ହେଡଲାଇନସ୍:

ସାଲେଭଟ୍ଟା ପଞ୍ଚୟତର ପୂର୍ବତନ ସରପଞ୍ଚ ପର୍ଶୁରାମ ହତ୍ୟାକାଣ୍ଡ ଘଟଣା : ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ : ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ଥାନା ଅନ୍ତର୍ଗତ ସାଲେଭଟ୍ଟା ପଞ୍ଚୟତ ର ପୂର୍ବତନ ସରପଞ୍ଚ ତଥା ଚେମେର୍ଡ଼ା ଗ୍ରାମର ସ୍ୱର୍ଗତ ପର୍ଶୁରାମ ପ୍ରଧାନଙ୍କୁ ଗତ ଅଗଷ୍ଟ 27 ତାରିଖ ରେ ଘଟିଥିବା ହତ୍ୟାକାଣ୍ଡ ଘଟଣା ରେ ପୋଲିସ 2 ମୁଖ୍ୟ ଅଭିଯୁକ୍ତ ଙ୍କୁ ରେଢ଼ାଖୋଲ ବସ ଷ୍ଟାଣ୍ଡ ରୁ ଗିରଫ କରିଛି l ଅଭିଯୁକ୍ତ ମାନେ ହେଲେ ନାକ୍ଟିଦେଉଳ ଥାନା ଅନ୍ତର୍ଗତ ସାଲେଭଟ୍ଟା ସେବା ସମବାୟ ସମିତି ସଂପାଦକ ତଥା କେଉଟ ବେର୍ଣ୍ଣି ଗ୍ରାମର ଦଶରଥ ଧଳ(40)ଓ ତାଙ୍କ ବଡ଼ଭାଇ ତଥା ସାଲେଭଟ୍ଟା ପଞ୍ଚୟତର ମହିଳାସରପଞ୍ଚଙ୍କ ସ୍ୱାମୀ ରୁଷୀନ୍ଦ୍ର ଧଳ(55) ଏ ସଂକ୍ରାନ୍ତ ରେ ଗତ ଅଗଷ୍ଟ 28 ତାରିଖ ରେ ନାକ୍ଟିଦେଉଳ ଥାନା କେସ ନଂମ୍ୱର80/2018 ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ରେଢ଼ାଖୋଲ ଠାରୁ ଗିରଫ ମୁଖ୍ୟ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ରେଢ଼ାଖୋଲ ପୋଲିସ ଏସଡ଼ିପିଓ ହାଡ଼ିବନ୍ଧୁ ସ୍ୱାଇଁ ସୂଚନା ଦେଇଛନ୍ତି lସେହି ପରି ଏହି ହତ୍ୟାକାଣ୍ଡ ଘଟଣା ରେ ନାକ୍ଟିଦାଉଳ ଥାନା ପୋଲିସ ଗୋବିନ୍ଦ ଧଳ ଓ ହାସ୍ୟ ନାୟକଙ୍କୁ ପୂର୍ବରୁ ଗିରଫ କରି ଜେଲ ପଠେଇଥିବା ବେଳ ଏଥିରେ ସଂଶ୍ଲିଷ୍ଟ ଅଭିଯୁକ୍ତ ଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିପକ୍ଷରୁ କୁହାଯାଇଛି l

ଉଲ୍ଲେଖ ଥାଉକି ନାକ୍ଟିଦେଉଳ ଥାନା ଅନ୍ତର୍ଗତ ଚେମେର୍ଡା ଗ୍ରାମର ବାସୀନ୍ଦା ତଥା ସାଲେଭଟ୍ଟା ର ପୂର୍ବତନ ସରପଞ୍ଚ ସ୍ୱର୍ଗତ ପର୍ଶୁରାମ ପ୍ରଧାନ ଗତ ଅଗଷ୍ଟ 27 ତାରିଖରେ ସଂନ୍ଧ୍ୟା ସମୟ ରେ ନିଜ ଗାଁ ଅଭିମୁଖେ ବାଇକ୍ ରେ ଆସୁଥିବା ବେଳେ ଅଭିଯୁକ୍ତ ମାନେ ତାଙ୍କୁ ପଲସାବୁରି ଗ୍ରାମ ନିକଟ ଜଙ୍ଗଲ ପାଖରେ ଆକ୍ରମଣ କରି ହତ୍ୟା କାଣ୍ଡ ଘଟାଇ ଥିଲେ l ପର୍ଶୁରାମ ଙ୍କୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ବୀର ସୁରେନ୍ଦ୍ର ସାଏ ଡ଼ାକ୍ତରଖାନା (ବୁର୍ଲା)ନିଅାଯାଇଥିବା ବେଳେ ସେ ମୃତ୍ୟୁ ବରଣ କରିଥିଲେ l ଏ ସଂକ୍ରାନ୍ତରେ ମୃତ ପର୍ଶୁରାମ ଙ୍କ ସ୍ତ୍ରୀ କୁନି ପ୍ରଧାନ ଅଭିଯୁକ୍ତ ମାନେ ତାଙ୍କ ସ୍ୱାମି ଙ୍କୁ ପୂର୍ବ ଶତ୍ରୁତା ଓ ସାଲେଭଟ୍ଟା ସେବା ସମବାୟୁ ସମିତିର ଅରଟିଆଇ ସୂଚନା ମାଗି ସେବା ସମବାୟୁର ଦୁର୍ନିତି ଭିଜିଲ୍ସକୁ ଜଣାଇ ସଂପାଦକ ଦଶରଥ ଧଳ ଙ୍କୁ ଜେଲ ଯାଉଥିବା ଓ ଏହାର ପର୍ଦାଫାସ କରିଥିବାରୁ ଏହାର ଶତୃତା ରଖି ତାଙ୍କ ସ୍ୱାମିଙ୍କୁ ଅଭିଯୁକ୍ତମାନେ ହତ୍ୟା କରିଥିବା ସେ ନାକ୍ଟିଦେଉଳ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି l ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ପୂର୍ବରୁ 2 ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇଥିଲା l ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ଙ୍କୁ ପୋଲିସ ଦୀର୍ଘଦିନ ହେଲା ଗିରଫ କରିବାରେ ବିଫଳ ହୋଇଥିଲା l ଏ ନେଇ ପରିବାର ଓ ବିଭିନ୍ନ ରାଜନୈତିକ ଗୋଷ୍ଠୀପକ୍ଷ ରୁ ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ପ୍ରଶାସନ ବିରୋଧ ରେ ଥାନା ସମ୍ମୁଖରେ ବିକ୍ଷୋଭ ଓ ଘେରାଉ ଆଦି କରାଯାଇଥିଲା l ହେଲେ ମୁଖ୍ୟ ଅଭିଯୁକ୍ତ ମାନେ ରେଢ଼ାଖୋଲ ଠାରେ ଥିବା ସୂଚନା ପାଇ ପୋଲିସ ଏସଡ଼ିପିଓ ହାଡ଼ିବନ୍ଧୁ ସ୍ୱାଇଁ ସଦଳ ଯାଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି l ଏପରିକି ଗିରଫ ମୁଖ୍ୟ ଅଭିଯୁକ୍ତ ଦ୍ୱୟ ଏହି ହତ୍ୟା କାଣ୍ଡ ଘଟଣା କୌଣସି ସଂପୃକ୍ତି ନଥିବା ପ୍ରକାଶ କରିବା ସହ ତାଙ୍କୁ ରାଜନୈତିକ ଶତୃତା ରଖି ଫସେଇ ଦେଇଥିବା ସେ ପ୍ରକାଶ କରିଛନ୍ତି l  

0
0
0
s2sdefault