ବ୍ୟାସନଗରରୁ ବିଶ୍ୱଜିତ ମାଝୀ : କଟକରେ ପୋଲିସ ଦ୍ୱାରା ଓକିଲଙ୍କୁ ମାଡ଼ ଓ ଦୁର୍ବ୍ୟବହାର ଘଟଣା ଧିରେ ଧିରେ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଯାଜପୁର ରୋଡ ଠାରେ ସ୍ଥାନୀୟ ଓକିଲ ମାନେ କୋର୍ଟ ସମ୍ମୁଖରେ ଏକତ୍ର ହୋଇ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହା କରିବା ସହ ଘଟଣାର ତୀବ୍ର ପ୍ରତିବାଦ କରିଛନ୍ତି। ସମ୍ପୃକ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଗିରଫଦାରୀ ଦାବୀ କରିବା ସହିତ ପୋଲିସ ଡିଜି , ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଥିଲେ। ତେବେ ଦାବୀ ପୂରଣ ନହେଲେ ଆଗକୁ ଆନ୍ଦୋଳନ ଆହୁରି ତ୍ରିବିତର ହେବ ବୋଲି ମିଳିତ ଓକିଲ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସେପଟେ ରାଜ୍ୟ ସରକାରଙ୍କ ଏକଛତ୍ରବାଦ ନୀତି ଓ ପୋଲିସ ପ୍ରଶାସନର ଆଇନ ବିରୋଧ କାର୍ଯ୍ୟକଳାପ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି କଏଦୀ ପରିବାର ଓ ସମ୍ପର୍କୀୟ । ଏପରିକି କେତେକ କଏଦୀଙ୍କ ସମ୍ପର୍କୀୟ ଓକିଲମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ସର୍ବସାଧାରଣରେ ଲଣ୍ଡା ହୋଇଥିବା ଭଲି ଘଟଣା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ସ୍ଥାନୀୟ ରଗଡି ଜେଲ ପରିସରରେ ସ୍ଥାନୀୟ କୋର୍ଟର ହାକିମଙ୍କ ଦ୍ୱାରା କ୍ୟାମ୍ପକୋର୍ଟ ମାଧ୍ୟମରେ ବିଚାରଧୀନ କଏଦୀ ମାନଙ୍କ ଜାମିନ ମଞ୍ଜୁର ପାଇଁ ଆବେଦନ ଗ୍ରହଣ ଇ ଶୁଣାଣି କରାଯାଉଛି। ଏଠାରେ 50ରୁ ଉର୍ଦ୍ଧ ବିଚରଧୀନ କଏଦୀଙ୍କ ର ଜାମିନ ମଞ୍ଜୁର ହୋଇଥିବା ସୂଚନା ମିଳିଛି।
ଅଘଟଣ
ଓକିଲଙ୍କ ଆନ୍ଦୋଳନ ରେ ଏବେ କଏଦୀ ସାମିଲ
- Hits: 593
