ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଯାଇଛି । ମୋଟାମୋଟି ଦେଖିବାକୁ ଗଲେ ମୌସୁମୀ ଅଧିବେଶନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ ମାନବ ଚାଲଣ ନିରୋଧ ଏବଂ ଖାଉଟି ସୁରକ୍ଷା ବିଲ୍ ରାଜ୍ୟସଭାରେ ପାରିତ ହୋଇପାରିଲା ନାହିଁ । ଯଦିଓ ନୂଆ ମାନବ ଚାଲାଣ ବିଲକୁ ଲୋକସଭାରେ ପାରିତ କରାଯାଇଛି ତଥାପି ଏହି ଆଇନ୍ କେତେଦୂର ଫଳପ୍ରଦ ହେବ ତାହା ଉପରେ ପ୍ରଶ୍ନ ଉଠୁଛି । ଅପରପଟେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ ହେବାରେ ବିଳମ୍ବ କେବଳ ସେହି ଅପରାଧୀମାନଙ୍କୁ ମାନଙ୍କୁରେ ଯେଉଁମାନଙ୍କର ସମାଜ କିମ୍ବା ଖାଉଟିମାନଙ୍କ ପ୍ରତି ସାମାନ୍ୟତମ ସମ୍ମାନ ନଥାଏ ।
ଯଦି ଲୋକସଭା ଓ ରାଜ୍ୟସଭା କେତେ ଘଣ୍ଟା ପାଇଁ ଚାଲିଲା ଏବଂ କେତୋଟି ବିଲ୍ ପାରିତ ହେଲା ତାକୁ ବିଚାରକୁ ନିଆଯାଏ, ତେବେ ସଦ୍ୟ ସମାପ୍ତ ହୋଇଥିବା ସଂସଦୀୟ ଅଧିବେଶନକୁ ଗତ ୧୮ବର୍ଷ ମଧ୍ୟରେ ସଫଳତମ ଅଧିବେଶନ ବୋଲି କୁହାଯାଇ ପାରିବ । କିନ୍ତୁ ଏହା ସତ୍ତ୍ୱେ ମାନବ ଚାଲଣ ନିରୋଧ ବିଲ୍ ଏବଂ ଖାଉଟି ସୁରକ୍ଷା ବିଲ୍ କାହିଁକି ଉପସ୍ଥାପିତ ଓ ପାରିତ ହୋଇ ପାରିଲା ନାହିଁ ତା'ର କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିବ ନାହିଁ । ସମ୍ଭବତଃ କାର୍ଯ୍ୟନିର୍ବାହୀ ଏହି କୈଫିୟତ ଦେବା ଆବଶ୍ୟକ, କାହିଁକି ସାମାଜିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଲ୍ ଦୁଇଟିକୁ ସଂସଦରେ ପାରିତ କରାଇବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମାଧ୍ୟମରେ ଆଇନରେ ରୂପାନ୍ତରିତ କରିବା ସକାଶେ ଯଥେଷ୍ଟ ଆଗ୍ରହ ପ୍ରକାଶ କଲେନାହିଁ ।
କିଛିଦିନ ପୂର୍ବେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଖାଉଟି ସୁରକ୍ଷା ବିଲ୍ ସଂପର୍କରେ ଉଲ୍ଲେଖ କରିଥିବା ବେଳେ ତଥା ଝିଅମାନଙ୍କୁ ଚାଲାଣ, ଯୌନ ନିର୍ଯ୍ୟାତନା, ଏପରିକି ହତ୍ୟା କରାଯିବା ସଂପର୍କରେ କ୍ରମାଗତ ଭାବେ ଖବର ପ୍ରକାଶିତ ହେବା ସତ୍ତ୍ୱେ ବିଲ ଗୁଡିକ କାହିଁକି ପାରିତ ହେଲା ନାହିଁ ତାହାହିଁ ଆଶ୍ଚର୍ଯ୍ୟ ବିଷୟ । ଉତ୍ତରପ୍ରଦେଶ ଓ ବିହାରରେ ଝିଅମାନଙ୍କୁ ଖାସ କରି ନିରାଶ୍ରୟାଙ୍କ ପ୍ରତି ହୋଇଥିବା ଅମାନବୀୟ ତଥା ପାଶବିକ କାର୍ଯ୍ୟ ସମ୍ପର୍କରେ ସଂପର୍କରେ ଖବର ବିଗତ ଦୁଇମାସ ହେଲା ପ୍ରକାଶ ପାଇ ଆସୁଛି । ଓଡ଼ିଶା ଭଳି ରାଜ୍ୟରେ କୋରାପୁଟ, ଫୁଲବାଣୀ ଓ ରାୟଗଡ଼ା ଭଳି କେତେକ ଆଦିବାସୀ ଜିଲ୍ଲାରେ ସରକାରୀ ପରିଚାଳିତ କେତେକ ଆଦିବାସୀ ଆବାସିକ ବାଳିକା ବିଦ୍ୟାଳୟରେ ଏଭଳି ଖବରର ଏକାଧିକ ଅଭିଯୋଗ ଉଠିଛି । କୋରାପୁଟରେ ଘଟିଥିବା ଏଭଳି ଏକ ଆଦିବାସୀ ଛାତ୍ରୀକୁ ନିଜ ଶିକ୍ଷକ ଯୌନଶୋଷଣ କରି ଗର୍ଭଧାରଣ କରାଇବା ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଛି ।
