ଭୁବନେଶ୍ୱର: କିଡ୍ନୀ ରୋଗର ସଫଳ ଚିକିତ୍ସା ପାଇଁ ଓଡ଼ିଶାର ଘରେ ଘରେ ସୁପରିଚିତ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛି । ଗତ ୧୦ ବର୍ଷ ମଧ୍ୟରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଠାରେ ସଫଳତାର ସହିତ ୫୦୦ରୁ ଉର୍ଦ୍ଧ କିଡ୍ନୀ ପ୍ରତିରୋପଣ କରାଯାଇଛି । ମଣିପାଲ ହସ୍ପିଟାଲରେ ଅଭିଜ୍ଞ ଡାକ୍ତର ଏବଂ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଫଳରେ କିଡ୍ନୀ ରୋଗରେ ଆକ୍ରାନ୍ତ ଥିବା ଅନେକ ଛୋଟ ପିଲା, ଜଟିଳ କିଡ୍ନୀ ରୋଗୀ ଏବଂ ବୟସ୍କ କିଡ୍ନୀ ରୋଗୀ ମାନେ ନୂତନ ଜୀବନ ପାଇଛନ୍ତି । ସମସ୍ତ ପ୍ରକାର କିଡ୍ନୀ ରୋଗର ସଫଳ ଚିକିତ୍ସା ଓ କିଡ୍ନୀ ପ୍ରତିରୋପଣ ପାଇଁ ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ କାରଣ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଠାରେ ସମସ୍ତ ପ୍ରକାର ଚିକିତ୍ସା ଉପଲବ୍ଧ ଅଛି ।
କିଡ୍ନୀ ପ୍ରତିରୋପଣ ପାଇଁ ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ରହିଛି ସ୍ୱତନ୍ତ୍ର ପରିଚୟ । ସେଥିପାଇ ତ କେବଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ନୁହେଁ ଅନ୍ୟ ରାଜ୍ୟରୁ ମଧ୍ୟ ଅନେକ କିଡ୍ନୀ ରୋଗୀ ପ୍ରତିଦିନ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି । ଏଠାରେ ଖୁବ୍ ସୁଲଭ ମୂଲ୍ୟରେ କିଡ୍୍ନୀ ପ୍ରତିରୋପଣ କରାଯାଏ. ଏହା ସହିତ ସମସ୍ତ ପ୍ରକାର ହେଲଥ୍ ଇନ୍ୟୁରାନସ୍ ସହିତ ଗରୀବ ରୋଗୀଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ମଧ୍ୟ ଉପଲବ୍ଧ ଅଛି । ମଣିପାଲ ହସ୍ପିଟାଲ ଭୁବନେଶ୍ୱର କିଡ୍ନୀ ପ୍ରତିରୋପଣ ସଫଳତା ପଛରେ ରହିଛି କିଡ୍ନୀ ରୋଗ ବିଭାଗ ଏବଂ ମୂତ୍ରରୋଗ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଟିମ୍ । ଯେଉଁମାନଙ୍କର ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ ବର୍ଷର ଅଭିଜ୍ଞତା ରହିଛି ।
ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ହସ୍ପିଟାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ରଙ୍କ ମତରେ,“କିଡ୍ନୀ ପ୍ରତିରୋପଣ କ୍ଷେତ୍ରରେ ମଣିପାଲ ହସ୍ପିଟାଲ ସଫଳତା ପଛରେ ରହିଛି ଅଭିଜ୍ଞ ଡାକ୍ତରଙ୍କ ଟିମ୍ । ଓଡ଼ିଶାବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଏବଂ ପ୍ରତେକ୍ୟ କିଡ୍ନୀ ରୋଗୀଙ୍କର ସ୍ୱତନ୍ତ୍ର ଯତ୍ନ ନିଆଯାଏ ” |
ହସ୍ପିଟାଲର ବରିଷ୍ଠ ମୂତ୍ରରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନ । ସେ ଅନେକ ଶିଶୁଙ୍କ କିଡ୍ନୀ ପ୍ରତିରୋପଣ, ଦୀର୍ଘ ଦିନ ଧରି କିଡ୍ନୀ ରୋଗରେ ଆକ୍ରାନ୍ତ ରୋଗୀଙ୍କ ପ୍ରତିରୋପ କରିବା ସହିତ ଅନେକ ଜଟିଳ କିଡ୍ନୀ ପ୍ରତିରୋପଣ କରିଛନ୍ତି । ଡାକ୍ତର ମାନସ ପ୍ରଧାନଙ୍କ ମତରେ, “ଜଣେ ସର୍ଜନ ଭାବରେ କିଡ୍ନୀ ପ୍ରତିରୋପଣ କରି ଅନେକ ରୋଗୀଙ୍କ ଜୀବନ ରକ୍ଷା କରିବା ମୋ ପାଇଁ ଏକ ଖୁସୀର ବିଷୟ । ଆମ ହସ୍ପିଟାଲରେ ଅଭିଜ୍ଞ ଡାକ୍ତରୀ ଟିମ୍ ସହିତ ଅତ୍ୟାଧୁନିକ ମେସିନ୍ ଏବଂ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ରହିଛି ।”
ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ବରିଷ୍ଠ କିଡ୍ନୀ ରୋଗ ବିଶେଷଜ୍ଞ ଡାକ୍ତର ସାଇ ପ୍ରସାଦ ସାହୁ ABO-incompatible transplants ବା ରକ୍ତ ଗୃପ୍ ସମାନ୍ ନଥିବା ଅନେକ କିଡ୍ନୀ ରୋଗୀଙ୍କ ସେ ସଫଳତାର ସହିତ କିଡ୍ନୀ ପ୍ରତିରୋପଣ କରିଛନ୍ତି । ଡାକ୍ତର ସାଇ ପ୍ରସାଦଙ୍କ ମତରେ, “ଆମର ଲକ୍ଷ୍ୟ କେବଳ ରୋଗକୁ ଚିକିତ୍ସା କରିବା ନୁହେଁ, ବରଂ ଟ୍ରାନ୍ସପ୍ଲାଣ୍ଟ୍ ପରେ ରୋଗୀମାନଙ୍କୁ ଏକ ସ୍ୱାସ୍ଥ୍ୟମୟ ଜୀବନ ଅତିବାହିତ କରିବା ପାଇଁ ସଶକ୍ତ କରିବା ଅଟେ” ।
ସେହିଭଳି ମଣିପାଲ ହସ୍ପିଟାଲର ଅଭିଜ୍ଞ ମୂତ୍ରରୋଗ ବିଶେଷଜ୍ଞ ଡାକ୍ତର ସୁବୋଧ ଦାସଙ୍କ ମତରେ, “ ଆମ ହସ୍ପିଟାଲରେ ଏକ ସମର୍ପିତ ଟିମ୍ ସ୍ୱତନ୍ତ୍ର ଭାବରେ ପ୍ରତେକ୍ୟ ରୋଗୀଙ୍କର ଯତ୍ନ ଭଲ ଭାବରେ ନିଆଯାଏ । କିଡ୍୍ନୀ ପ୍ରତିରୋପଣ ପରେ ରୋଗୀ ମାନେ ପୁର୍ବ ଭଳି ଏକ ସୁସ୍ଥ ଓ ନୀରୋଗ ଜୀବନ ଅତିବାହିତ କରିବା ଦେଖିବା ଆମ ପାଇଁ ଏକ ଖୁସୀର ମୁହୁର୍ତ ଅଟେ” ।
ବରିଷ୍ଠ କିଡ୍ନୀ ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ କିଶୋର ଦାସଙ୍କ ମତରେ, “ କିଡ୍ନୀ ପ୍ରତିରୋପଣ ପାଇଁ ମଣିପାଲ ହସ୍ପିଟାଲ ରହିଛି ସମସ୍ତ ପ୍ରକାର ସୁବିଧା । ପ୍ରତେକ୍ୟ ରୋଗୀଙ୍କର ବ୍ୟକ୍ତିଗତ ଚିକିତ୍ସା ସଠିକ୍ ଧ୍ୟାନ ଓ ଯତ୍ନ କାରଣରୁ ରୋଗୀ ମାନେ ଏବେ ସୁସ୍ଥ୍ୟ ଅଛନ୍ତି ।
ମଣିପାଲ ହସ୍ପିଟାଲ୍, ଭୁବନେଶ୍ୱରରେ କିଡ୍ନୀ ପ୍ରତିରୋପଣ ପାଇଁ ରହିଛନ୍ତି ଅଭିଜ୍ଞ ଓ ବରିଷ୍ଟ ଡାକ୍ତରଙ୍କ ଟିମ୍ । ଯାହା ଫଳରେ ଗତ ୧୦ ବର୍ଷ ମଧ୍ୟରେ ଅନେକ ABO-incompatible transplants, ପିଲାଙ୍କ କିଡ୍୍ନୀ ଟ୍ରନସପ୍ଲାଣ୍ଟ୍, ଦ୍ୱିତୀୟ କିମ୍ବା ତୃତୀୟ କିଡ୍୍୍ନୀ ଟ୍ରାନସପ୍ଲା ଏବଂ ଅନେକ ଜଟିଳ ଟ୍ରାନସପ୍ଲାଣ୍ଟ୍ ସଫଳ ସହିତ କରାଯାିଛି । ।
ଡାକ୍ତର ମାନସ ରଞ୍ଜନ ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି, “କିଡ୍ନୀ ପ୍ରତିରୋପଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆମେ କିଡ୍୍୍ନୀ ପ୍ରତିରୋପଣ କ୍ୟାମ୍ପେନ୍ ଆରମ୍ଭ କରିଛୁ । ଯାହା ଆମର କିଡ୍ନୀ ପ୍ରତିରୋପଣ ସଫଳତାକୁ ସେଲିବ୍ରେଟ୍ କରିବା ଏବଂ ଦୀର୍ଘଦିନ ଧରି ଡାୟଲେସିସ୍ କରୁଥିବା ରୋଗୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା” ।
୧୦ ବର୍ଷରୁ ଅଧିକ ବର୍ଷର ଅନୁଭବ ଏବଂ ୫୦୦ରୁ ଉର୍ଦ୍ଧ ସଫଳତାର ସହିତ କିଡ୍୍ନୀ ପ୍ରତିରୋପଣ ସହିତ ମଣିପାଲ ହସ୍ପିଟାଲ, ଭୁବନେଶ୍ୱର ଓଡ଼ିଶାରେ କିଡ୍ନୀ ପ୍ରତିରୋପଣ ଏକ ନୂତନ ମାଇଲ ଷ୍ଟୋନ୍ ତିଆରି କରିଛି । ମଣିପାଲ ହସ୍ପିଟାଲର ଅଭିଜ୍ଞ କିଡ୍ନୀ ରୋଗ ବିଶେଷଜ୍ଞ, ମୁତ୍ରରୋଗ ବିଶେଷଜ୍ଞ,ଆନେସ୍ଥେିସିଆ ଡାକ୍ତର, ନର୍ସଙ୍କ ଏକ ଟିମ୍ ରହିଛି, ଯାହା ମଣିପାଲ ହସ୍ପିଟାଲକୁ ଆସୁଥିବା ପ୍ରତେକ୍ୟ ରୋଗୀଙ୍କୁ ଆରୋଗ୍ୟ ହେବାରେ ସହାୟକ କରିଥାନ୍ତି ।