ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗ  : ଶିରୋମଣୀ ଅକାଳୀ ଦଳ ସାଂସଦଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

New Delhi  : ବିଜେଡିର ଏକ ପ୍ରତିନିଧି ଦଳ ଶିରୋମଣୀ ଅକାଳୀ ଦଳକୁ ଦିଲ୍ଲୀଠାରେ ଭେଟିଥିଲେ । ବିଜେଡି ତରଫରୁ ଦଳର ଉପ-ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ସାଂସଦ ଶ୍ରୀ ତଥାଗତ ସତପଥୀ ଶିରୋମଣୀ ଅକାଳୀ ଦଳର ସାଂସଦ ତଥା ମନ୍ତ୍ରୀ ହରସିମ୍ରତ କୌର ବାଦଲଙ୍କୁ ଭେଟି ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ସମର୍ଥନ ଲୋଡ଼ିଥିଲେ । ଶ୍ରୀମତୀ ବାଦଲ ମଧ୍ୟ ତାଙ୍କ ଦଳ ତରଫରୁ ଏ ପ୍ରସଂଗରେ ସକାରାତ୍ମକ ମନ୍ତବ୍ୟ ଦେଇଥିଲେ ଓ ଆଶା କରିଥିଲେ ଯେ ଏହି ପ୍ରୟାସ ସଫଳ ହେଉ ଏବଂ ବିଶେଷକରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଉଦ୍ୟମକୁ ସ୍ୱାଗତ କଲେ ।

ସୂଚନାଯୋଗ୍ୟ, ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡିର ବିଭିନ୍ନ ପ୍ରତିନିଧି ଦଳମାନେ ଭାରତବର୍ଷର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କୁ ଭେଟି ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ସମର୍ଥନ ସଂଗ୍ରହ କରୁଛନ୍ତି ।

0
0
0
s2sdefault