ରାଜ୍ୟସଭାରେ ଅଟକି ରହିଥିବା ମାନବଚାଲଣ ନିରୋଧ ବିଲରେ ନିରୋଧ (ପ୍ରତିକାର), ଉଦ୍ଧାର ଏବଂ ଥଇଥାନକୁ ସମ୍ମିଳିତ କରାଯାଇ ମାନବ ଚାଲଣ ବିରୋଧରେ ଏକ ସଶକ୍ତ ଢାଞ୍ଚା ତିଆରି କରାଯାଇଛି । ଏହି ବିଲର ମୂଳରେ ମାନବଚାଲଣର ଶିକାର ହୋଇଥିବା ବ୍ୟକ୍ତିମାନଙ୍କର ଅଧିକାରର ସୁରକ୍ଷା ଏବଂ ମଙ୍ଗଳ ଅନ୍ତର୍ନିହିତ ରହିଛି । ବାସ୍ତବରେ ମହିଳା ଓ ଶିଶୁମାନଙ୍କର ଚାଲଣ ଓ ଶୋଷଣ ବେଶ ସାଧାରଣ ଘଟଣା ପାଲଟିଗଲାଣି ଏବଂ କ୍ରମାଗତ ଭାବେ ବଢିଚାଲିଛି । ତେଣୁ କେଉଁ କାରଣରୁ ସରକାର ଏହି ବିଲଗୁଡିକୁ ପାରିତ କରାଇବାର ପ୍ରକ୍ରିୟାକୁ ମନ୍ଥର କରିଦେଲେ ତାହା ଏକ ରହସ୍ୟ ହୋଇ ରହିଯାଇଛି ।
ଘଟଣା କ୍ରମେ, ମୌସୁମୀ ଅଧିବେଶନର ଶେଷଦିନ ଅଗଷ୍ଟ ୧୦ ତାରିଖର ସକାଳର ଖବର ସୁପ୍ରିମକୋର୍ଟକୁ ମଧ୍ୟ ବିଚଳିତ କରିଦେଇଛି । ବିହାର ଓ ଉତ୍ତରପ୍ରଦେଶର ଆଶ୍ରୟ ଗୃହ ଗୁଡିକରେ ନିକଟରେ ସଂଘଟିତ ହୋଇଥିବା ଦୁଷ୍କର୍ମ ଓ ଯୌନନିର୍ଯ୍ୟାତନା ଘଟଣାରେ ମାନ୍ୟବର ସୁପ୍ରିମକୋର୍ଟ ଘୋର ଚିନ୍ତା ପ୍ରକଟ କରିଛନ୍ତି ଏବଂ ପ୍ରଶ୍ନ କରିଛନ୍ତି ଯେ ଏପରି ଜଘନ୍ୟ ଘଟଣାଗୁଡିକର ପରିସମାପ୍ତି କେବେ ହେବ? ଅନାଥାଶ୍ରମର ଅନ୍ତେବାସୀ ପିଲାମାନଙ୍କ ଯୌନ ଶୋଷଣ ସଂପର୍କିତ ଏକ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏପରି ମନ୍ତବ୍ୟ ଦେଇଛନ୍ତି । ନିକଟରେ ଉତ୍ତରପ୍ରଦେଶର ପ୍ରତାପଗଡରେ ଘଟିଥିବା ଏକ ଘଟଣାର ଦୃଷ୍ଟାନ୍ତ ଦେଇ ମଦନ ବି, ଲୋକୁର, ଏସ୍.ଅବଦୁଲ ନାଜିର, ଏବଂ ଦୀପକ ଗୁପ୍ତା - ତିନିଜଣ ନ୍ୟାୟଧୀଶଙ୍କର ଏହି ଖଣ୍ଡପୀଠ ପ୍ରଶ୍ନ କରିଥିଲା, "" ଆମକୁ କୁହ ଏସବୁ କ'ଣ ଘଟୁଛି?'' ଉତ୍ତରପ୍ରଦଶର ଏହି ଆଶ୍ରୟସ୍ଥଳୀରେ ୨୬ଜଣ ମହିଳାଙ୍କର କୌଣସି ପତ୍ତା ମିଳୁନାହିଁ । ପ୍ରତାପଗଡ ବ୍ୟତୀତ ବିହାରର ମୁଜାଫରପୁର ଏବଂ ଉତ୍ତରପ୍ରଦେଶର ଦେଓରିଆ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଚଳାଯାଉଥିବା ଆଶ୍ରୟଗୃହରେ ଅନ୍ତୋବାସୀଙ୍କ ପ୍ରତି ଦୁଷ୍କର୍ମ ଓ ଯୌନ ନିର୍ଯ୍ୟାତନା ଏବେ ଲୋକଲୋଚନକୁ ଆସିଛି । ପ୍ରତିବର୍ଷ ଏପରି ଘଟଣାର ଶିକାର ହୋଇଥିବା ମହିଳା ଓ ଶିଶୁମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପକ୍ଷରେ ଏପରି ଅପରାଧ ଘଟାଉଥିବା ଲୋକମାନଙ୍କ ପ୍ରତି ଦଣ୍ଡବିଧାନର ହାର ଯଥେଷ୍ଟ କମ୍ ।
ଏଠାରେ ଏକଥା ଉଲ୍ଲେଖ କରାଯିବା ପ୍ରାସଙ୍ଗିକ ହେବ ଯେ ମାନବ ଚାଲଣ ନିରୋଧୀ ବିଲରେ ପ୍ରଥମ ଥର ସକାଶେ ଏକ ଥଇଥାନ ପାଣ୍ଠି ସୃଷ୍ଟି କରାଯିବାର ପ୍ରସ୍ତାବ ଦିଆଯାଇଛି । ଏହି ପାଣ୍ଠିକୁ ମାନବ ଚାଲାଣର ଶିକାର ହୋଇଥିବା ବ୍ୟକ୍ତିମାନଙ୍କର ଭୌତିକ, ମନୋବୈଜ୍ଞାନିକ ଏବଂ ସାମାଜିକ ମଙ୍ଗଳ ପାଇଁ ବ୍ୟୟ କରାଯିବ । ଏହାସହିତ ସେମାନଙ୍କର ଶାରୀରିକ, ମାନସିକ ଏବଂ ସାମାଜିକ ସ୍ୱାସ୍ଥ୍ୟର ବିକାଶ କ୍ଷେତ୍ରରେ ମଧ୍ୟ ଖର୍ଚ୍ଚ କରାଯିବ । ଏହି ବିଲରେ ପୁଞ୍ଜି ଭିତ୍ତିଭୂମି, ଶିକ୍ଷା ଏବଂ ଦକ୍ଷତା ବିକାଶ ଦ୍ୱାରା ପୀଡିତମାନଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ରଖାଯାଇଛି, ଯାହା ଫଳରେ ସେମାନେ ନ୍ୟାୟପାଇ ପାରିବେ ଏବଂ ଆଗକୁ ମାନବ ଚାଲାଣକୁ ରୋକାଯାଇ ପାରିବାରେ ସହାୟକ ହେବ । ଏହା ସଙ୍ଗେ ସଙ୍ଗେ ପ୍ରଥମ ଥର ସକାଶେ ଜାତୀୟ ସ୍ତରରେ ଏକ ମାନବଚାଲଣ ନିରୋଧୀ ବ୍ୟୁରୋ ଗଠନ କରାଯିବାର ପ୍ରସ୍ତାବ ରଖାଯାଇଛି । ଏହି ବୁ୍ୟରୋ ଅନ୍ୟଦେଶ ଓ ଆନ୍ତର୍ଜାତିକ ସଂସ୍ଥାଗୁଡିକର ଅଧିକାରମାନଙ୍କ ସହ ଯୋଗାଯୋଗ ରକ୍ଷାକରିବ ଏବଂ ରାଜ୍ୟ ଓ ରାଷ୍ଟ୍ରର ସୀମାପାରରୁ ସାକ୍ଷୀ ଓ ପ୍ରମାଣ ସଂଗ୍ରହରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏହା ଫଳରେ ଗୋଇନ୍ଦା ତଥ୍ୟ ସଂଗ୍ରହ କରିବା ବ୍ୟବସ୍ଥା ସୁଦୃଢ ହେବ ଏବଂ ତଥ୍ୟ ସଂଗ୍ରହ ଓ ତଥ୍ୟର ଏକତ୍ରୀକରଣ ଏବଂ ବ୍ୟାବହାରିକ ଗୋଇନ୍ଦା ତଥ୍ୟ ଉପଲବ୍ଧ କରାଇବା କାର୍ଯ୍ୟରେ ଉନ୍ନତି ଘଟିବ । ମାନବ ଚାଲଣ ଏକ ସଙ୍ଗଠିତ ଅପରାଧ । ଏପରି ଏକ ସୁସଙ୍ଗଠିତ ଅପରାଧ ଚକ୍ରକୁ ଭାଙ୍ଗିବା ପାଇଁ ଏହି ବିଲରେ ଅପରାଧୀମାନଙ୍କର ସମ୍ପତ୍ତି ଜବତ୍ କରିବା ଓ ବାଜ୍ୟାପ୍ତ କରିବାର ତଥା ଏବାବଦ ଅର୍ଥକୁ ଥଇଥାନ ପାଣ୍ଠିରେ ଜମା କରିବା ସକାଶେ ମଧ୍ୟ ଏହି ବିଲରେ ବ୍ୟବସ୍ଥା କରାଯାଇଛି । ବିଲରେ ମାନବ ଚାଲଣରେ ସହଯୋଗ କରିଥିବା ବ୍ୟକ୍ତିମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରି ଦେବାର କ୍ଷମତା ମଧ୍ୟ ଦିଆଯାଇଛି । ମାତ୍ର ଦୁର୍ଭାଗ୍ୟର କଥା ଯେ ସଂସଦ "" ଚାଲାନ ହୋଇଥିବା ବ୍ୟକ୍ତିମାନଙ୍କ ( ନିରୋଧ, ସୁରକ୍ଷା ଓ ଥଇଥାନ) ବିଲ୍, ୨୦୧୮ କୁ ପାରିତ କରିବା ସକାଶେ ଯଥେଷ୍ଟ ସମୟ ପାଇଲା ନାହିଁ, ଯାହାକି ଜୁଲାଇ ୨୬ ତାରିଖରେ ଲୋକସଭାର ଅନୁମୋଦନ ହାସଲ କରିଥିଲା ।
ଅଗଷ୍ଟ ୧୦ ତାରିଖ ପାଇଁ ଲୋକସଭାରେ ସଂଶୋଧିତ କାର୍ଯ୍ୟସୂଚୀରେ ସେଦିନର ସଂସଦର କାର୍ଯ୍ୟର ଶେଷ ଭାଗରେ ୨୭ ନମ୍ବର ଏଜେଣ୍ଡା ରୂପେ ଖାଉଟୀ ସୁରକ୍ଷା ବିଲ୍,୨୦୧୮ ରଖାଯାଇଥିଲା । ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଖାଉଟୀ ମାନଙ୍କର ସ୍ୱାର୍ଥର ସୁରକ୍ଷା ତଥା ଖାଉଟୀ ବିବାଦ ତଥା ତତ୍ ସଂପର୍କିତ ସମସ୍ୟାଗୁଡିକର ପରିଚାଲନା ଓ ସମାଧାନ ସକାଶେ ବ୍ୟବସ୍ଥା ସୃଷ୍ଟି କରିବା ଉଦେ୍ଧଶ୍ୟରେ ଶ୍ରୀ ରାମବିଳାଶ ପାଶୱାନ୍ ଏହି ବିଲ୍ ଉପସ୍ଥାପିତ କରିବେ ଏବଂ ଏହାକୁ ପାରିତ କରାଇବା ପାଇଁ ପ୍ରସ୍ତାବ ରଖିବେ । ତେବେ ଶେଷରେ କୌଣସି ଅଜଣା କାରଣ ଯୋଗୁଁ ବିଲ୍ ଉପସ୍ଥାପିତ ହେଲା ନାହିଁ କି' ପାରିତ ହେଲା ନାହିଁ । ବିଡମ୍ବନା ଯେ ସେହିଦିନ ସକାଳର ଖବର କାଗଜଗୁଡିକରେ ରାଜସ୍ଥାନରେ ବିଭିନ୍ନ ପ୍ରକାରର ବିପୁଳ ପରିମାଣର ନିମ୍ନମାନର ଔଷଧ ଜବତ କରାଯାଇଥିବାର ଖବର ପ୍ରକାଶିତ ହୋଇଥିଲା । ଏହି ଔଷଧ ଛପା ଖୋଳ ଉପରେ ଦେଶର ଆଗଧାଡିର ଔଷଧ କଂପାନୀଗୁଡିକ ତୁରନ୍ତ ଇସ୍ତାହାର ଦେଲେ ଯେ ଜବତ୍ କରାଯାଇଥିବା ଔଷଧଗୁଡିକ ନକଲି ଏବଂ ଏପରି ଔଷଧ ସହିତ ସେମାନଙ୍କର କୌଣସି ସଂପର୍କ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ କିଛିମାସ ତଳେ ଓଡ଼ିଶାରେ ମଧ୍ୟ ନକଲି ଔଷଧ ଓ ବିଷାକ୍ତ ଭେଜାଲ ତେଲକୁ ଓଡ଼ିଶାରେ ମଧ୍ୟ ଜବତ୍ କରାଯାଇଥିଲା । ବୋଧହୁଏ ଏପରି ଘଟଣାଗୁଡିକ କ୍ଷେତ୍ରରେ ଖାଉଟୀମାନଙ୍କର ସୁରକ୍ଷା ପାଇଁ ଆଇନଗତ ସାଧନଗୁଡିକ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡିବ । ବର୍ତ୍ତମାନ ବଳବତ୍ତର ଥିବା ଖାଉଟୀ ସୁରକ୍ଷା ଆଇନ ୨୨ ବର୍ଷର ପୁରୁଣା । ବର୍ତ୍ତମାନର ଖାଉଟୀ ବଜାର, ୧୯୮୬ର ବଜାର ଅପେକ୍ଷା ଅନେକ ବେଶି ଜଟିଳ ହୋଇଯାଇଛି । ଆଜିକାଲି ଇଣ୍ଟରନେଟ ମାଧ୍ୟମରେ କିଣା ଏବଂ ଡିଜିଟାଲ ମାଧ୍ୟମରେ ଅର୍ଥ ପଇଠ ଯୋଗୁଁ, ଖାଉଟି ଓ ବିକ୍ରେତାଙ୍କ ମଧ୍ୟରେ ଏକ ଅଦୃଶ୍ୟ ପାଚେରୀ ଠିଆ କରାଇ ଦେଇଛି । ଏହା, କଡାକଡି ଖାଉଟୀ ସୁରକ୍ଷା ଆଇନର ଅଭାବ ଯୋଗୁଁ ଠକ ଓ କଳାବଜାରୀ ବେପାରୀମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି ।
ବର୍ତ୍ତମାନ ବଳବତ୍ତର ଥିବା ଖାଉଟୀ ସୁରକ୍ଷା ଆଇନ ବଦଳରେ ପ୍ରଣୟନ କରାଯିବାକୁ ଥିବା ନୂତନ ଖାଉଟୀ ସୁରକ୍ଷା ଆଇନକୁ ଖାଉଟୀମାନଙ୍କ ଅଧିକାରକୁ ବଳବତ୍ତର କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଏହା ସଙ୍ଗେ ସଙ୍ଗେ କିଣାଯାଇଥିବା ସାମଗ୍ରୀରେ ଥିବା ତ୍ରୃଟି ଏବଂ ସେବାରେ ଅଭାବ ସଂପର୍କିତ ଅଭିଯୋଗୁଡିକର ଶୁଣାଣୀ କରି ନ୍ୟାୟ ଦେବା ସକାଶେ ଏକ ବ୍ୟବସ୍ଥା କରିବା ମଧ୍ୟ ଏହି ଆଇନର ଉଦେ୍ଧଶ୍ୟ । ଏହି ବିଲରେ ଖାଉଟୀମାନଙ୍କର ଅଭିଯୋଗର ବିଚାର କରିବା ସକାଶେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଖାଉଟି ବିବାଦ ସମାଧାନ କମିଶନମାନ ଗଠନ କରାଯିବାର ପ୍ରସ୍ତାବ ଦିଆଯାଇଛି । ଏହି ବିଲ ବଳରେ ଏକ କେନ୍ଦ୍ରୀୟ ଖାଉଟୀ ସୁରକ୍ଷା ପ୍ରଧିକରଣ ସ୍ଥାପନ କରାଯିବ ଯାହା "" ଖାଉଟୀ ଶ୍ରେଣୀର ଅଧିକାରକୁ ବଳିଷ୍ଠ କରିବା, ସୁରକ୍ଷଶ ଦେବା ଏବଂ ବଳବତ୍ତର କରିବା'' ପାଇଁ କାର୍ଯ୍ୟ କରିବ । ଏହି ବିଭିନ୍ନ ସାମଗ୍ରୀ ଓ ସେବା ସକାଶେ ନିରାପତ୍ତା ବିଜ୍ଞପନ ଜାରି କରିପାରିବ, ପଇସା ଫେରସ୍ତ ଦେବା ପାଇଁ ନିର୍ଦ୍ଦେଶ ଦେଇପାରିବ ଏବଂ ଭ୍ରମାତ୍ମକ ପ୍ରଚାର ବିରୁଦ୍ଧରେ ରାୟ ଦେଇପାରିବ । ଏହି ବିଲରେ, ଖାଉଟୀମାନଙ୍କର ସ୍ୱାର୍ଥ ଅଧିକାରକୁ ବ୍ୟାପକରୂପେ ବାଧିତ କରୁଥିବା "ଚୁକ୍ତିଗୁଡିକୁ' "ଅନୁଚିତ' ବୋଲି କୁହାଯାଇଛି । ବିଲରେ ଅନୁଚିତ ଏବଂ ସୀମିତ କଲା ଭଳି ବ୍ୟବସାୟିକ କାରବାରଗୁଡିକ ସଂଜ୍ଞା ନିରୂପଣ ମଧ୍ୟ କରାଯାଇଛି । ଅଧିକ ସମୟ ନଷ୍ଟ ନ' କରି ଏହି ଦୁଇଟି ଯାକ ବିଲ ପାରିତ କରାଯିବା ଜରୁରୀ ବୋଲି ବୋଧହୁଏ କେହି ହେଲେ ଅରାଜି ହେବେ ନାହିଁ । କାରଣ ଅଧିକ ବିଳମ୍ବ କେବଳ ସେହି ଅପରାଧୀମାନଙ୍କୁ ବଳିଷ୍ଠ କରିବ ଯେଉଁମାନଙ୍କର ସମାଜ କିମ୍ବା ଖାଉଟୀମାନଙ୍କ ପ୍ରତି ସାମାନ୍ୟତମ ସମ୍ମାନ ନାହିଁ ।
ଖାଉଟୀ ସୁରକ୍ଷା ବିଲ୍ର ବିଭିନ୍ନ ଦିଗକୁ ନେଇ ଯଦିଓ ବର୍ତ୍ତମାନ ଖାଉଟୀ ସୁରକ୍ଷା କ୍ଷେତ୍ରରେ କାମକରୁଥିବା କର୍ମୀ ଏବଂ ଆଇନିଜୀବୀମାନେ ଏହାର ଭବିଷ୍ୟତକୁ ନେଇ ଏବଂ ଏହା କେତେଦୂର ଖାଉଟୀ ସୁରକ୍ଷାରେ ସହାୟକ ହେବ ତଥା ଅସାଧୁ କଳାବଜାରି ବେପାରୀ ଓ ଅପରାଧୀମାନଙ୍କୁ ଦଣ୍ଡ ଦେଇପାରିବ ତାହା ସମୟ କହିବ । କିନ୍ତୁ ନୂଆ ମାନବ ଚାଲାଣ ନିରୋଧ ଆଇନକୁ ନେଇ ଏଦିଗରେ କାର୍ଯ୍ୟ କରୁଥିବା ସାାମାଜିକ କର୍ମୀ ଏହାର ସଫଳତାର ଉପରେ ଅନେକ ପ୍ରଶ୍ନ ଉଠାଉଛନ୍ତି ।
ନୂଆ ମାନବ ଚାଲଣ ନିରୋଧ ଆଇନ୍ କ'ଣ ଫଳପ୍ରଦ ହେବ ?
