ହେଡଲାଇନସ୍:

ଲାଞ୍ଚୁଆ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜେଲ ଓ ଜୋରିମାନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଅରବିନ୍ଦ ଦାସ)

ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ଏସକେ ଜାହିର ଅହମ୍ମଦ ଆଜି ଏକ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅଧୀନରେ ଥିବା ସରଗଡ଼ା ପଞ୍ଚାୟତର ତକ୍ରାଳୀନ ନିର୍ବାହୀ ଅଧିକାରୀ ତଥା ବାଦାମପାହାଡ଼ ଥାନା ଅନ୍ତର୍ଗତ  ଚୁଆପାଣି ଗ୍ରାମର ଶୁଭାରାମ ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ଦୁର୍ନୀତି ନିରୋଧ ଆଇନ u/s-7 ଅନୁସାରେ ୬ ମାସ ସଶ୍ରମ କାରାଦଣ୍ଡ, ୫ ହଜାର ଟଙ୍କା ଅର୍ଥଦଣ୍ଡ ଏବଂ ଏହା ଅନାଦେୟ ହେଲେ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଛନ୍ତି । ସେହିପରି ଧାରା (13)(1)(d) r.w sec 13(2) ଅନୁସାରେ ଏକ ବର୍ଷ କାରାଦଣ୍ଡ, ୧୦ ହଜାର ଟଙ୍କା ଜୋରିମାନା ଓ ଏହାର ଅନାଦେୟରେ ଅଧିକ ୩ ମାସ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗୋରୁମହିଷାଣି ଥାନା ତଥା ବିଜାତଳା ବ୍ଲକ ଅଧୀନରେ ଥିବା ସରଗଡ଼ା ପଞ୍ଚାୟତର ସାତଘେରା ଗ୍ରାମର ଆନ୍ତା ମୁର୍ମୁ ସରଗଡ଼ା ପଞ୍ଚାୟତରେ ଗ୍ରାମସାଥୀ ଭାବେ କାର୍ଯ୍ୟକରୁଥିବା ବେଳେ ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସାତଘେରା-ନାଲକୁଚ ଗ୍ରାମରାସ୍ତା ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇଥିଲା । ଉକ୍ତ ନିର୍ମାଣ କାର୍ଯ୍ୟରେ ପ୍ରଥମ ବିଲ ୫୪ହଜାର ୫୬୪ ଟଙ୍କା ପାଶ କରାଇ ଦେବା ବାବଦରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶୁଭାରାମ ପାତ୍ର ପ୍ରଥମେ ୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଓ ପରେ ଏହା ସାଢେ଼ ୩ ହଜାରରେ ଛିଣ୍ଡିଥିଲା । ଫଳରେ ଗ୍ରାମସାଥୀ ଆନ୍ତା ମୁର୍ମୁୁ ୩୦/୦୬/୨୦୧୫ରେ ଭିଜିଲାନ୍ସ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରି ୦୧/୦୭/୨୦୧୫ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶୁଭାରାମଙ୍କୁ ସାଢେ଼ ୩ ହଜାର ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ଟ୍ରାପରେ ଧରାପଡ଼ିବା ପରେ ତାଙ୍କ ବିରୋଧରେ ଭିଜିଲାନ୍ସରେ କେଶ ନଂ-୩୭/୨୦୧୫ରେ ମାମଲା ରୁଜୁ କରାଯାଇଥିଲା । ଉକ୍ତ ମୋକଦ୍ଦମାକୁ ସରକାରଙ୍କ ପକ୍ଷରୁ ପିପି କୃଷ୍ଣ ଚନ୍ଦ୍ର ଶତପଥୀ ପରିଚାଳନା କରିଥିଲେ । 

 

0
0
0
s2sdefault