ହେଡଲାଇନସ୍:

 "ଦୁଇ" ଯିବ କହି ଚମ୍ପଟ ମାଇଲା ଗଣ ବଳାତ୍କାର ଅଭିଯୁକ୍ତ କଏଦୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/ ଦିଲ୍ଲୀପ ମହାନ୍ତି 

 ଉଦଳାରେ ଗଣ ବଳାତ୍କାର ଅଭିଯୁକ୍ତ ବିଚାରାଧୀନ କଏଦୀ କାହ୍ନୁଚରଣ ମାର୍ଣ୍ଡି "ଦୁଇ" ଯିବ କହି ଚମ୍ପଟ ମାରିଛି  ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ମେଡ଼ିସିନ ୱାର୍ଡରୁ | ବାରିପଦା ମଣ୍ଡଳ କାରାଗାରରେ ବିଚାରାଧିନ କଏଦୀ ଭାବେ ଥିବା କାହ୍ନୁ  ପେଟ ଯନ୍ତ୍ରଣା କାରଣରୁ ଅସୁସ୍ଥ ହୋଇ ପଡିବା ହେତୁ ତାକୁ ମେଡ଼ିସିନ ୱାର୍ଡ-୨ର ବେଡ଼ ନମ୍ବର ୨୬ରେ ଭର୍ତି କରାଯାଇଥିଲା ଗତକାଲି  | ଆଜି ଭୋର ୪ଟା ୪୫ ବେଳେ ହଠାତ ତା ପେଟ ମୋଦି ହେଉଛି, ପାଇଖାନା ଯିବ ବୋଲି ତାକୁ ଜଗିଥିବା ୱାର୍ଡନ ମାନସ ରଞ୍ଜନ ରାଉତ ଓ  ସତ୍ୟବ୍ରତ ବେହେରାଙ୍କୁ କହିଥିଲା | ବିଶ୍ୱାସକରି ସେମାନେ ଅନୁମତି ଦେବା ସହ ହସ୍ପିଟାଲ ଭିତରେ ଥିବା ପାଇଖାନାକୁ ସେ "ଦୁଇ" ଯାଇଥିଲା | ହେଲେ ଦୁଇ ଜେଲ କର୍ମଚାରୀଙ୍କ ସାମାନ୍ୟ ଅସାବଧାନତା, ଦାୟିତ୍ବହୀନତା ଓ ଅନ୍ୟମନସ୍କତାରେ ସୁଯୋଗ ଉଣ୍ଡି କାହ୍ନୁ ସେଠାରୁ ଚମ୍ପଟ ମାରିଥିଲା | ପୋଲିସ ପକ୍ଷରୁ ତନାଘନା ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ ଧାରା ପଡ଼ିନାହିଁ କି ସୁରାକ ବି ପାଇବାରେ ପୋଲିସ ସକ୍ଷମ ହୋଇନାହିଁ | ଦାୟିତ୍ବହୀନତା ତଥା କର୍ତ୍ତବ୍ୟରେ ଅବହେଳା ପାଇଁ ସିନିଅର ସୁପାରିନଟେଣ୍ଡେଣ୍ଟ ନିରଞ୍ଜନ ଦାସ ଦୁହିଁଙ୍କୁ ନିଲମ୍ବିତ କରିଛନ୍ତି | 

0
0
0
s2sdefault