ନିକଟରେ ଏକ ଖବରକାଗଜର ଶୀର୍ଷକରେ "" ମାନବ ଚାଲଣ ବିଲକୁ ଶୀଘ୍ର ପାରିତ କରିବା ପାଇଁ ମୁଁ ଚାପ ପକାଇଲି କାହିଁକି?'' ଏହି ପ୍ରସଙ୍ଗରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ତରବରିଆ ଭାବେ କ'ଣ ପାଇଁ ମାନବ ଚାଲଣ (ନିରାକରଣ, ସୁରକ୍ଷା ଓ ଥଇଥାନ) ବିଲ୍ -୨୦୧୮, ୨୬ ଜୁଲାଇ, ୨୦୧୮ରେ ଲୋକସଭାରେ ତରବରିଆ ଭାବେ ପାରିତ କରାଇ ନିଆଗଲା ତା'ର ଯୁକ୍ତିଯୁକ୍ତତା ଦର୍ଶାଇଛନ୍ତି । ଏଥିରେ ସେ ଲେଖିଛନ୍ତି : "" କାରଣ ଆମର ଶିଶୁ ଓ ମହିଳାମାନେ ଆଉ ଅଧିକଦିନ ଅପେକ୍ଷା କରିପାରିବେ ନାହିଁ । ଯୌନ ଶୋଷଣର ଶିକାର ହେଉଥିବା ଶିଶୁ ଏବଂ ଯୌନ ଦାସତ୍ୱରେ ଥିବା ଜଣେ ମହିଳାମାନେ ଆମ ଆଡକୁ ଅନାଇ ରହିଛନ୍ତି ଏବଂ ପ୍ରଶ୍ନ କରୁଛନ୍ତି ଯେ ଏକ ସଭ୍ୟସମାଜ ଏବଂ ଜନମଙ୍ଗଳ ରାଷ୍ଟ୍ର ହିସାବରେ ଆମେ କ'ଣ କରୁଛୁ ? ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି "" ପ୍ରତ୍ୟେକ ଦିନ ହଜାର ହଜାର ଶିଶୁ ଓ ମହିଳାମାନେ ଚାଲଣ ହେଉଛନ୍ତି, ଏବଂ ସେମାନଙ୍କର ଆକୁଳ ନିବେଦନର ଉତ୍ତର ଦେବା ସମାଜର ଏକ ସାମୁହିକ ଉତ୍ତରଦାହିତ୍ୱ ।''
ଏହି ବିଲ ତା'ର ବ୍ୟାପକତା, ଆବଶ୍ୟକତା ଓ ଗୁରୁଦାୟୀତ୍ୱ ଦୃଷ୍ଟିରୁ ଅନୈତିକ ମାନବ ଚାଲଣ ନିରୋଧ ଆଇନ୍ (ଆଇ.ଟି.ପି.ଏ) ଠାରୁ ଅନେକ ଆଗକୁ ଯିବ ଏବଂ ପ୍ରତିକାର ଉଦ୍ଧାର ଏବଂ ଥଇଥାନ ମାଧ୍ୟମରେ ମାନବ ଚାଲଣ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରିବ । ମାନବ ଚାଲଣ ( ନିରାକରଣ, ସୁରକ୍ଷା ଓ ଥଇଥାନ) ବିଲ୍ ୨୦୧୮ରେ ମାନବ ଚାଲଣର ଗୁରୁତର ରୂପର ସଂଜ୍ଞା ନିରୂପଣ ମଧ୍ୟ କରାଯାଇଛି । "ଗୁରୁତର ରୂପ'ରେ ବଳପୂର୍ବକ ଖଟାଇବା କିମ୍ବା ଭିକ୍ଷାବୃତ୍ତି କରାଇବା, ନିଶାଦ୍ରବ୍ୟ ବା ରାସାୟନିକ ଦ୍ରବ୍ୟ ଦେଇ ମାନବ ଚାଲାଣ, ଶୀଘ୍ର ଯୌନ ପରିପକ୍ୱତା ହାସଲ କରିବା ପାଇଁ ବ୍ୟକ୍ତିବିଶେଷଙ୍କୁ ହରମୋନ ଇଞ୍ଜେକ୍ସନ୍ ଦେବା, ବିବାହ କିମ୍ବା ବିବାହର ଗୋଷ୍ଠୀମାନେ ଚିନ୍ତା ପ୍ରକଟ କରିଥିଲେ ଯେ ଏହି ବିଲ୍ ଆଇନରେ ରୂପାୟିତ ହୋଇଗଲେ ତାହା ସ୍ୱଇଚ୍ଛାରେ ଦେହଜୀବି ପାଲିଟିଥିବା ମହିଳାମାନଙ୍କର ମୌଳିକ ଅଧିକାରର ବିରୁଦ୍ଧାଚରଣ କରିବ । ସେମାନଙ୍କୁ ସେ ସରକାରଙ୍କ ସହିତ ମିଳିମିଶି କାମ କରିବା ପାଇଁ ଆମନ୍ତ୍ରଣ କରି କହିଛନ୍ତି, "" ଏହାଦ୍ୱାରା ରହିଥିବା ମତପାର୍ଥକ୍ୟ ଦୂର କରାଯାଇ ପାରିବ ଏବଂ ଆମେମାନେ ମିଳିମିଶି ଶିଖି ପାରିବା ଏବଂ ଏ ଦିଗରେ ଏକାଠି କାମ କରିପାରିବା | ଯାହାଫଳରେ ଏହି ବିଲରେ ନ୍ୟାୟର ସୀମା ଆହୁରି ପରିବ୍ୟାପ୍ତ ହେବ ଏବଂ ଆମ ସମାଜର ସର୍ବାଧିକ ନିଷ୍ପେଷିତ ଲୋକମାନଙ୍କୁ ଆମେ ସଶକ୍ତ କରିପାରିବା ।
