ହେଡଲାଇନସ୍:

ଜେଲ ଗଲେ 6 ଡକାୟତ : 8 ମୋବାଇଲ ,ଲାପଟପ ,ଓ ଲୂଟ ଟଙ୍କା ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ ଗୌରାଙ୍ଗ ଦାଶ :- ବରଗଡ ଜିଲ୍ଲାର ପାଇକମାଲ ଥାନାରେ ଗତ 21 ତାରିଖ ସନ୍ଧ୍ୟା ସମୟରେ ମାଣ୍ଡୋସିଲ ହିରୋ ସୋ ରୁମର ମାଲିକ ରାଜେଶ କୁମାର ଅଗ୍ରୱାଲଙ୍କ ପୁଅ ଆୟୁଷ ଅଗ୍ରୱାଲ ଆସି ଅଭିଯୋଗ କଲେ ଯେ ଯେ ,ସେ ମାଣ୍ଡୋସିଲ ରୁ ପାଇକମାଲ ଫେରୁଥିବା ସମୟରେ ଗୋଟେ ଧଳା ରଙ୍ଗର କାରରେ ଥିବା 6 ଜଣ ଲୋକ ତାଙ୍କୁ ଅଟକାଇ ତାଙ୍କୁ ଓ ତାଙ୍କ ସହ ଥିବା ମୁନସୀଙ୍କୁ କୁ ପିଟା ମରା କରି ତାଙ୍କ ପାଖରୁ ମୋବାଇଲ , ଲାପଟପ, ଓ ପ୍ରାୟ 15000 ଟଙ୍କା ଲୁଟି ନେଇ ପୁଣି ମାଣ୍ଡୋସିଲ ପଟକୁ ପଳେଇ ଯାଇଛନ୍ତି । ଅଭିଯୋଗ ପାଇବା ପରେ ପାଇକମାଳ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ତୁରନ୍ତ ଘଟଣା ସ୍ଥଳକୁ ବାହାରି ପଡ଼ିଥିଲେ । ଅନ୍ୟପଟେ ଡକାୟତ ମାନେ ନୂଆପଡ଼ା ଆଡକୁ ପଳାଇ ଯାଇପରନ୍ତି ବୋଲି ନୂଆପଡା ପୋଲିସକୁ ମଧ୍ୟ ସତର୍କ କରାଇ ଦିଆଯାଇଥିଲା । ପଇକମାଲ ଥାନା ଅଧିକାରୀ ,ମାଣ୍ଡୋସିଲର କିଛି ଲୋକଙ୍କର ଓ ବରତୁଣ୍ଡା ଫାଣ୍ଡି କର୍ମଚାରୀ ତଥା ନୂଆପଡା ପୋଲିସ ସହଯୋଗରେ ଡକାୟତ ମାନଙ୍କର ମଧ୍ୟରୁ 5 ଜଣଙ୍କୁ କାବୁ କରିବାରେ ସଫଳ ହେଇଥିଲେ । ସେମାଙ୍କର ପାଖରୁ ସମୁଦାୟ 8 ଗୋଟି ମୋବାଇଲ ଲୂଟ ହେଇଥିବା ଲାପଟପ ଓ ଟଙ୍କା ସହିତ ଅପରାଧରେ ବ୍ୟବହାର କରାଯାଇଥିବା କାର CG04 MF 0823 କୁ ଜବତ କରା ଯାଇଥିଲା । ଖସି ପଳାଇଥିବା ଅନ୍ୟ ଜଣକୁ ପୋଲିସ 22 ତାରିଖ ନୂଆପଡାରୁ ଧରିବାରେ ସଫଳ ହେଇଥିଲା । ଧରା ଯାଇଥିବା ସମସ୍ତେ ଛତିଶଗଡ଼ର ରାୟପୁରର ତେଲଗୁ ମୋହଲ୍ଲା ନିବାସୀ । ସେମାନେ ହେଲେ ଶଙ୍କର ରାଓ , କୃଷ୍ନା ରାଓ , ଶିବା ରାଓ , ଲଖନ ରାଓ , ବଲବନ୍ତ ସାହୁ , ନଗେଶ୍ୱର ରାଓ ,। ପାଇକମାଳ ଥାନା ର PS କେଶ ନ 170/2018 ଧାରା395 ରେ ମାମଲା ରୁଜୁ କରି ଥାନା ଅଧିକାରୀ ଶ୍ରୀ ମନବୋଧ ଆଜି ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି । କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କ ଜେଲ କୁ ପଠାଇ ଦିଆଯାଇଛି ।

0
0
0
s2sdefault