ହେଡଲାଇନସ୍:

ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

05-06-18-tata.jpg - 126.74 kB

ଭୁବନେଶ୍ୱର/କଳିଙ୍ଗନଗର(ଜୟଶଙ୍କର ଦାଶ) : ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍କେ) ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଚାରାରୋପଣ,  ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ପୋଷ୍ଟର ଓ ଚିତ୍ରାଙ୍କନ ପ୍ରତିଯୋଗିତା, କର୍ମଚାରୀମାନଙ୍କ ମଧ୍ୟରେ କୁଇଜ୍ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସ ପାଇଁ ଥିବା ବିଶ୍ୱସ୍ତରୀୟ ବିଷୟବସ୍ତୁ ବିଟ୍ ପ୍ଲାଷ୍ଟିକ୍ ପଲ୍ୟୁସନ  (ପ୍ଲାଷ୍ଟିକ୍ ପ୍ରଦୂଷଣକୁ ପରାହତ କରନ୍ତୁ), ଯଦି ପୁନଃ ବ୍ୟବହାର କରିପାରିବେନି, ପରିତ୍ୟାଗ କରନ୍ତୁ ଅନୁଯାୟୀ ଏହି ଦିବସକୁ ପାଳନ କରାଯାଇଛି ।

ଟିସ୍କୋ  କାପାବିଲିଟି ଡେଭେଲପ୍ମେଣ୍ଟ୍ ଟ୍ରେନିଂ ସେଂଟର ପରିସରରେ ବିଶ୍ୱ ପରିବେଶ ଦିବସ ପାଇଁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ କଳିଙ୍ଗ ନଗରର ଉପସଭାପତି(ଅପରେସନ) ରାଜୀବ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ରାଜୀବ କୁମାର କହିଛନ୍ତି ଯେ, ଟାଟା ଷ୍ଟିଲ୍ ପରିବେଶ ନିରନ୍ତରତା ପ୍ରତି ପ୍ରତିଶ୍ରୁତିବଦ୍ଧ । ପ୍ଲାଷ୍ଟିକ୍ ଯୋଗୁଁ ହେଉଥିବା ପାଣିପାଗ ପାଇବର୍ତ୍ତନ  ସମସ୍ୟା ଓ ଭବିଷ୍ୟତ ଉପରେ କୋଲକାତାର ଡ. ଅଭିଜିତ ମିତ୍ର ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି।

ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବରୁ ଟାଟା ଷ୍ଟିଲ୍ ପରିବାର କଲୋନିର ସ୍କୁଲ ପିଲାମାନଙ୍କ ମଧ୍ୟରେ ରଚନା ଓ ଚିତ୍ରାଙ୍କନ, ଟାଟା ଷ୍ଟିଲ୍ କଳିଙ୍ଗନଗର କାରଖାନାର ଅଧିକାରୀ ଓ ଅଣ-ଅଧିକାରୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ବିଶ୍ୱ ପରିବେଶ ଦିବସ ପାଇଁ କୋକ୍ ଓଭେନ୍, ଏସ୍ଏମ୍ଏସ୍, ସିଂଟର କାରଖାନା, କାପାବିଲିଟି ଡେଭେଲପ୍ମେଂଟ୍ ଟ୍ରେନିଂ ସେଂଟରରେ ଚାରା ରୋପଣ କରାଯାଇଥିଲା । 

ଦାନଗଦି ବ୍ଲକର  ଖପୁରିଆପଡ଼ାର ବ୍ରାହ୍ମଣୀଗାଁରେ ଟାଟା ଷ୍ଟିଲ୍ ରୁରାଲ୍ ଡେଭେଲପ୍ମେଂଟ୍ ସୋସାଇଟି, କଳିଙ୍ଗ ନଗର ପକ୍ଷରୁ ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି । ପିଆରଆଇ  ସଦସ୍ୟ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ଯୁବପିଢ଼ିଙ୍କୁ ମିଶାଇ ପାଖାପାଖି ୧୦୦ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଏକ ସଚେତନତା ରାଲି  ଆରମ୍ଭ ହୋଇଥିଲା ଓ ଏହା ପରେ ଡକ୍ଟର ଅଭିଜିତ ମିତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ବୈଠକ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଗାଁର ବିଭିନ୍ନ ପରିବାରକୁ ଝୋଟ ବ୍ୟାଗ୍ ଓ ଚାରା ବଂଟନ କରାଯାଇଥିଲା । ଏହି ଦିବସକୁ ପାଳନ କରିବା ପାଇଁ ଗତକାଲି ବ୍ରାହ୍ମଣୀଗାଁରେ ଏକ ପ୍ଲାଷ୍ଟିକ୍ ସଫେଇ ଅଭିଯାନ ଆୟୋଜନ କରାଯାଇଥିଲା ।

0
0
0
s2sdefault