ହେଡଲାଇନସ୍:

ଏନିଟାଇମ ଲୋନ୍‍.ଇନ୍‍ ସହିତ ସେଞ୍ଚୁରିଆନ ବିଦ୍ୟାଳୟର ବୁଝାମଣା ପତ୍ର ସ୍ୱାକ୍ଷରିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଏନିଟାଇମ ଲୋନ୍‍.ଇନ୍‍ ସହିତ ସେଞ୍ଚୁରିଆନ ବିଦ୍ୟାଳୟର ଏକ ଚୁକ୍ତିନାମା ହାଇଦ୍ରାବାଦ୍‍ ଠାରେ ସ୍ୱାକ୍ଷରିତ ହୋଇଯାଇଛି । ଏହି ସଂସ୍ଥା ଭାରତ ଦେଶ ସାରା ବିଦ୍ୟାର୍ଥୀ ମାନଙ୍କୁ କୌଣସି ପ୍ରକାର ସୁରକ୍ଷା ବ୍ୟକ୍ତିଗତ ଓ ବିଦ୍ୟାର୍ଥୀ ନିମନ୍ତେ ରୁଣ ଯୋଗାଇଥାଏ । ଏହି ଚୁକ୍ତି ନାମା ଦ୍ୱାରା ସେଞ୍ଚୁରିଆନ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ରୁଣ ଯୋଗାଇବ । ବିଶ୍ୱ ବିଦ୍ୟାଳୟର  ରାମ ପ୍ରସାଦ ଦାସ କହିଥିଲେ ଯେ ଏହି ସଂସ୍ଥା ଦ୍ୱାରା ବିଦ୍ୟାର୍ଥୀ ମାନେ ଇ.ଏମ.ଆଇ ଦ୍ୱାରା ନିଜ ଫିଜ ଜମା କରିପାରିବେ । ଯାହା ଦ୍ୱାରା ପିତାମାତାଙ୍କ ଉପରେ କିଛି ଆର୍ଥିକ ଭାର ହାଲକା ହୋଇଯିବ ବୋଲି କହିଥିଲେ । ଏହି ସଂସ୍ଥା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହୋଇଥିବା ସଂସ୍ଥା । ଏହି ସଂସ୍ଥା ନନ୍‍ ବ୍ୟାଙ୍କିଂ ଫାଇନାନାସ କମ୍ପାନୀ ପି ଟୁ ପି  ସ୍ୱୀକୃତି ପ୍ରାପ୍ତ ଏହି ଚୁକ୍ତି ନାମା ସମୟରେ ଏନିଟାଇମ ଲୋନ୍‍.ଇନ୍‍ ର ଫାଉଣ୍ଡର କେ.କେ ଜୈନ, ସି.ଓ.ଓ, କେ. ଭୁଷନ ନିଶାନ୍ତ ଏବଂ ସେଞ୍ଚୁରିଆନ ବିଦ୍ୟାଳୟର ଏଡିମିଶନ ଡାଇରେକ୍‍ଟର ପି.ଏ.ଭି ଶେଖର ଏବଂ ମେନେଜର ରାମ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault