ହେଡଲାଇନସ୍:

ଜଙ୍ଗଲର ସାମାଜିକ ଜୀବନ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଭୂତି ପତି

[ଜଙ୍ଗଲରେ ଥିବା ଏକକ ଗଛଲତାଗୁଡ଼ିକ ମଣିଷ ପାଇଁ ଯେଉଁ ଜୀବନଶୈଳୀ ଓ ସାମାଜିକ ବ୍ୟବସ୍ଥା ସୃଷ୍ଟି କରେ ତାହା ମଣିଷର ତିଷ୍ଠି  ରହିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ  । ଜଙ୍ଗଲର ପ୍ରଭାବରେ ବୃଷ୍ଟିପାତ ହେବା ସହିତ ଜଙ୍ଗଲ ମଣିଷକୁ ଅମ୍ଳଜାନ ଯୋଗାଇ ଅଙ୍ଗାରକାମ୍ଳ ଶୋଷି ନିଏ  । ଆଲୋକ ସଂଶ୍ଲେଷଣ ଦ୍ୱାରା ଜୈବିକ ପଦାର୍ଥରେ ଅଙ୍ଗାରକାମ୍ଳ ଗ୍ୟାସ୍କୁ ରୂପାନ୍ତରିତ କରେ  । ଏହି ଜୈବିକ ପଦାର୍ଥକୁ ଜଙ୍ଗଲ,  ମୃତ କାଠ ଏବଂ ପଟୁ ଆକାରରେ ଜଙ୍ଗଲ ଜମିରେ ସାଇତି ରଖେ  । ଜଙ୍ଗଲ କ୍ଷୟ ଦ୍ୱାରା ଜଙ୍ଗଲରୁ ଅଙ୍ଗାରକ ମୁକ୍ତ ହୋଇଯାଏ ଏବଂ ଏହା ବାୟୁମଣ୍ଡଳର ପ୍ରଦୂଷଣକୁ ବୃଦ୍ଧି କରେ । ଜଙ୍ଗଲ ଧ୍ୱଂସ ଯୋଗୁଁ ବନ୍ୟ ପ୍ରାଣୀମାନଙ୍କର ବାସସ୍ଥଳୀ ଓ ସୃଷ୍ଟିର ପରିସଂସ୍ଥାନ ନଷ୍ଟ ହୋଇଯାଏ  । ଏହାଦ୍ୱାରା ମଣିଷ ଓ ବନ୍ୟପ୍ରାଣୀଙ୍କ ସଂଘର୍ଷ ଆଜି ତୀବ୍ରତର  । ସଂପ୍ରତି ବିଶ୍ୱରେ ବାର୍ଷିକ ପ୍ରାୟ ୩୦୦୦ ପ୍ରଜାତିର ପ୍ରାଣୀ ଲୋପ ପାଉଛନ୍ତି ଏବଂ ହଜାର ହଜାର ଲୋପ ପାଇବାକୁ ଧାଉଁଛନ୍ତି ।]

 ହା ନିଶ୍ଚିତ ସ୍ୱାଗତ ଯୋଗ୍ୟ କେନ୍ଦ୍ର ପରିବେଶ-ଜଙ୍ଗଲ-ଜଳବାୟୁ ପରିବର୍ତନ ମନ୍ତ୍ରୀ  ପରିବେଶ ପ୍ରଭାବ ଆକଳନ (ଇ.ଆଇ.ଏ) ପ୍ରସ୍ତାବିତ ବିଲ୍ ସମ୍ପର୍କରେ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକର ପୁନର୍ବିଚାର  କରିବା ପାଇଁ ଚିନ୍ତା କରୁଛନ୍ତି ଏବଂ ଏଥିପାଇଁ ମତାମତ ମଧ୍ୟ ଲୋଡ଼ିଛନ୍ତି  । ଏଠାରେ ଉଲ୍ଲେଖଯୋଗ୍ୟ ଗତ କିଛି ମାସ ଧରି କେନ୍ଦ୍ର ସରକାରଙ୍କର ଇ.ଆଇ.ଏ ବିଲ୍ ବିଜ୍ଞପ୍ତିରେ ଥିବା କେତେକ ନୀତି ନିୟମ ତଥା ବ୍ୟବସ୍ଥାକୁ ନେଇ ପରିବେଶବିଦ୍, ବନ୍ୟପ୍ରାଣୀ ଓ ପରିସଂସ୍ଥାନ ବିଶେଷଜ୍ଞଙ୍କ ସମେତ ଜଳବାୟୁ ପରିବର୍ତନ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଥିଲେ ଏବଂ ଉଦ୍ବେଗ ପ୍ରକଟ  ଆତଙ୍କିତ ଅବସ୍ଥାରେ ଏହାକୁ ବିରୋଧ କରି ନିଜର ମତାମତ ଗଣମାଧ୍ୟମରେ ପ୍ରକାଶ କରିଥିଲେ  । 