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭରସା ଦେଇଛନ୍ତି ଯେ ଏହି ବିଲରେ ଥିବା ବିଭିନ୍ନ ବ୍ୟବସ୍ଥାକୁ ସମସ୍ତ ପ୍ରଚଳିତ ଆଇନ୍ ଏବଂ ଅନ୍ୟାନ୍ୟ ସଂଯୁକ୍ତ ଆଇନଗୁଡିକ ସହିତ ତଥା ଏଗୁଡିକ ଦ୍ୱାରା ସ୍ଥାପିତ ଢାଞ୍ଚାଗୁଡିକ ସହିତ ତାଳମେଳ ରଖି ପ୍ରସ୍ତୁତ କରାଯାଇଛି । ଏହି ଆଇନର ଉଦ୍ଦେଶ୍ୟ ହେଲା ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୦ରେ ମାନବ ଚାଲାଣ ସଂପର୍କିତ ଆଇନଗତ ବ୍ୟବସ୍ଥା ତଥା ଅନୈତିକ ମାନବଚାଲଣ (ନିରୋଧ) ଆଇନ୍, ୧୯୫୬କୁ ଅଧିକ ବଳିଷ୍ଠ କରିବା । ଏହି ବିଲରେ "ମାନବ ଚାଲଣ'ର ସଂଜ୍ଞା ମୂଳତଃ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୦ରୁ ଅଣାଯାଇଛି ଯେଉଁଥିରେ ଉଲ୍ଲେଖ ଅଛିି'' ଶାରିରୀକ ଶୋଷଣ, ଯୌନ ଶୋଷଣ, ଦାସତ୍ୱ କିମ୍ବା ଦାସତ୍ୱ ଓ ବେକାରୀ ସହ ସାଦୃଶ୍ୟ ଥିବା ପ୍ରଥା' । ଏହି ବିଲ୍ ଅନୁଯାୟୀ ମାନବ ଚାଲଣ ଭିକ୍ଷାବୃତ୍ତି, ଘରୋଇ କାମ, ଚାଷଜମି ବା କାରଖାନାରେ କାମ କରିବାକୁ ମଧ୍ୟ ମାନବ ଚାଲାଣରେ ଅନ୍ତର୍ଭକ୍ତ କରାଯାଇଛି ।
ମାତ୍ର ଏ କ୍ଷେତ୍ରରେ କାର୍ଯ୍ୟକରୁଥିବା କ୍ରିୟାଶୀଳ ବ୍ୟକ୍ତିମାନେ ଏହି ବିଲ୍ ରେ ଥିବା ଅନେକଗୁଡିଏ ଦୁର୍ବଳତାକୁ ଚିହ୍ନଟ କରିଛନ୍ତି ଯେଉଁଥିପାଇଁ ଏହି ବିଲ୍ ମାନବ ଚାଲଣର ମୌଳିକ ସମସ୍ୟାଗୁଡିକର ନିରାକରଣ କ୍ଷେତ୍ରରେ ବ୍ୟର୍ଥ ହେବବୋଲି ସେମାନେ ମତ ରଖୁଛନ୍ତି । ସେହିପରି ସେମାନେ ଏହି ବିଲରେ ଆଉ କେତେକ ଫାଙ୍କ ମଧ୍ୟ ଚିହ୍ନଟ କରିଛନ୍ତି ଯାହ ଫଳରେ ସମ୍ବିଧାନର ଧାରା ୧୯ ଅନୁଯାୟୀ ସ୍ୱାଧୀନ ବକ୍ତବ୍ୟ ଓ କାମ କରିବାର ଅଧିକାର ଏବଂ ଧାରା ୨୧ ଅନୁଯାୟୀ ଦିଆଯାଇଥିବା ସମ୍ମାନର ସହ ବଞ୍ଚôବାର ଅଧିକାର କ୍ଷୁର୍ଣ୍ଣ ହେବାର ଆଶଙ୍କା ରହିଛି । ଯୌନ କର୍ମୀମାନଙ୍କର ସମ୍ମାନର ସୁରକ୍ଷା ଏବଂ ସେମାନଙ୍କର କାମ କରିବାର ତଥା ବଂଚିରହିବାର ଅଧିକାରର ସୁରକ୍ଷା ଆନ୍ଦୋଳନର ଏକ ସକ୍ରିୟ ଓ ବଳିଷ୍ଠ ପ୍ରବକ୍ତା ମୀନା ସେଶୁ ବିଗତ କେଇ ବର୍ଷ ଧରି ଏହି ଆଇନର ବର୍ତ୍ତମାନର ଆକାରକୁ ବିରୋଧ କରି ଆସୁଛନ୍ତି । ତାଙ୍କର କହିବା କଥା ଯେ ରାଜ୍ୟ ପ୍ରଶାସନ ସେମାନଙ୍କର ବିକଳ୍ପ ବିକଳ ଆବେଦନକୁ ଆଦୌ କର୍ଣ୍ଣପାତ କରୁନାହିଁ ।
ମୀନାଙ୍କ ମତରେ ମାନବ ଚାଲଣକୁ ଏକ ନୈତିକତାର ପ୍ରସଙ୍ଗ କରି ଦିଆ ଯାଇଥିବାରୁ ଅତ୍ୟନ୍ତ ତ୍ରୃଟିପୂର୍ଣ୍ଣଭାବେ ଏକଥା ଧରିନିଆଯାଏ ଯେ କୌଣସି ମହିଳା ସ୍ୱଇଚ୍ଛାରେ ଯୌନକର୍ମୀ ହେବାକୁ ଚାହିଁବ ନାହିଁ । ବିଭିନ୍ନ ଚଢଉ ଏବଂ ଉଦ୍ଧାର କାର୍ଯ୍ୟବେଳେ ଧରାଯାଇଥିବା ଯୌନକର୍ମୀମାନଙ୍କର ଅଭିଜ୍ଞତାରୁ ଏହି ବାସ୍ତବତା ପଦାକୁ ଆସିଛି ଯେ "" ଚଢଉ ଉଦ୍ଧାର ଓ ପୁନଃଥଇଥାନ'' ମାନବ ଚାଲଣର ମୂଳ ସମସ୍ୟାର ନିରାକରଣ କରେ ନାହିଁ । ବରଂ ଏଗୁଡିକ ଫଳରେ ବ୍ୟାପକ ଆକାରରେ ଯୌନକର୍ମୀମାନଙ୍କର ଅଧିକାରର ହନନ ହୁଏ । କାରଣ ଏକଥା ଧରି ନିଆଯାଏ ଯେ କେବଳ ଚାଲଣ ହେଉଥିବା ମହିଳାମନେ ଉଦ୍ଧାର ଓ ଥଇଥାନ ହେବା ଆବଶ୍ୟକ ।
