ନୂଆପଡ଼ା/ପ୍ରିୟବ୍ରତ ପଣ୍ଡା :ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୮୦ କିଲୋମିଟର ଦୁର ସୁନାପୁର ଗ୍ରାମ ବଡେନ ବ୍ଲକ ରେ ଅବସ୍ଥିତ । ମୋଟାସିଂ ମାଝି (୬୫) ଇନ୍ଦିରା ଆବାସ ଯୋଜନାରେ ଏକ ଘର ପାଇ ନିର୍ମାଣ କରୁ ଥିଲେ | ହେଲେ ୧୨ ଅକ୍ଟୋବର ଦିନ ୧୧ ସମୟ ରେ ଘର ଛାତ ରେ ବ୍ୟବହାର କରିବା ପାଇଁ କିଛି ଜିନିଷ କିଣି ଫେରିଲା ବେଳକୁ ବସ ନଂ ଓ ଡ଼ି ୨୬-୯୯୨୯ ମାଡ଼ି ଗଲା ଏବଂ ଘଟଣା ସ୍ଥଳ ରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।ବଡେନ ଥାନା ତରଫ ରୁ ଘଟଣା ର ତଥ୍ୟ ସଂଗ୍ରହ କରା ଯାଇଥିଲା । ମୃତକ ଙ୍କ ପରିବାର କୁ ସରକାରୀ ସୁବିଧା ଯୋଗାଇ ଦେବାକୁ ସାଧାରଣ ରେ କଥା ଉଠୁଥିବା ବେଲେ ପ୍ରଶାସନ ତରଫରୁ କୌଣସି ଘୋଷଣା ହୋଇନଥିଲା ।
ଅଘଟଣ
ମାଡ଼ିଗଲା ବସ, ଆଖି ବୁଜିଲେ ବୃଦ୍ଧ
- Hits: 662