ଗୋଟିଏ ଗଛ କାଟିବା ଏକ ଖୁନ୍-ହତ୍ୟା-ମର୍ଡର ! ଠିକ୍ ସେହିପରି ଗୋଟିଏ ଜଙ୍ଗଲକୁ କାଟି ପଦା କରିଦେବା ହେଉଛି ଗଣହତ୍ୟା ସହିତ ସମାନ । କେତେକ ଲୋକେ ଏବଂ ତଥା କଥିତ ବିକାଶକୁ ନେଇ ଯୁକ୍ତି ଉପସ୍ଥାପନ କରୁଥିବା ଗୋଷ୍ଠୀ କୁହନ୍ତି, ଭାରତରେ ଯଥେଷ୍ଟ ଅନୁପାତର ଜମିରେ ଜଙ୍ଗଲ ଆଚ୍ଛାଦନ ରହିଥିବାରୁ ଦେଶର ବିକାଶ ଦୃଷ୍ଟିରୁ ସେହି ଜଙ୍ଗଲରୁ କିଛି ଅଂଶକୁ କାଟି ଦେବାରେ କୌଣସି ବିପଦ ନାହିଁ  । ବିଶେଷ କରି ଅନ୍ୟତ୍ର ଜଙ୍ଗଲ ସୃଷ୍ଟି କରାଯାଇ ପାରୁଥିବାରୁ ଏପରି କରିବାରେ କୌଣସି ଆପତି ରହିବା ଅନୁଚିତ୍  । ଉପରୋକ୍ତ ଗୋଷ୍ଠୀମାନଙ୍କର ଏପରି ଯୁକ୍ତି ଗୁରୁତର ଭାବେ ପ୍ରମାଦପୂର୍ଣ୍ଣ, କାରଣ ବୃକ୍ଷଗୁଡ଼ିକ ଅନୁଭବ କରିବା ସହିତ ନିଜ ନିଜ ଭିତରେ ଯୋଗାଯୋଗ ଓ ସମ୍ପର୍କ ରକ୍ଷା କରନ୍ତି, ତଥା ପରସ୍ପରର ଯତ୍ନ ନିଅନ୍ତି ଏବଂ ଏକ ସାମାଜିକ ମଙ୍ଗଳକାରୀ ଜୀବନ୍ତ ଜୀବ ସଦୃଶ ଜୀବନ ଧାରଣ କରନ୍ତି  । ତେଣୁ ବୃକ୍ଷମାନଙ୍କ ସହିତ ସମ୍ମାନର ସମ୍ପର୍କ ଓ ସାମାଜିକ ଜୀବନ ସଦୃଶ ବଂଚିବାର ଆବଶ୍ୟକତାକୁ ନେଇ ଜୀବନ ନିର୍ବାହ କରାଯିବା ଉଚିତ  । ମଣିଷ ସ୍ୱାର୍ଥପର ହୋଇ କେବଳ ନିଜର ସୁବିଧା ଅନୁଯାୟୀ ଗଛକୁ କାଟିଦେଇ ଜଙ୍ଗଲ ଧ୍ୱଂସ କରିବା ଆଦୌ ଉଚିତ୍ ନୁହେଁ  । ପୁନଶ୍ଚ ବୃକ୍ଷରୋପଣ କରାଯାଉଥିବା ଗଛଲତା ଗୁଡ଼ିକ କେବେ ହେଲେ ଯୁଗ ଯୁଗ ଧରି ଜୀବନ୍ତ ଜଙ୍ଗଲର ସମକକ୍ଷ ହୋଇପାରିବେ ନାହିଁ  । ଏହା କୌଣସି କଳ୍ପନା-ଆବେଗ-କାହାଣୀର ଅବତାରଣା ନୁହେଁ ବରଂ ଏହା ବିଜ୍ଞାନ ସମ୍ମତ ଏବଂ ବାସ୍ତବ ତଥ୍ୟ  । 

ବୃକ୍ଷଗୁଡ଼ିକର ସମ୍ବେଦନଶିଳତା ଓ ସେମାନଙ୍କର ସାମାଜିକ ସହବାସ୍ଥାନ ସମ୍ପର୍କରେ ଆଲୋଚନା କରିବା ପରିପ୍ରେକ୍ଷୀରେ ବିଶ୍ୱର ବିଶିଷ୍ଟ ବୈଜ୍ଞାନିକ ସାର୍ ଜଗଦୀଶ ଚନ୍ଦ୍ର ବୋଷଙ୍କୁ ମନେପକାଇବା ଆବଶ୍ୟକ  । ସାର୍ ଜଗଦୀଶ ଚନ୍ଦ୍ର ବୋଷ ଦୂରରୁ ଥାଇ ବେତାରରେ ସଙ୍କେତ ପ୍ରେରଣ ଏବଂ ମାଇକ୍ରୋୱେଭ୍ ଅପ୍ଟିକ୍ସ କ୍ଷେତ୍ରରେ ନବଦିଗନ୍ତ ସୃଷ୍ଟି କରିବା ପରି ଯୋଗଦାନ କରିଥିଲେ  । ସାର୍ ବୋଷ ମଧ୍ୟ ଉଦ୍ଭିଦ ଶରୀରତତ୍ୱ ତଥା ତା'ର ମନର କଥା ବୁଝିବା ସକାଶେ ପ୍ରଥମ କରି ଏକ ବୈପ୍ଳବିକ ଅବଦାନ ବିଶ୍ୱକୁ ଦେଇଥିଲେ । ଏକ ଐତିହାସିକ ଘଟଣା କ୍ରମରେ ସାର୍ ବୋଷ ଏକଥା ପ୍ରମାଣିତ କରିଦେଲେ, "ଉଦ୍ଭିଦମାନଙ୍କର ମଧ୍ୟ ଚେତନା ରହିଛି  । ୧୯୦୧ ମସିହାରେ ଲଣ୍ଡନ ସ୍ଥିତ ରୟାଲ୍ ସୋସାଇଟିରେ ଏକ ପରୀକ୍ଷା ଦ୍ୱାରା ସାର୍ ବୋଷ ପ୍ରମାଣ କରିଥିଲେ ଗୋଟିଏ ଗଛ ବିଷର ପ୍ରଭାବରେ ମୃତୁ୍ୟବରଣ କରିବା ପୂର୍ବରୁ ଖୁବ୍ ଜୋର୍ରେ ଥରୁଛି  । ସାର୍ ବୋଷ "ଉଦ୍ଭିଦ ସ୍ନାୟୁ ବିଜ୍ଞାନର ମୁଳଦୂଆ ସର୍ବପ୍ରଥମେ ବିଶ୍ୱରେ ପକାଇଥିଲେ ବୋଲି କହିଲେ ଅତୁ୍ୟକ୍ତି ହେବନାହିଁ  । ସାର୍ ବୋଷ ଏକଥା ମଧ୍ୟ ପ୍ରମାଣିତ କରିଛନ୍ତି, ପ୍ରାଣୀମାନଙ୍କ ପରି ବୃକ୍ଷଲତାମାନଙ୍କର ତଥା ସମସ୍ତ ଉଦ୍ଭିଦ ଜଗତର ମଧ୍ୟ ଏକ କେନ୍ଦ୍ରୀୟ ସ୍ନାୟୁ ବ୍ୟବସ୍ଥା ରହିଛି  । ସେହି ସ୍ନାୟୁଗୁଡ଼ିକ ଉଦ୍ଭିଦର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପର୍ଯ୍ୟନ୍ତ ବ୍ୟାପି ରହିଛନ୍ତି  । ଉଦ୍ଭିଦର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା କୌଣସି ଉଦ୍ଧୀପନା ପାଇଲେ ତାହାକୁ ବୈଦୁ୍ୟତିକ ଉପାୟରେ ସଙ୍କେତ ଦ୍ୱାରା ରୂପାନ୍ତରିତ କରିବା ପାଇଁ ତଥା ଏକ ସ୍ନାୟୁ କେନ୍ଦ୍ରରୁ ଶରୀରର ଅଙ୍ଗ ଚାଳନା ପାଇଁ ଆବଶ୍ୟକୀୟ ଅଙ୍ଗକୁ ତୀବ୍ର ଶକ୍ତି ପ୍ରେରଣ କରିଥାଏ  ।

