ହେଡଲାଇନସ୍:

ତରଜଙ୍ଗା ପଞ୍ଚାୟତ ପୂର୍ବତନ ସରପଞ୍ଚଙ୍କ ବାଇକ୍ ଧକ୍କାରେ ମୃତ୍ୟୁ, କଟକ-ପାରାଦ୍ଵୀପ ରାସ୍ତା ଅବରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିର୍ତ୍ତୋଲ/ରମେଶ ମହାନ୍ତି  :ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ତରଜଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ରମାକାନ୍ତ ରାଉତରାୟ(ଟୁକୁନି)ଙ୍କର ଆଜି ଏକ ବାଇକ୍ ଧକ୍କାରେ ମୃତ୍ୟୁ ଘଟିଛି।ସୂଚନାନୁଯାୟୀ ରବିବାର ସକାଳ ପ୍ରାୟ ସାଢ଼େ ୮ଟା ସୁଦ୍ଧା କଟକ-ପାରାଦ୍ବୀପ ରାସ୍ତାର ତରଜଙ୍ଗା ସ୍କୁଲ୍ ସମ୍ମୁଖରେ ଦୃତ ଗତିରେ ଆସୁଥିବା ଏକ ବାଇକ୍ (ୟାମାହା ଆର୧୫) ଭାରସାମ୍ୟ ହରାଇ ଟୁକୁନି ରାଉତରାୟ(୫୫)ଙ୍କ ପଛପଟୁ ଧକ୍କା ହେବାରୁ ସେ ମୁହଁ ମାଡ଼ି ଢଳେଇ ରାସ୍ତା ଉପରେ ଛିଟିକି ପଡିଥିଲେ।ଫଳରେ ତାଙ୍କ ମୁଣ୍ଡ ଓ କାନମୁଣ୍ଡାରେ ଗଭିର ଆଘାତ ଲାଗିବା ଯୋଗୁଁ ପ୍ରବଳ ରକ୍ତସ୍ରାବ ହୋଇଥିଲା।ସ୍ଥାନୀୟ ଲୋକଙ୍କ ସହାୟତାରେ ଯଥାଶୀଘ୍ର ତାଙ୍କୁ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ରେ ପ୍ରଥମେ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜଗତସିଂହପୁର ଜିଲ୍ଲା ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ଉକ୍ତ ଘଟଣାକୁ ନେଇ ଉତ୍ୟକ୍ତ ସ୍ଥାନୀୟ ଲୋକେ ଟାୟାର୍ ଜାଳି କଟକ-ପାରାଦ୍ବୀପ ରାସ୍ତାକୁ ଅବରୋଧ କରିଥିଲେ।ତିର୍ତ୍ତୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ମୃତ ଟୁକୁନି ରାଉତରାୟ ତାଙ୍କ ନିଜ ପଞ୍ଚାୟତରୁ ଦୁଇଥର ସରପଞ୍ଚ ହୋଇଥିବା ବେଳେ ଗୋଟିଏ ଥର ଜିଲ୍ଲା ପରିଷଦ ହୋଇଥିବା ଜଣାପଡ଼ିଛି।  ଜଣେ ସରଳ,ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଥିଲେ।ତାଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀ ଯୁବକ ଦୁଇ ଜଣ ଜଗନ୍ନାଥପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

 

0
0
0
s2sdefault