରୀ ମେଂଚ ହାଁସଦା ଏବଂ ୪ଟି ଝିଅ ଗୋଟିଏ ପୁଅକୁ ନେଇ ବାଦଲଙ୍କ ପରିବାର ଆଜକୁ ୩୦ବର୍ଷ ହେଲା ଅନ୍ଧାରରେ ଜୀବନ ବିତାଉଛନ୍ତି । ବାଦଲ ଓ ତାଙ୍କ ସ୍ତ୍ରୀ ଅନ୍ୟ ପାଖରେ ମୁଲ ଲାଗି ତାଙ୍କ ପରିବାର ପ୍ରତିପୋଷଣ କରନ୍ତି ।ଏହି ପରିବାରକୁ ସରକାରଙ୍କ କୌଣସି ଜାତିଗତ ଓ ଅନ୍ୟ ପ୍ରମାଣପତ୍ର ମିଳିନଥିବାରୁ ସେମାନେ ସରକାରଙ୍କ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି । ଜାତିଗତ ପ୍ରମାଣପତ୍ର ନଥିବାରୁ ବାଦଲଙ୍କ ସ୍ତ୍ରୀ ଗର୍ଭବତୀ ହୋଇ ପିଲା ଜନ୍ମ କଲାପରେ ମଧ୍ୟ ମେଡିକାଲ ତରଫରୁ କୌଣସି ଟଙ୍କା ପଇସା ପାଇନଥିଲେ । କିନ୍ତୁ ଏହି ସାହିରେ ଆହୁରି ୮ଟି ପରିବାରର ୫୦ ଲୋକ ରୁହନ୍ତି । ଏମାନେ ସମସ୍ତେ ଲୁହା କାମ କରି ପେଟ ପୋଷନ୍ତି । ଏମାନଙ୍କ ମଧ୍ୟରୁ କିଛି ଲୋକ ସରକାରଙ୍କ ଆଧାର କାର୍ଡ, ଭୋଟର କାର୍ଡ ସମେତ ସରକାରଙ୍କ କିଛି ଯୋଜନା ପାଇଥିବାବେଳେ କିଛି ଏହି ସବୁ ଯୋଜନାରୁ ବଂଚିତ ହୋଇ ଅବହେଳାର ଶିକାର ହେଉଛନ୍ତି । ଏହି ଲୋକମାନେ ଅନାବାଦୀ ଯାଗାରେ ରହୁଥିବାରୁ ରଣପାଳ ଆର୍.ଆଇ.ଙ୍କ ଅଫିସରେ ପାଉତି କାଟିବା ପାଇଁ ଯାଇ ଠକାମୀର ଶିକାର ହେଉଛନ୍ତି ବୋଲି ଟୁକୁନା ବିନ୍ଧାଣି, ପାକୁଲୁ ବିନ୍ଧାଣି, ଛୋଟା ବିନ୍ଧାଣି, ଲୋକିଆ ବିନ୍ଧାଣି, ଲଖି ବିନ୍ଧାଣି, ସୁକାନ୍ତି ବିନ୍ଧାଣି, କଲଟର ବିନ୍ଧାଣି, କଂଚନ ବିନ୍ଧାଣି, ରାଜ ବିନ୍ଧାଣି, ରାବଣ ବିନ୍ଧାଣୀ, ଭୁତୁନୁ ବିନ୍ଧାଣି ପ୍ରମୂଖ ପ୍ରକାଶ କରିଛନ୍ତି । ସାହିର ଗୁରୁବାରି ବିନ୍ଧାଣି, ସୁରିଆ ବିନ୍ଧାଣି ଆଧାର କାର୍ଡ ଓ ଭୋଟର କାର୍ଡରେ ବୟସର ତୃଟି ଯୋଗୁଁ ବାର୍ଦ୍ଧକ୍ୟ ଭତା ପାଇବାରୁ ବଂଚିତ ଅଛନ୍ତି । ଏହି ସାହିକୁ ସରକାରଙ୍କ ତରଫରୁ ଗୋଟିଏ ଟ୍ୟୁବ୍ ୱେଲ ଯୋଗାଇ ଦିଆଯାଇଛି । ଏହି ୮ଟି ପରିବାରଙ୍କୁ ସରକାରଙ୍କ କିଛି ନା କିଛି ସୁବିଧା ମିଳିଥିଲେ ମଧ୍ୟ ବାଦଲଙ୍କ ପରିବାର ସରକାରଙ୍କ କୌଣସି ପ୍ରମାଣପତ୍ର ପାଇନଥିବାରୁ ଅତି ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି । ଏତେ ବର୍ଷ ଧରି ଏହି ଯାଗାରେ ରହି ଆସୁଥିଲେ ମଧ୍ୟ ସରକାରଙ୍କ ବିଜୁ ପକ୍କାଘର, ଇନ୍ଦିରା ଆବାସ, ରେସନ କାର୍ଡ, ମୋ କୁଡିଆ, ସ୍ୱଛ ପାଇଖାନା ଓ ଯାଗାର ପଟ୍ଟା ଏହି ପରିବାରକୁ ମିଳିନାହିଁ । ବାଦଲଙ୍କ ପରିବାର ପ୍ରତି ବ୍ଲକ୍ କର୍ତୃପକ୍ଷ ଓ ସ୍ଥାନୀୟ ନେତା ଦୃଷ୍ଟି ଦେଲେ ଏହି ପରିବାରର ସମସ୍ୟା ଦୂର ହୋଇପାରନ୍ତା । 

0
0
0
s2sdefault