ସାର୍  ବୋଷ କହିଥିଲେ, ଉଦ୍ଭିଦମାନେ ସେମାନଙ୍କ ପରିବେଶରେ ଘଟୁଥିବା ପରିବର୍ତନ ସମ୍ପର୍କରେ ସମ୍ପୂର୍ଣ୍ଣ ରୂପେ ଅବଗତ ଏବଂ କୌଣସି ଉଦ୍ଧୀପନା ପାଇଲେ ଯେଉଁ ପ୍ରତିକ୍ରିୟା ପ୍ରକାଶ କରନ୍ତି ସେକଥା ପ୍ରତ୍ୟକ୍ଷ ମଧ୍ୟ କରିହେବ  । ଏପରିକି ଭଷା ମେଘ ଯୋଗୁ ଉଦ୍ଭିଦ ଜଗତ ଉପରେ ପଡ଼ୁଥିବା ଆଲୋକର ସାମାନ୍ୟତମ ପରିବର୍ତନକୁ ମଧ୍ୟ ଉଦ୍ଭିଦମାନେ ଧରି ରଖି  ପ୍ରତିକ୍ରିୟା ପ୍ରକାଶ କରନ୍ତି  । ଏହା ସହିତ ସ୍ନାୟୁବିକ  ଉଦ୍ଦୀପନାର ପ୍ରେରଣ ମଧ୍ୟ ଉଦ୍ଭିଦର ବିକାଶ, ଶ୍ୱାସପ୍ରଶ୍ୱାସ ଏବଂ ଅଙ୍ଗଚାଳନା କାର୍ଯ୍ୟକୁ ନିୟନ୍ତ୍ରିତ କରିଥାଏ  । ସାର ବୋଷ ପ୍ରମାଣ କରିଥିଲେ, ପ୍ରାଣୀମାନଙ୍କ କ୍ଷେତ୍ରରେ ହେଉଥିବା ହୃତ୍ ସ୍ପନ୍ଦନପରି ଉଦ୍ଭିଦମାନଙ୍କର ମଧ୍ୟ ସ୍ୱେଚ୍ଛାକୃତ ସ୍ପନ୍ଦନ କାର୍ଯ୍ୟକଳାପ ଦେଖିବାକୁ ମିଳିଥାଏ  । ବାସ୍ତବରେ ସାର  ବୋଷଙ୍କର ଏହି କାଳଜୟୀ ଉଚ୍ଚକୋଟୀର ଗବେଷଣାତ୍ମକ ସନ୍ଦର୍ଭ ""ସାର ଜଗଦୀଶ ଚନ୍ଦ୍ର ବୋଷ ଏବଂ ଉଦ୍ଭିଦ ସ୍ନାୟୁ ବିଜ୍ଞାନ'' ରେ ପ୍ରକାଶିତ କିଛି ଗବେଷଣା ତଥ୍ୟକୁ ଜୁନ୍ ୩୦ ତାରିଖ ୧୯୨୯ ମସିହାରେ ଲଣ୍ଡନର ଗିଲ୍ ହାଉସରେ  ଦର୍ଶାଯାଇଥିଲା  । ପ୍ରକାଶ  ନାରାୟଣ ଟଣ୍ଡନ୍ ଲଣ୍ଡନର  ଗିଲ୍ ହାଉସରେ  ସାର୍ ବୋଷଙ୍କ ‘ଇଣ୍ଡିଆନ୍ ଜର୍ଣ୍ଣାଲ ଅଫ୍ ମେଡ଼ିକାଲ ରିସର୍ଚ୍ଚ’ରେ ପ୍ରକାଶିତ ତଥ୍ୟକୁ ଉଦ୍ଧାର କରି କହିଥିଲେ, ""ଆହୁରି ଅନେକ ପ୍ରକାର ପ୍ରମାଣିତ ଉପାୟ ଦ୍ୱାରା ଆମେମାନେ ଏକଥା ଜାଣିପାରିବା ଏବଂ ଅନୁଭବ କରିପାରିବା ଯେ, ଉଦ୍ଭିଦ ଜଗତ ନିକଟରେ ମଧ୍ୟ ଏକ ହୃଦୟ ରହିଛି ଯାହା ବୃକ୍ଷଲତାର ଜୀବନ ଥିବା ପର୍ଯ୍ୟନ୍ତ ଲଗାତର ଭାବେ ସ୍ପନ୍ଦିତ ହୋଇଚାଲିଥାଏ” । 

ସାର୍ ବୋଷଙ୍କ ପଦାଙ୍କ ଅନୁସରଣ କରି ଅନ୍ୟାନ୍ୟ ଗବେଷକମାନେ ଓ ଉଦ୍ଭିଦ ବିଜ୍ଞାନୀ କାଳକ୍ରମେ ଉଦ୍ଭିଦ ସ୍ନାୟୁ ବିଜ୍ଞାନ ବ୍ୟବହାର କରି ପୃଥିବୀର ବିଭିନ୍ନ ପ୍ରାନ୍ତରର ଜଙ୍ଗଲଗୁଡ଼ିକୁ ନେଇ ଗବେଷଣା କରିଥିଲେ  । ପିଟର୍ ୱହେଲ୍ଲବେନଙ୍କ "ବୃକ୍ଷମାନଙ୍କର ଗୋପନ ଜୀବନ' (ଦି ହିଡ଼ିନ୍ ଲାଇଟ୍ ଅଫ୍ ଟ୍ରିଜ୍) ପୁସ୍ତକର ମୁଖବନ୍ଧରେ ପ୍ରଦୀପ୍ କ୍ରିସେନ୍ ସୂଚାଇ ଦେଇ ଦର୍ଶାଇଛନ୍ତି, ଧୀରେ ଧୀରେ ଖାଇଲେ ପତ୍ରର ତନ୍ତୁଗୁଡ଼ିକ ମଧ୍ୟ ବୈଦୁ୍ୟତିକ ସଙ୍କେତ ପ୍ରେରଣ କରିଥାନ୍ତି । ମଣିଷମାନେ ଆଘାତ ପାଇଲେ ଯେପରି ପ୍ରତିକ୍ରିୟାମାନ ପ୍ରକାଶ କରିଥାନ୍ତି ଠିକ୍ ସେହିପରି ଉଦ୍ଭିଦମାନେ ମଧ୍ୟ ବିଭିନ୍ନ ପ୍ରତିକ୍ରୟା ପ୍ରକାଶ କରିଥାନ୍ତି  । ଏପରି କରିବା ଦ୍ୱାରା ଉଦ୍ଭିଦଜଗତ ତାଙ୍କ ମଧ୍ୟରେ ଥିବା ପ୍ରତିରକ୍ଷାମୂଳକ ରସାୟନକୁ ଆମନ୍ତ୍ରଣ କରିଥାନ୍ତି  । ଏହି ସମୟରେ ଉଦ୍ଭିଦମାନେ ବାସ୍ନାର ଅଣୁ ଆକାରରେ ରସାୟନିକ ସଙ୍କେତ ପଠାଇଥାନ୍ତି  । ଏହି ସଙ୍କେତ ସୂଚନା ଅନ୍ୟ ଉଦ୍ଭିଦମାନଙ୍କୁ ଆସୁଥିବା ବିପଦ ସମ୍ପର୍କରେ ସତର୍କ କରାଇଦିଏ ଏବଂ ସେମାନଙ୍କୁ ପ୍ରତିରକ୍ଷାତ୍ମକ ପଦକ୍ଷେପମାନ ନେବାରେ ସହାୟକ ହୁଏ  । ୱହେଲ୍ଲବେନ୍ ସ୍ୱୟଂ ଏ ସମ୍ପର୍କରେ ଆଫ୍ରିକୀୟ ସାଭାନ୍ନା ଅଚଂଳରେ ଦେଖାଯାଉଥିବା ଅମ୍ବେ୍ରଲା ଥୋର୍ନ୍ନ ଆକାଶିଆ ବୃକ୍ଷର ଦୃଷ୍ଟାନ୍ତ ଦେଇଛନ୍ତି  । ଜୀରାଫମାନେ ଏହି ଅମ୍ବେ୍ରଲା ଥର୍ମ ଆକାଶିଆ ଗଛର ପତ୍ର ଖାଇବା ସମୟରେ ଗଛମାନେ ନିଜ ଶରୀରରେ ଏକ ପ୍ରକାର ବିଷ ସୃଷ୍ଟି କରନ୍ତି । ମାତ୍ର  କିଛି ମିନିଟ୍ ମଧ୍ୟରେ ଅମ୍ବେ୍ରଲା ଥୋର୍ନ୍ନ ଆକାଶିଆ ଗଛଗୁଡ଼ିକ ସେମାନଙ୍କର ପତ୍ରକୁ ବିଷାକ୍ତ ଦ୍ରବ୍ୟ ପଠାଇବା ଆରମ୍ଭ କରିଦିଅନ୍ତି ଏବଂ ନିଜ ପତ୍ରରେ ଏକ ଦୁର୍ଗନ୍ଧ ଭରିଦିଅନ୍ତି  । ଏହି ତୃଣଭୋଜୀ ଜୀରାଫମାନଙ୍କ ଖାଦ୍ୟ ହେବାରୁ ରକ୍ଷା ପାଇବା ପାଇଁ ଏହି ଗଛଗୁଡ଼ିକ ଏପରି ବିଷାକ୍ତ ଦ୍ରବ୍ୟ ନିଜ ପତ୍ରକୁ ପଠାଇବା ଓ ଦୁର୍ଗନ୍ଧ ସୃଷ୍ଟି କରନ୍ତି ଫଳରେ ଜୀରାଫ ଗୁଡ଼ିକ ଏହାକୁ ଅନୁଭବ କରି ପ୍ରାୟ ୧୦୦ଗଜ ଦୂରକୁ ଚାଲିଯାଇଥାନ୍ତି କାରଣ ୧୦୦ଗଜ ଭିତରେ ଏହି ଦୁର୍ଗନ୍ଧକୁ ଜୀରାଫ ସହ୍ୟ କରିନପାରି ଦୂରକୁ ଚାଲିଯାଏ  । ଅମ୍ବରେଲା ଥର୍ନ  ଆକାଶୀୟା ଗଛ ଏଥିଲିନ୍ ନାମକ ଗ୍ୟାସ୍ ନିର୍ଗତ କରିଥାଏ  । ଯାହା ଏହାର ସମ ପ୍ରଜାତିର ସାଥି ବୃକ୍ଷଲତାମାନଙ୍କୁ ଜୀରାଫର ବିପଦ ସମ୍ପର୍କରେ ସତର୍କ କରାଇଦିଏ  । ଏହା ହେଉଛି ଜଙ୍ଗଲର ସାମାଜିକ ଜୀବନ ବୋଲି ୱହେଲ୍ଲବେନ୍  ଦର୍ଶାଇଛନ୍ତି । 