ସମଗ୍ର ବିଶ୍ୱରେ ମାନବ ଚାଲଣ ନିରୋଧୀ ଆଇନ ଓ ନୀତିଗୁଡିକ ଯୌନକର୍ମୀମାନଙ୍କୁ ଆଇନକୁ ବଳବତ୍ତର ତଥା କାର୍ଯ୍ୟକାରୀ କରୁଥିବା ଏବଂ ମାନବ ଚାଲଣ ବିରୋଧୀ ଗୋଷ୍ଠୀଙ୍କ ଦ୍ୱାରା କରାଯାଉଥିବା ହିଂସାରେ ପେଶି ଦେଇଛି । ଏପରି ଚଢଉ ଏବଂ ଉଦ୍ଧାର କାର୍ଯ୍ୟ ବେଳେ ଧରାଯାଇଥିବା ଯୌନ କର୍ମୀମାନଙ୍କର ଅଭିଜ୍ଞତା କୁହେ ଯେ ଏପରି ରଣ କୌଶଳ ମାନବ ଚାଲାଣ ରୋକିବା କ୍ଷେତ୍ରରେ ଆଦୌ ଫଳପ୍ରଦ ହୁଏନାହିଁ । ଭାରତରେ ଯୌନ କର୍ମୀମାନଙ୍କ ଅଧିକାର ସଂକ୍ରାନ୍ତରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ସ୍ମୃତିରୁ ତଥା କରାଯାଇଥିବା ଅନୁଧ୍ୟାନରୁ ଏହି କଟୁ ସତ୍ୟ ପଦାକୁ ଆସିଛି ଯେ "" ଉଦ୍ଧାର ଓ ପୁନଃ ଥଇଥାନ ହୋଇଥିବା'' ବହୁ ମହିଳା ପୁଣିଥରେ ସେହି ଜୀବିକାକୁ ଫେରି ଆସନ୍ତି । ଆଇ.ଟି.ପି.ଏ.ର ଶୀର୍ଷକରେ ଅନୈତିକ ଏବଂ "ଚାଲଣ' ଶଦ୍ଧର ବ୍ୟବହାର ଏକଥାକୁ ସୂଚାଏ ଯେ ମାନବ ଚାଲଣକୁ ଏକ ଅପରାଧ ଅପେକ୍ଷା ଏକ ନୈତିକତାର ପ୍ରସଙ୍ଗ ରୂପେ ବିବେଚନା କରାଯାଉଥିବାରୁ ବାସ୍ତବ କ୍ଷେତ୍ରରେ ଏହି ଆଇନ୍ "" ଯୌନକର୍ମୀ ବିରୋଧୀ '' ଆଇନରେ ରୂପାନ୍ତରିତ ହୋଇଯାଇଛି ।
ସେମାନଙ୍କର ସହମତି ନାହିଁ ବୋଲି ପୂର୍ବାନୁମାନ କରିନେଇ ଆଇ.ଟି.ପି.ଏ.ର ଧାରା ୧୭ (୨) ରେ ଉଲ୍ଲେଖ କରାଯାଇଛି ଯେ ଚଢଉ ଓ ଉଦ୍ଧା କାର୍ଯ୍ୟ ମାଧ୍ୟମରେ ଉଦ୍ଧାର କରାଯାଇଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ, ପିତାମାତା କିମ୍ବା ଅଭିଭାବକଙ୍କ ନିରାପଦ ହେପାଜତରେ ଦିଆଯିବ । ଏହା ଯୌନକର୍ମ ପାଇଁ ସହମତି ଦେଇଥିବା ପ୍ରାପ୍ତ ବୟସ୍କ ମହିଳାମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ସ୍ୱାମୀ, ପିତାମାତା କିମ୍ବା ଅଭିଭାବକଙ୍କ ସଠିକ ପରିଚୟ ଏବଂ ନିର୍ଭରଯୋଗ୍ୟତା ସଂପର୍କରେ ଯାଞ୍ଚ କରି ସେମାନଙ୍କୁ ମହିଳାଙ୍କ ହେପାଜତ ପାଇଁ ନିର୍ଦ୍ଦେଶ ଦେଇ ପାରିବେ ।
ଏହି ଧାରାରେ ପ୍ରାପ୍ତ ବୟସ୍କା ମହିଳାମାନଙ୍କୁ ଶିଶୁ ପରି ବିଚାର କରାଯାଇଥିବାରୁ ଯେଉଁ ମହିଳାମାନେ ସ୍ୱାଧୀନଭାବେ ରହୁଥିବା ପ୍ରାପ୍ତ ବୟସ୍କ ମହିଳା ରୂପେ ଯୌନକର୍ମକୁ ଆଦରି ନେଇଛନ୍ତି, ସେମାନଙ୍କ ପାଇଁ ଏହା ଘାତକ ସିଦ୍ଧ ହୋଇଛି । ଏମାନଙ୍କ ମଧ୍ୟରୁ ଅନେକେ ସେମାନଙ୍କ ପରିବାରର ମୁଖ୍ୟ ରୋଜଗାରକାରୀ । ଅନେକ କ୍ଷେତ୍ରରେ ତ ପ୍ରାପ୍ତ ବୟସ୍କା ମହିଳାମାନେ ସେମାନଙ୍କ ପରିବାରକୁ ଏକଥା ଜଣାଇ ନ'ଥାଆନ୍ତି ଯେ ସେମାନେ ଯୌନକର୍ମୀ ରୂପେ କାର୍ଯ୍ୟ କରୁଛନ୍ତି ବୋଲି । ଯେତେବେଳେ ମାଜିଷ୍ଟେ୍ରଟ ତାଙ୍କୁ ତାଙ୍କ ସ୍ୱାମୀ, ପିତାମାତା ବା ଅଭିଭାବବଙ୍କୁ କୋର୍ଟରେ ହାଜର କରିବା ପାଇଁ କୁହନ୍ତି, ସେମାନେ ଅତ୍ୟନ୍ତ ଲଜ୍ଜାଜନକ ପରିସ୍ଥିତିରେ ସେମାନଙ୍କ ପରିବାରର ସଦସ୍ୟମାନଙ୍କୁ ଏ ସଂପର୍କରେ ଜଣାଇବାକୁ ବାଧ୍ୟ ହୋଇଥାଆନ୍ତି ।
