ଆରଏସପିରେ ଠିକା ଶ୍ରମିକଙ୍କ ନିମନ୍ତେ ‘ପ୍ରୟାସ’ର ଅନ୍ୟ ଏକ ଅଧିବେଶନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

09-08-18-Prayas-1.jpg - 36.04 kB

‘ପ୍ରୟାସ’ର ୨୫୪ତମ ଅଧିବେଶନ ଜୁଲାଇ ୩୦ ତାରିଖରେ ରାଉରକେଲା ଇସ୍ପାତ କାରଖାନାର ଏଚଆରଡ଼ି ସେଣ୍ଟରଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୩୭ ଜଣ ଠିକା ଶ୍ରମିକ ଭାଗ ନେଇଥିଲେ ।

 ମତବିନିମୟ କାର୍ଯ୍ୟକ୍ରମରେ କାର୍ମିକ ଠିକା ଶ୍ରମିକ ସେଲ ଓ ପ୍ରକଳ୍ପ ବିଭାଗର ଡ଼ିଜିଏମ, ଶ୍ରୀ ଟି ଜି କାନେକର  ବିଭିନ୍ନ ସୁବିଧା ସୁଯୋଗ ତଥା ନିର୍ଦ୍ଧାରିତ ମାନଦଣ୍ଡ ଯଥା ଇଏସଆଇ ଓ ଭବିଷ୍ୟନିଧି ପାଣ୍ଠି ଇତ୍ୟାଦି ସମ୍ବନ୍ଧରେ ଠିକାଶ୍ରମିକଙ୍କର ବିଭିନ୍ନ ଦ୍ଵନ୍ଦ୍ଵ ଦୂର କରିଥିଲେ। କାର୍ମିକ ସିଏଲସି ବିଭାଗର ଶ୍ରମ ନିରିକ୍ଷକ, ଶ୍ରୀ ଟି ଏ କେ ପାତ୍ର ଠିକା ଶ୍ରମିକଙ୍କୁ ସେମାନଙ୍କର ଅଧିକାର, ଲାଭାଦି ସୁବିଧା, ଦାୟିତ୍ଵ,  ମଜୁରୀ ଢାଞ୍ଚା, ବ୍ୟାଙ୍କ ଜରିଆରେ ମଜୁରୀ ପ୍ରଦାନ, ପେ ସ୍ଲିପ, ଏବଂ ମେଡିକାଲ ସୁବିଧା ଅତ୍ୟାଦି ବିଷୟରେ ଆଲୋଚନା କରିଥିଲେ।  ସେମାନଙ୍କୁ ସୁରକ୍ଷିତ କାର୍ଯ୍ୟ ସଂସ୍କୃତି ସମ୍ବନ୍ଧରେ ମଧ୍ୟ ଅବଗତ କରାଯାଇଥିଲା। ସିଏଲସି କାର୍ମିକ ବିଭାଗର ଏକଜିକ୍ୟୁଟିଭ ଆସିଷ୍ଟାଣ୍ଟ, ସୁଶ୍ରୀ ମଧୁସ୍ମିତା ମିଶ୍ର ଏସଏ ୮୦୦୦ର ବିଭିନ୍ନ ପ୍ରାବଧାନ ଯଥା ଶିଶୁ ଶ୍ରମିକ, ଗୋତି ଶ୍ରମିକ, ସ୍ୱାସ୍ଥ୍ୟର ପ୍ରାବଧାନ ଓ, ଅଧିକାର, ଅବହେଳା, କାର୍ଯ୍ୟ ନିର୍ଘଣ୍ଟ, ସୁରକ୍ଷା, ମଜୁରୀ ଏବଂ ଅପମାନଜନକ ଭାଷା ଆଦି ବିଷୟରେ ତଥ୍ୟ ଉପସ୍ଥାପିତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ପ୍ରକଳ୍ପ କାର୍ମିକ ବିଭାଗର ଡେପୁଟି ମ୍ୟାନେଜର, ଶ୍ରୀ ଅବିନାଶ ପରିଚାଳନା କରିଥିଲେ। ବିଭାଗର ଶ୍ରମ ନିରିକ୍ଷକ, ଶ୍ରୀ ବି ସି ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।  

 ସୂଚନାଯୋଗ୍ୟ ଯେ, ଆରଏସପିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ‘ପ୍ରୟାସ’ ଆରଏସପି ଦ୍ଵାରା ଆୟୋଜିତ ଏକ ଯୋଗାଯୋଗ ବୈଠକ ଅଟେ। ଏଥିରେ ଠିକା ଶ୍ରମିକମାନଙ୍କୁ ସେମାନଙ୍କ କଲ୍ୟାଣମୂଳକ ଯୋଜନା ବିଷୟ ଗୁଡିକ ସମ୍ବନ୍ଧରେ ବିଭିନ୍ନ ପ୍ରାବଧାନ ଓ ନିୟମାବଳୀ ବିଷୟରେ ପ୍ରାଞ୍ଜଳ ରୂପେ ଅବଗତ କରାଯାଇଥାଏ। ଅଦ୍ୟାବଧି ଏହି ପ୍ରୟାସ ଅଧୀନରେ ୧୧୬୪ ଜଣ ଠିକା ଶ୍ରମିକ କାର୍ଯ୍ୟକ୍ରମରେ ଭାଗ ନେଇସାରିଛନ୍ତି।

 

 

 

 

0
0
0
s2sdefault