ଯାଜପୁରରୁ ଜୟଶଙ୍କର ଦାଶ : ସ୍ୱାମୀଙ୍କ ବାଇକ ପଛରେ ବସି ଯାଉଥିବା ଜଣେ ଗର୍ଭବତୀ ମହିଳାଙ୍କ ବେକରୁ ସୁନାଚେନ ଲୁଟ ଉଦ୍ୟମ କରି ଧରାପଡିଥିଲା ଲୁଟିଆ ଯୁବକ । ଯାଜପୁର ଥାନା ଅଧୀନ କପାସି ଛକ ନିକଟରେ ଅପରାହ୍ନରେ ଏହି ଘଟଣା ଘଟିଥିଲା । ସୁନା ହାର ଝାମ୍ପି ନେବା ଉଦ୍ୟମ ପଣ୍ଡ ହେବା ପରେ ଲୁଟିଆକୁ ସ୍ଥାନୀୟ ଲୋକ କାବୁ କରି ତାର ପଲସର ବାଇକ୍ଟିକୁ ପୋଡି ଦେଇଛନ୍ତି । ଉତ୍ତ୍ୟକ୍ତ ଲୋକେ ଦୀଘଁ ସମୟ ପର୍ଯ୍ୟନ୍ତ ଲୁଟିଆ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ଶୁକ୍ରବାର ପୂର୍ବାହ୍ଣରେ ସୟଦପୁର ନରୁଆ ଗ୍ରାମର ହେମନ୍ତ ରାଜ ନିଜ ପତ୍ନୀ ସାବିତ୍ରୀଙ୍କୁ ମେଡ଼ିକାଲରେ ଚିକିତ୍ସା କରିବା ପରେ ବାଇକରେ ବସାଇ ଘରକୁ ଫେରୁଥିବା ବେଳେ ଲୁଟିଆ ଜଣଙ୍କ ଏକ ପଲସର ବାଇକରେ ସେମାନଙ୍କୁ ପିଛା କରି ହାର ଲୁଟ୍ ଉଦ୍ୟମ କରିଥିଲା । ଫଳରେ ବାଇକରୁ ଦମ୍ପତି ଖସିପଡ଼ି ଆହତ ହୋଇଥିଲେ । ଦମ୍ପତିଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯିବାରୁ ଲୁଟିଆ ଜଣଙ୍କ ଖସି ଯିବାକୁ ସକ୍ଷମ ହୋଇନଥିଲା । ସ୍ଥାନୀୟ ଲୋକେ ପ୍ରଥମେ ଆହତ ଦମ୍ପତିଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଲୁଟିଆକୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରି ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସିବା ପୂର୍ବରୁ ଉତ୍ତ୍ୟକ୍ତ ଗ୍ରାମବାସୀ ଲୁଟିଆର ପଲସର ବାଇକକୁ ପୋଡ଼ି ଦେଇଥିଲେ ।
ଅଘଟଣ
ସୁନା ଚେନ ଲୁଟୁଥିଲା, ଧାରା ହୋଇ କି ଛେଚା.......!!!
- Hits: 551