ୱହେଲ୍ଲବେନ୍  ଆହୁରି ମଧ୍ୟ ପ୍ରମାଣ କରିଛନ୍ତି, ବୃକ୍ଷଲତାମାନେ ବାସ୍ନା, ବୃଷ୍ଟି ଏବଂ ବୈଦ୍ୟୁତିକ  ସଙ୍କେତର ସୂଚନା ଦ୍ୱାରା ଭାବର ଆଦାନ ପ୍ରଦାନ କରିଥାନ୍ତି  । ଉଦ୍ଭିଦ ଜଗତର  ଠିକ୍ ପ୍ରାଣୀ ଜଗତ ପରି ଏକ ସାମାଜିକ  ଜୀବନଶୈଳୀ ରହିଛି  । ଏକା ପ୍ରଜାତିର ବୃକ୍ଷଲତାମାନେ ପରସ୍ପର ସହ ସେମାନଙ୍କ ଚେର ସହିତ ସଂଯୁକ୍ତ ହୋଇଥିବା ଏକ ପ୍ରକାର ଫିମ୍ପିର ଗୋଟିଏ ଜଟିଳ ଜାଲ (ନେଟ୍ୱାର୍କ) ଦ୍ୱାରା ପରସ୍ପର ସହ ଭାବ ବିନିମୟ କରନ୍ତି  । ଏହି ନେଟ୍ୱର୍କ ମାଧ୍ୟମରେ ସେହିସବୁ ବୃକ୍ଷଲତାମାନେ ସେମାନଙ୍କ ମଧ୍ୟରେ ଅଙ୍ଗାରକ ଏବଂ ଅନ୍ୟାନ୍ୟ ପୁଷ୍ଟିର ବିନିମୟ କରିଥାନ୍ତି  । ୱହେଲ୍ଲବେନ୍  କୁହନ୍ତି, ""ଏଭଳି ପ୍ରମାଣିତ ବିଜ୍ଞାନ ତଥ୍ୟକୁ ଆଧାର କରି ଏହି ନିର୍ଯ୍ୟାସରେ ପହଂଚି ହେଉଛି, ଜଙ୍ଗଲଗୁଡ଼ିକର ବୃକ୍ଷଲତା ହେଉଛନ୍ତି ଗୋଟିଏ ଗୋଟିଏ ଉଚ୍ଚତର ଜୀବ ଏବଂ ଯେଉଁଥିରେ ପିମ୍ପୁଡ଼ିମାନଙ୍କର ଦଳ ଠାରୁ ଆରମ୍ଭ କରି ବିଭିନ୍ନ ବୃକ୍ଷଲତା ଓ ମାଟି ତଳର କୀଟପତଙ୍ଗ ତଥା କ୍ଷୁଦ୍ରରୁ ନେଇ ବୃହତ୍ ପ୍ରାଣୀମଧ୍ୟରେ ଦୃଢ଼ ପାରସ୍ପରିକ ସହବସ୍ଥାନର ସମ୍ପର୍କମାନ ରହିଛି”  । 

ଗଛଗୁଡ଼ିକ ଏପରି ସାମାଜିକ ଜୀବନ ନିର୍ବାହ କରନ୍ତି କାହିଁକି ଏବଂ ବୃକ୍ଷଲତା କାହିଁକି ସମପ୍ରଜାତିର ଅନ୍ୟ ବୃକ୍ଷଲତା ସହିତ ଖାଦ୍ୟ ବାଂଟନ୍ତି ଏବଂ ବେଳେ ବେଳେ ସେମାନଙ୍କର ପ୍ରତିଦ୍ୱନ୍ଦୀମାନଙ୍କୁ ପୁଷ୍ଟି ସାଧନ ମଧ୍ୟ କରାଇଥାନ୍ତି ବୋଲି ୱହେଲ୍ଲବେନ୍ ଦର୍ଶାଇଛନ୍ତି । ମଣିଷମାନଙ୍କ ଗୋଷ୍ଠୀ ରେ ଯେପରି ପରସ୍ପରକୁ ସାହାଯ୍ୟ କରାଯାଏ, ଉଦ୍ଭିଦମାନଙ୍କ ଜୀବନରେ ସେହି ଏକା କାରଣ ପାଇଁ ପରସ୍ପରକୁ ସାହାଯ୍ୟ କରାଯାଏ  । ନିଜ ସନ୍ଦର୍ଭରେ ୱହେଲ୍ଲବେନ୍  ଲେଖିଛନ୍ତି, ଜୀବନଧାରଣ ପାଇଁ ଏକ ସାମାଜିକ ଜୀବନରେ ଏକତ୍ର କାର୍ଯ୍ୟ କରିବାର ଅନେକ ସୁବିଧାମାନ ରହିଛି  । ଗୋଟିଏ ଗଛ କିମ୍ବା ଲତା ଏକ ଜଙ୍ଗଲ ନୁହେଁ ଏହା ଆମକୁ ବୁଝିବାକୁ ପଡ଼ିବ  । ଗୋଟିଏ ଗଛ ଏକୁଟିଆ ଏକ ନିର୍ଭରଯୋଗ୍ୟ ସ୍ଥାନୀୟ ଜଳବାୟୁର ସର୍ଜନା କରିପାରିବ ନାହିଁ କିମ୍ବା ପାଣିପାଗକୁ ପ୍ରଭାବିତ କରିପାରିବ ନାହିଁ  । ଏକାନ୍ତରେ ଥିବା ଗୋଟିଏ ବୃକ୍ଷ ସ୍ଥାନୀୟ ପବନ ଓ ପାଣିପାଗର ଦୟାରେ ଜୀବନଧାରଣ କରେ ଏବଂ ଏହି ପବନ ଓ ପାଣିପାଗ ଜଙ୍ଗଲରୁ ସୃଷ୍ଟିହୁଏ, ଗୋଟିଏ ବୃକ୍ଷ ବା ଲତାରୁ ନୁହେଁ  । ଏକାସାଙ୍ଗରେ ଅନେକଗୁଡ଼ିଏ ବୃକ୍ଷଲତା ମିଶି ଏପରି ଏକ ପରିସଂସ୍ଥାନ ସୃଷ୍ଟି କରନ୍ତି ଯାହାକି ଚରମ ଉତାପ ଓ କମ୍ ହିମକୁ ମଝି ମଝିଆ ସ୍ତରକୁ ଆଣିବାରେ ସକ୍ଷମ ହୁଅନ୍ତି  । ଏହି ପରିସଂସ୍ଥାନ ପ୍ରଚୁର ପରିମାଣର ଜଳ ଏବଂ ଜଳୀୟ ଅଂଶ ସାଇତି ରଖିପାରେ  । ଏକ ସୁରକ୍ଷିତ ପରିବେଶରେ ଗଛଲତା ପୂର୍ଣ୍ଣ ଉଦ୍ଭିଦ ଜଗତ ନିଜର ବୃଦ୍ଧା ଅବସ୍ଥା ପର୍ଯ୍ୟନ୍ତ ତିଷ୍ଠି ରହିପାରିବେ  । ଏପରି ଏକ ପାରିବାରିକ ଓ ସାମଜିକ ସ୍ତରରେ ପହଂଚିବା ପାଇଁ ଯେକୌଣସି ସ୍ଥିତିରେ ମଧ୍ୟ ବୃକ୍ଷଲତାମାନଙ୍କର ଗୋଷ୍ଠୀ  ଅକ୍ଷୁର୍ଣ୍ଣ ରହିବା ଆବଶ୍ୟକ  । ଯଦି ପ୍ରତ୍ୟେକ ବୃକ୍ଷଲତା ସ୍ୱାର୍ଥପର ଭାବେ କେବଳ ନିଜକୁ ବଂଚାଇ ରଖିବା କଥା ବିଚାର କରୁଥାଆନ୍ତେ ତେବେ ଅନେକ ବୃକ୍ଷଲତା ନିଜର ବାର୍ଦ୍ଧକ୍ୟ ଅବସ୍ଥାର ବହୁ ପୂର୍ବରୁ ମୃତୁ୍ୟ ବରଣ କରନ୍ତେ  । ସୃଷ୍ଟିର ଆରମ୍ଭରୁ ଯଦି ଉଦ୍ଭିଦ ଜଗତର ବୃକ୍ଷଲତା କେବଳ ନିଜକୁ ବଂଚାଇ ରଖିଥାଆନ୍ତେ ତେବେ ପ୍ରକୃତି କୋଳରେ ଆଜି ଜଙ୍ଗଲ ସୃଷ୍ଟି ହୋଇପାରିନଥାନ୍ତା  । 

ଜଙ୍ଗଲରେ ଥିବା ଏକକ ଗଛଲତାଗୁଡ଼ିକ ମଣିଷ ପାଇଁ ଯେଉଁ ଜୀବନଶୈଳୀ ଓ ସାମାଜିକ ବ୍ୟବସ୍ଥା ସୃଷ୍ଟି କରେ ତାହା ମଣିଷର ତିଷ୍ଠି  ରହିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ  । ଜଙ୍ଗଲର ପ୍ରଭାବରେ ବୃଷ୍ଟିପାତ ହେବା ସହିତ ଜଙ୍ଗଲ ମଣିଷକୁ ଅମ୍ଳଜାନ ଯୋଗାଇ ଅଙ୍ଗାରକାମ୍ଳ ଶୋଷି ନିଏ  । ଆଲୋକ ସଂଶ୍ଲେଷଣ ଦ୍ୱାରା ଜୈବିକ ପଦାର୍ଥରେ ଅଙ୍ଗାରକାମ୍ଳ ଗ୍ୟାସ୍କୁ ରୂପାନ୍ତରିତ କରେ  । ଏହି ଜୈବିକ ପଦାର୍ଥକୁ ଜଙ୍ଗଲ,  ମୃତ କାଠ ଏବଂ ପଟୁ ଆକାରରେ ଜଙ୍ଗଲ ଜମିରେ ସାଇତି ରଖେ  । ଜଙ୍ଗଲ କ୍ଷୟ ଦ୍ୱାରା ଜଙ୍ଗଲରୁ ଅଙ୍ଗାରକ ମୁକ୍ତ ହୋଇଯାଏ ଏବଂ ଏହା ବାୟୁମଣ୍ଡଳର ପ୍ରଦୂଷଣକୁ ବୃଦ୍ଧି କରେ । ଜଙ୍ଗଲ ଧ୍ୱଂସ ଯୋଗୁଁ ବନ୍ୟ ପ୍ରାଣୀମାନଙ୍କର ବାସସ୍ଥଳୀ ଓ ସୃଷ୍ଟିର ପରିସଂସ୍ଥାନ ନଷ୍ଟ ହୋଇଯାଏ  । ଏହାଦ୍ୱାରା ମଣିଷ ଓ ବନ୍ୟପ୍ରାଣୀଙ୍କ ସଂଘର୍ଷ ଆଜି ତୀବ୍ରତର  । ସଂପ୍ରତି ବିଶ୍ୱରେ ବାର୍ଷିକ ପ୍ରାୟ ୩୦୦୦ ପ୍ରଜାତିର ପ୍ରାଣୀ ଲୋପ ପାଉଛନ୍ତି ଏବଂ ହଜାର ହଜାର ଲୋପ ପାଇବାକୁ ଧାଉଁଛନ୍ତି  । 

