ହେଡଲାଇନସ୍:

ସୁରଟ୍ ରେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ଓଡ଼ିଆ ଦାଦନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଦିନକୁ ଦିନ ବଳି ପଡୁଛି ଓଡ଼ିଆ ଦାଦନଙ୍କ ସମସ୍ୟା I ପ୍ରତିଦିନ କେହି ନା କେହି ଓଡ଼ିଆ ଦାଦନ କୌଣସି କାରଣରୁ ମଧ୍ୟ ମୃତ୍ୟୁ ବରଣ କରୁ୍ଥିବା ଖବର ଶୁଣିବାକୁ ମିଳୁଛି I ଏହି ଭଳି ଦୁଇ ଦାଦନ ଟଳି ପଡିଛନ୍ତି ମୋଟରସାଇକେଲ୍ ଦୁର୍ଘଟଣାରେ I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ଗ୍ରାମର ସୀତାରାମ ପ୍ରଧାନଙ୍କ ପୁଅ ଗୁରୁମୂର୍ତ୍ତୀ ପ୍ରଧାନ (27) ଏବଂ ଆସିକା ବ୍ଳକ୍ ମଣ୍ଟାପଡ଼ା ଗ୍ରାମର ମୁରଲୀ ସେଠୀଙ୍କ ପୁଅ କାହ୍ନୁ ସେଠୀ ସୁରଟ୍ ର ସାଇନି ଅଞ୍ଚଳରେ ସୂତାକଳରେ ଦାଦନ ଶ୍ରମିକ କାର୍ଯ୍ୟ କରୁଥିଲେ I ଗତ କାଲି ରାତିରେ ଉଭୟେ ଏକ ମୋଟରସାଇକେଲ୍ ଯୋଗେ ବୁଲୁଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ହୋଇଯାଇଥିଲେ I ଫଳରେ ଉଭୟ ଗୁରୁତର ଆହତ ହୋଇ ପ୍ରାଣ ହରାଇଥିଲେ I ଏନେଇ ସ୍ଥାନୀୟ ଥାନାରେ ମାମଲା ରୁଜୁ ହେବା ସହିତ ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ କିଛି ସମ୍ପର୍କୀୟ ଏବଂ ବନ୍ଧୁବାନ୍ଧବଙ୍କ ସହାୟତାରେ ଅନ୍ତିମ ସଂସ୍କାର କରାଯାଇଥିଲା I ଗୁରୁମୂର୍ତ୍ତୀ ମୃତ୍ୟୁ ଖବର ତାଙ୍କ ଗ୍ରାମ ମଙ୍ଗଳପୁରରେ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି I ଗୁରୁମୂର୍ତ୍ତୀଙ୍କ ପରିବାର ଗରୀବ ଶ୍ରେଣୀର ହୋଇଥିବାରୁ ଗ୍ରାମବାସୀ ତୁରନ୍ତ ତାଙ୍କ ଅସହାୟ ପରିବାରକୁ ସରକାରୀ ସହାୟତା ଦାବୀ କରିଛନ୍ତି I

0
0
0
s2sdefault