ଖଣି କ୍ଷେତ୍ରରେ ଉତ୍କର୍ଷ  ପାଇଁ ନାଲକୋର ପଞ୍ଚପଟ୍ଟମାଳୀ ଖଣି ପୁରସ୍କୃତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ ନାଲକୋ) ର ପଞ୍ଚପଟ୍ଟମାଳୀ ବକ୍ସାଇଟ୍ ଖଣିକୁ ବିଂଶତମ ମାଇନ୍ସ ଏନଭାଇରନମେଣ୍ଟ  ଆଣ୍ଡ୍ ମିନେରାଲ୍ କଂଜର୍ଭେସନ  ସପ୍ତାହର ଉଦ୍ୟାପନ ଅବସରରେ ୫ଟି ମର୍ଯ୍ୟାଦାଜନକ ପୁରସ୍କାର ମିଳିଛି । ଏହି କାର୍ଯ୍ୟକ୍ରମଟି ଭାରତ ସରକାରଙ୍କ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ ଆନୁକୁଲ୍ୟରେ ଗତ ଶନିବାର ଦିନ ଭୁବନେଶ୍ୱର ଠାରେ ଅନୁଷ୍ଠିତ  ହୋଇଥିଲା । 

ଉଲ୍ଲେଖନୀୟ ଖଣି ଖନନ, ପରିବେଶ ସୁରକ୍ଷା ଏବଂ ଖଣିଜ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ନାଲକୋକୁ ‘ପାର୍ ଏକ୍ସିଲେନ୍ସ ପୁରସ୍କାର’ ମିଳିଛି । ଏହା ଛଡ଼ା, ଅନ୍ୟ ପୁରସ୍କାର ମଧ୍ୟରେ, କମ୍ପାନୀକୁ ବୃକ୍ଷରୋପଣ ପାଇଁ ପ୍ରଥମ ପୁରସ୍କାର, ରିକ୍ଲେମେସନ୍ ଏବଂ ଥଇଥାନ ପାଇଁ ପ୍ରଥମ ପୁରସ୍କାର, ନିରନ୍ତର ବିକାଶ ପାଇଁ ପ୍ରଥମ ପୁରସ୍କାର ଏବଂ ସାମଗ୍ରିକ ପ୍ରଦର୍ଶନ ପାଇଁ ବାର୍ଷିକ ୫.୫ ନିୟୁତ ଟନ୍ରୁ ଅଧିକ ଖନନ କ୍ଷମତା ବିଶିଷ୍ଟ ଖଣି ମଧ୍ୟରେ ପ୍ରଥମ ପୁରସ୍କାର ମିଳିଛି । 

ନାଲକୋ କର୍ମଚାରୀଙ୍କ ଉଦ୍ୟମ ପାଇଁ କମ୍ପାନୀର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ପ୍ରଶଂସା କରିବା ସହ ଏହି ପୁରସ୍କାର ପାଇଁ ନାଲ୍କୋ ସମୂଦାୟକୁ ଅଭିନନ୍ଦନ ଜଣାଇଛନ୍ତି । କମ୍ପାନୀର ପରିବେଶ ସୁରକ୍ଷା ପାଇଁ ସଚେତନ କାର୍ଯ୍ୟକଳାପ ଏବଂ ଉଦ୍ୟମ ଦିଗରେ ଏହି ସମ୍ମାନ ସ୍ୱିକୃତୀ ପ୍ରଦାନ କରୁଛି ବୋଲି ସେ କହିଥିଲେ । 

ନାଲକୋ ପକ୍ଷରୁ, ମହାପ୍ରବନ୍ଧକ (ଖଣି) ଶ୍ରୀ ଏସ୍. ଚୌଧୁରୀ ଏବଂ ସହାୟକ ମହାପ୍ରବନ୍ଧକ (ପରିବେଶ) ଶ୍ରୀ ସଞ୍ଜୟ କୁମାର ପଟ୍ଟନାୟକ ଭାରତ ସରକାରଙ୍କ ଯୁଗ୍ମ ସଚିବ (ଖଣି) ଡଃ ନିରଞ୍ଜନ କୁମାର ସିଂଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ନାଲ୍କୋର ପଞ୍ଚପଟ୍ଟମାଳୀ ବକ୍ସାଇଟ୍ ଖଣି, ନିରନ୍ତର ବିକାଶ ସାଧନ ପାଇଁ ୫-ଷ୍ଟାର୍ ରେଟିଂ ହାସଲ କରିଥିବା ଖଣି ମଧ୍ୟରେ ଓଡ଼ିଶାର ଏକମାତ୍ର ଖଣି । 

0
0
0
s2sdefault