ମାନବ ଚାଲଣର ମୌଳିକ କାରଣଗୁଡିକର ନିରାକରଣ କରିବା ପରିବର୍ତ୍ତେ, ଚଢଉ, ଉଦ୍ଧାର ଓ ପୁନଃଥଇଥାନର ଆଭିମୁଖ୍ୟ ଯୌନ କର୍ମୀମାନଙ୍କର ବିପଦ ପ୍ରବଣତାକୁ ଆହୁରି ବଢାଇ ଦେଇଥାଏ । କାରଣ ସେମାନେ ଋଣ ଯନ୍ତା ଓ ଅନ୍ୟାନ୍ୟ ଶୋଷଣ ଜାଲରେ ଛନ୍ଦି ହୋଇଯାଆନ୍ତି । ଓକିଲମାନଙ୍କ ପାଇଁ ଅର୍ଥ, ଜାମିନ୍ ପାଇବାକୁ ଜାମିନଦାର, ସରକାରୀ ଅଧିକାରୀମାନଙ୍କୁ ଉତ୍କୋଚ ଦେବା ଭଳି ଖର୍ଚ୍ଚ, ବନ୍ଦୀ ଥିବା ଯୋଗୁଁ ରୋଜଗାର ନଥିବା ବେଳେ ଏଭଳି ବଢିଚାଲିଥିବା ନିତିଦିନିଆ ଖର୍ଚ୍ଚ ଇତ୍ୟାଦି ଯୋଗୁ ସ୍ୱଧାର ଗୃହରୁ ବାହାରିଥିବା ମହିଳାମାନେ ବିପୁଳ ପରିମାଣରେ ହାତଉଧାର କରି ଋଣ ଯନ୍ତାରେ ବୁଡ଼ିଯାନ୍ତି । ବିଡ଼ମ୍ବନାର ବିଷୟ ଚଢଉ ଓ ଉଦ୍ଧାର କାର୍ଯ୍ୟ ଫଳରେ ମହିଳାଟି ଋଣ ଯନ୍ତାରେ ପଡ଼ିଯାଉଛି । ଏପରି ପରିସ୍ଥିିତିରେ ଚଢ଼ାଉ ଓ ଉଦ୍ଧାର କାର୍ଯ୍ୟ, ଯାହାର ଲକ୍ଷ୍ୟ ହେଉଛି ଏହିପରି ମହିଳାମାନଙ୍କୁ ସାହାଯ୍ୟ କରିବା ମାତ୍ର ଦେଖାଯାଉଛି ଏପରିସ୍ଥଳେ ଚଢ଼ାଉ ଓ ଉଦ୍ଧାର କାର୍ଯ୍ୟ ନିଜ ଲକ୍ଷ୍ୟରୁ ଦୁରେଇ ଯାଉଛି । ଏହା ବିଲରେ ଏକ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ବୋଲି ମତ ଦିଆଯାଉଛି ।
ଯେତେବେଳେ ବର୍ତ୍ତମାନର ସ୍ଥିତି ଏପରି ରହିଛି, ବିଲଟି ଆଇନର ରୂପ ନେଇ କାର୍ଯ୍ୟକାରୀ ହେବାପରେ ସୁରକ୍ଷା ଓ ନିରାକରଣ ନାମରେ ପରିସ୍ଥିତି ଆହୁରି ଖରାପ ହୋଇଯିବ । ଏହି ଆଇନ ଯୋଗୁଁ ମାନବଚାଲଣ ଉପରେ ଅଧିକ ନିଘା ରଖାଯିବ ଏବଂ ପ୍ରାପ୍ତ ବୟସ୍କା ମହିଳାମାନଙ୍କୁ ଥଇଥାନ ଗୃହକୁ ପଠାଇ ଦିଆଯିବ ଅଥବା ସେମାନଙ୍କର ମୂଳସ୍ଥାନକୁ ପଠାଇ ଦିଆଯିବ । ଯୌନକର୍ମୀମାନଙ୍କର ସମୂହ "ସଂଗ୍ରାମ' ସହ ସଂପୃକ୍ତ ଜଣେ ସାମାଜିକ କର୍ମୀ ଆରତୀ ପାଇ କୁହନ୍ତି "" ମାନବ ଚାଲାଣର ଶିକାର ହୋଇଥିବା ବ୍ୟକ୍ତି ଯଦି ଥଇଥାନ ଗୃହକୁ ଯିବାକୁ ଚାହାନ୍ତି ନାହିଁ କିମ୍ବା ନିଜ ଦେଶକୁ ଫେରିଯିବାକୁ ଚାହାନ୍ତି ନାହିଁ ତେବେ ସେପରି ସ୍ଥିତି ପାଇଁ କୌଣସି ବ୍ୟବସ୍ଥା ଏହି ଆଇନରେ ନାହିଁ । ଯାହାକି ସମ୍ବିଧାନର ଧାରା ୧୯(୧)(ଜି) ର ବିରୁଦ୍ଧାଚରଣ କରୁଛି । ଏହି ଧାରାରେ କାମ କରିବାର ମୌଳିକ ଅଧିକାରକୁ ସ୍ୱୀକାର କରାଯାଇଛି ।
ସମ୍ବିଧାନର ଧାରା ୨୧ ରେ ଉଲ୍ଲେଖ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସମ୍ମାନ ଓ ସ୍ୱୟଂଶାସନ । ଯଦିଓ ସାମାଜିକ କର୍ମୀମାନେ ଏକଥା ସ୍ୱୀକାର କରନ୍ତି ଯେ ମାନବ ଚାଲାଣ ନିଶ୍ଚିତରୂପେ ଏକ ଅପରାଧିକ କାର୍ଯ୍ୟ, ଏବଂ ଏଥିପାଇଁ ଅସାଧୁ ଲୋକ ଓ ଅପରାଧୀମାନଙ୍କ ଗୋଷ୍ଠୀର ମୁକାବିଲା କରିବା ପାଇଁ ଦୃଢ ପଦକ୍ଷେପମାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି, ମାତ୍ର ମାନବ ଚାଲଣ ନିରୋଧ ବିଲ୍ କେବଳ ଅପରାଧର ଶିକାର ହେଉଥିବା ବ୍ୟକ୍ତିମାନଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଛି, ଅପରାଧ ଘଟାଇଥିବା ଲୋକମାନଙ୍କ ଉପରେ ନୁହେଁ ।