ଗୋଟିଏ ଗୋଟିଏ ବୃକ୍ଷ ରୋପଣ ଦ୍ୱାରା ଏହି ସମସ୍ୟାର ସାମାଧାନ କରିହେବ ନାହିଁ  । ତେଣୁ ଆମକୁ ବୁଝିବାକୁ ପଡ଼ିବ ତଥାକଥିତ ବିକାଶର ଦ୍ୱାହି ଦେଇ ଯେଉଁ ଗୋଷ୍ଠୀ  ଜଙ୍ଗଲ ଧ୍ୱଂସ କରି ବୃକ୍ଷ ରୋପଣ ମାଧ୍ୟମରେ ନୂତନ ଜଙ୍ଗଲ ସୃଷ୍ଟିର ପରିକଳ୍ପନା କରୁଛନ୍ତି ତାହା ଏକ ଅବାସ୍ତବ ଚିନ୍ତାଧାରା  । ଜଙ୍ଗଲ ନଷ୍ଟ ଦ୍ୱାରା ହେଉଥିବା ସମସ୍ତ କ୍ଷତିର ଭରଣା ଗଛ ଲଗାଇ ସୃଷ୍ଟି କରାଯିବା ବିଚାର କେବଳ ଭ୍ରମାତ୍ମକ  । ମାନବୀୟ ହସ୍ତକ୍ଷେପ ହୋଇନଥିବା ଜଙ୍ଗଲରେ ହିଁ ଗଛଗୁଡ଼ିକ ମଧ୍ୟରେ ପରସ୍ପରର ପ୍ରତି ପୋଷଣ କରିବା ପାଇଁ ସମ୍ପର୍କ ଓ ଉଦ୍ଭିଦ ଜଗତର ସାମାଜିକ ଜୀବନ ସ୍ଥାପିତ ହୋଇପାରେ  । ରୋପଣ କରାଯାଇଥିବା ଗଛଲତାଗୁଡ଼ିକ ଏତେ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥାନ୍ତି ଯେ, ସେଗୁଡ଼ିକ ଆଉ ଜୀବନ ଧାରଣ କରି ସାମଜିକ ସହବସ୍ଥାନ ଦ୍ୱାରା ଜୈବ ବିବିଧତାକୁ ସୁରକ୍ଷିତ କରିପାରନ୍ତି ନାହିଁ  । ଏପରିକି ଏହି ରୋପଣ କରାଯାଇଥିବା ବୃକ୍ଷଲତାମାନେ ପରସ୍ପର ସହ ଯୋଡ଼ି ହୋଇ ରହିବାର ସାମର୍ଥ୍ୟ ମଧ୍ୟ ହରାଇ ବସନ୍ତି ବୋଲି ୱହେଲ୍ଲବେନ୍ ସୂଚାଇ ଦେଇ କୁହନ୍ତି, ""ଏକ ସାଧାରଣ ଭାବେ ଲକ୍ଷ୍ୟ କରାଯାଇଛି ବୃକ୍ଷ ରୋପଣ କରାଯାଇଥିବା ଜଙ୍ଗଲର ବୃକ୍ଷଲତାମାନେ ନିଜକୁ ଅତ୍ୟନ୍ତ ନିଃସଙ୍ଗ ଅନୁଭବ କରି ସେହିଭଳି ବ୍ୟବହାର ପ୍ରଦର୍ଶନ କରନ୍ତି ଏବଂ ଯନ୍ତ୍ରଣାରେ ଜର୍ଜରିତ ହୋଇ ଅଚିରେ ନିଜର ବାର୍ଦ୍ଧକର ବହୁ ପୂର୍ବରୁ ମୃତ୍ୟୁ ବରଣ କରନ୍ତି  ।  ପ୍ରଦୀପ୍ କ୍ରିସେନ୍ କୁହନ୍ତି, ""ଶାଳ ଗଛଗୁଡ଼ିକ ବିଶାଳ ଆକାରର ହୋଇଥାଆନ୍ତି କାରଣ ସେମାନେ ଏକତ୍ର ସାମାଜିକ ଜୀବନ ନିର୍ବାହ କରନ୍ତି  । ଶେଷରେ ଶାଳଗଛ ଯେତେବେଳେ ନିଜ ଗୋଷ୍ଠୀ ର ଅନ୍ୟମାନଙ୍କ ସହ ଯୋଗାଯୋଗ ରକ୍ଷା କରିବାରେ ବ୍ୟର୍ଥ ହୁଅନ୍ତି ସେମାନେ ନିଃସଙ୍ଗ ଜୀବନରେ ମୃତୁ୍ୟବରଣ କରନ୍ତି  । ଯଦିଓ ବୈଜ୍ଞାନିକ ପଦ୍ଧତିରେ ଶାଳ ବୃକ୍ଷ ରୋପଣ କରାଯାଏ କିନ୍ତୁ ଏହା ମଧ୍ୟ ବିଜ୍ଞାନ ସିଦ୍ଧ ହୋଇସାରିଛି ଶାଳ ଜଙ୍ଗଲରୁ ମିଳୁଥିବା ଉପକାର ଚାରା ରୋପଣ କରାଯାଇ ସୃଷ୍ଟି ହେଉଥିବା ଶାଳ ଉଦ୍ୟାନ ସେହି ଉପକାର ଦେଇପାରିନଥାଏ  । ଚାରା ରୋପଣ ଦ୍ୱାରା ସୃଷ୍ଟି କରାଯାଉଥିବା ଜଙ୍ଗଲ, ପ୍ରାକୃତିକ ଜଙ୍ଗଲ ନୁହେଁ  । ଏହା ଏକ ଉଦ୍ୟାନ, ଏହା ଆମେ ଭୁଲିଯିବା ଉଚିତ ନୁହେଁ  । 

ରଞ୍ଜନ ଚକ୍ରବର୍ତୀଙ୍କ ଦ୍ୱାରା ସମ୍ପାଦିତ ସଂକଳନ ""କ୍ରିଟିକାଲ ଥିମ୍ସ୍ ଇନ୍ ଏନଭାଇରନମେଣ୍ଟାଲ   ହିଷ୍ଟ୍ରୀ ଅଫ୍ ଇଣ୍ଡିଆ'' (ଭାରତର ପାରିବେଶିକ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗମାନ) ରେ ଲେଖିକା ନନ୍ଦିତା କ୍ରୀଷ୍ଣା ତାଙ୍କର ପ୍ରାଚୀନ ଜଙ୍ଗଲ ଓ ପବିତ୍ର ବନ (ଆନ୍ସିଏଂଟ୍ ଫରେଷ୍ଟସ୍ ଆଣ୍ଡ୍ ସାକ୍ରେଡ଼୍ ଗ୍ରୋଭ୍ସ୍) ଅଧ୍ୟାୟରେ ଲେଖିଛନ୍ତି, ଭାରତର ପ୍ରାଚୀନତମ ସଭ୍ୟତାରେ ବୃକ୍ଷଲତା ଓ ଜଙ୍ଗଲର ଗୁରୁତ୍ୱକୁ ସ୍ୱୀକତି ଦିଆଯାଉଥିଲା  । ଋକ୍ ବେଦର ଔଷଧ ସୁକ୍ତରେ ବୃକ୍ଷଲତା ଓ ପରିବାକୁ ହେ ମାତା! ବୋଲି ସମ୍ବୋଧନ କରାଯାଇଛି ଏବଂ ବର୍ଣ୍ଣନା ହୋଇଛି ତୁମର ଶହ ଶହ ଜନ୍ମସ୍ଥାନ ଏବଂ ହଜାର ହଜାର ପିଲା ଓ ପରିବାର ରହିଛନ୍ତି  । ଋକ୍ ବେଦରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଜଙ୍ଗଲକୁ କେବେ ହେଲେ ନଷ୍ଟ କରାଯିବା ଉଚିତ ନୁହେଁ (୮.୧.୧୩)  ।  ଯଜୁଃ ବେଦରେ ଜଙ୍ଗଲ କ୍ଷୟର କୁପ୍ରଭାବ ବିଷୟରେ  ଉଲ୍ଲେଖ କରାଯାଇଛି  ।

ଛନ୍ଦୋଜ୍ଞ ଉପନିଷଦରେ ଉଦ୍ଧଳକ ଆରୁଡ଼ି ଋଷି ଆତ୍ମ ବିଷୟରେ ଜାଣିବାକୁ ଚାହୁଁଥିବା ଶ୍ୱେତକେତୁଙ୍କୁ ନ୍ୟାଗ୍ରୋ (ବରଗଛ)ର ଫଳକୁ ଆଣି ଭାଙ୍ଗିବାକୁ କହୁଛନ୍ତି  । ସେତକ କରିସାରିବା ପରେ ଗୁରୁ ଶିଷ୍ୟଙ୍କ ମଧ୍ୟରେ ହୋଇଥିବା କଥୋପକଥନ ପ୍ରସଙ୍ଗକୁ ଜଦି ଆମେ ଅନୁଧ୍ୟାନ କରିବା ତେବେ ବୁଝିପାରିବା ଜଙ୍ଗଲ ହେଉଛି ଜୀବଜଗତର ମୂଳ ସତ୍ତା  । ସେହି ସୂକ୍ଷ୍ମ ତତ୍ୱ ମଧ୍ୟରେ ପୃଥିବୀର ଅସ୍ତିତ୍ୱ ରହିଛି  । ଏହାକୁ ସ୍ୱାମୀ ପ୍ରଭାବନନ୍ଦ ଏବଂ ଫ୍ରେଡରିକ ମାଂଚେଷ୍ଟରଙ୍କ ଦ୍ୱାରା ବର୍ଣ୍ଣନା କରି କୁହାଯାଇଛି ସବୁକିଛି ସୂକ୍ଷ୍ମ ସତ୍ତାରୁ  ସୃଷ୍ଟି ଏବଂ ଏହା ଜଙ୍ଗଲରୁ ଉପôତି  । ସମସ୍ତ ବସ୍ତୁ ଓ ପ୍ରାଣୀ ତଥା ସାମଗ୍ରିକ ଚେତନା ଜଙ୍ଗଲର ଅଂଶ ବିଶେଷ  । 

ଉପର ଲିଖିତ ପ୍ରସଙ୍ଗଗୁଡ଼ିକର ପ୍ରାସଙ୍ଗିକତା ଆଜିର ଇ.ଆଇ.ଏ. ବିଲ୍ ତଥା ବିଜ୍ଞପ୍ତିର ପୃଷ୍ଠଭୂମିରେ ଯଥେଷ୍ଟ ଗୁରୁତ୍ୱବହନ କରୁଛି  । ଏହି ବିଜ୍ଞପ୍ତିର କେତେକ ବ୍ୟବସ୍ଥା ଓ ନୀତି ନିୟମ ଜଙ୍ଗଲ ଧ୍ୱଂସ କରାଯିବାକୁ ଏକ ସୁନ୍ଦର ସୁଚିନ୍ତିତ ମାର୍ଗ ପ୍ରସ୍ତୁତ କରିଛି  । ମାନ୍ୟବର ସୁପ୍ରିମ କୋର୍ଟଙ୍କର ଏପ୍ରିଲ ୪ ତାରିଖର ରାୟ ସତ୍ୱେ ଏହା କାର୍ଯ୍ୟକାରୀ କରାଯିବ, ଯେଉଁଥିରେ ଦର୍ଶାଯାଇଛି ଇ.ଆଇ.ଏ ବିଜ୍ଞପ୍ତିର ଏପରି ଅନୁମୋଦନ ଆଇନର ବିରୁଦ୍ଧାଚରଣ କରୁଛି  । 

ଜଙ୍ଗଲର ସାମାଜିକ ଜୀବନ ଦିଗଟିକୁ  ହୁଏତ ବୁଝିପାରି , କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକାର  ଗତ ଅଗଷ୍ଟ ୧୦ତାରିଖ ଦିନ  ବର୍ତମାନର ଇ.ଆଇ.ଏ ବିଲ୍ ଓ ବିଜ୍ଞପ୍ତି ସଂକ୍ରାନ୍ତରେ ଆସୁଥିବା ହଜାର ହଜାର ପ୍ରସ୍ତାବ ଓ ଅଭିଯୋଗକୁ ଚୂଡ଼ାନ୍ତ ଇ.ଆଇ.ଏ ବିଲ ପ୍ରସ୍ତୁତି ପୂର୍ବରୁ ସେଗୁଡ଼ିକୁ ବିଚାର କରାଯିବ ବୋଲି ଘୋଷଣା କରିଛନ୍ତି  । କେବଳ ଏତିକି ଆଶା କରିପାରିବା ଏହି ପ୍ରକ୍ରିୟା ଯୋଗୁଁ ଇ.ଆଇ.ଏ ବିଲର  ବିଜ୍ଞପ୍ତିରୁ କେତୋଟି ଚିନ୍ତା, ଉଦ୍ବେଗର ବ୍ୟବସ୍ଥା ଓ ନୀତି ନିୟମକୁ ହୁଏତ ଜାଭେଡକାର ବାଦ୍ ଦେବେ ଏବଂ ଜଙ୍ଗଲର ସାମାଜିକ ଜୀବନ ସହିତ ମଣିଷ ଜୀବନଶୈଳୀର ସୂତ୍ରକୁ ବାନ୍ଧି ରଖିବାରରେ ସମର୍ଥ ହେବେ । ନୂତନ ଇ.ଆଇ.ଏ. ବିଲ୍ ପରିପ୍ରେକ୍ଷୀରେ  ମନେ ରଖିବାକୁ  ହେବ, ବୃକ୍ଷ ରୋପଣର ଉଦ୍ୟାନ ଭିତିକ ଜଙ୍ଗଲ ସୃଷ୍ଟି ଜୀବ ଜଗତ ତଥା ଜଙ୍ଗଲର ସାମାଜିକ ଜୀବନକୁ ଗୋଟିଏ ସୂତ୍ରରେ ସୁରକ୍ଷିତ କରି ଧରି ରଖିପାରିବ ନାହିଁ  ।  କେବଳ ପ୍ରାକୃତିକ ଜଙ୍ଗଲ ହିଁ, ଜଙ୍ଗଲର ସାମାଜିକ ଜୀବନକୁ ଗୋଟିଏ ସୂତ୍ରରେ ଧରି ରଖି  ଉଦ୍ଭିଦ ଓ ଜୀବ ଜଗତକୁ  ସୁରକ୍ଷିତ କରି ପାରିବ  ।

ସଫଦରଜଙ୍ଗ୍ ଏନକ୍ଳେଭ, ନୂଆଦିଲ୍ଲୀ 

୯୯୧୦୭୪୦୮୩୯

This email address is being protected from spambots. You need JavaScript enabled to view it. 

 

0
0
0
s2sdefault