ହେଡଲାଇନସ୍:

ଭୁବନେଶ୍ୱରରେ ସୋଆର ୩ ହସ୍ପିଟାଲ୍ ଭିନ୍ନ ଭିନ୍ନ ସ୍ଥାନରେ ଥାଇ ଯୋଗାଇ ଦେଉଛନ୍ତି ଉନ୍ନତମାନର ସ୍ୱାସ୍ଥ୍ୟସେବା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ଏଠାରେ ଆରମ୍ଭ ହୋଇଥିବା ରାଜ୍ୟର ବୃହତମ କୋଭିଡ-୧୯ ହସ୍ପିଟାଲ ସମ୍ କୋଭିଡ ହସ୍ପିଟାଲ୍ ସମେତ ସୋଆର ଅନ୍ୟ ଦୁଇଟି ସ୍ଥାନୀୟ ହସ୍ପିଟାଲ୍ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ବେଶ ପ୍ରସିଦ୍ଧି ଲାଭ କରିବାରେ ଲାଗିଛି । ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲଟି କେବଳ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉଦ୍ଧିଷ୍ଟ ହୋଇଥିବା ବେଳେ ଅନ୍ୟ ଦୁଇଟି ହସ୍ପିଟାଲ୍ ମଧ୍ୟ ଉତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ସଫଳତା ହାସଲ କରିଛି । ଏନ୍ଆଇଆରଏଫ  ରାଙ୍କୀଙ୍ଗରେ  ୨୧ ତମ ସ୍ଥାନ ହାସଲ କରିଥିବା ଟିଚିଂ ହସ୍ପିଟାଲ୍ ଇନଷ୍ଟିଟ୍ୟୁଟ  ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସୋଆର ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ  । ସବୁ ବର୍ଗଙ୍କ ପାଇଁ ସମସ୍ତ ପ୍ରକାର ଚିକିତ୍ସା ସମ୍ରେ ପ୍ରଦାନ କରାଯାଇଥାଏ । ସେହିପରି ନିକଟରେ ଉଦ୍ଘାଟିତ ହୋଇଥିବା ସମ୍ ଅଲ୍ଟିମେଟ ମେଡିକେୟାର ହେଉଛି ଏକ ମଲ୍ଟି ସୁପର ସ୍ପେସିଆଲଟି ହସ୍ପିଟାଲ୍ ।

ତିନୋଟି ହସ୍ପିଟାଲ୍ ରାଜଧାନୀର ଭିନ୍ନ ଭିନ୍ନ ସ୍ଥାନରେ ଥାଇ ଜନସାଧାରଣଙ୍କୁ ଉତମମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛନ୍ତି । ତିନୋଟି ହସ୍ପିଟାଲ୍ରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ପୃଥକ ପୃଥକ ଭାବେ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି । କୋଭିଡ ହସ୍ପିଟାଲ୍ ବ୍ୟତିତ ସମ୍ କିମ୍ବା ସମ୍ ଅଲ୍ଟିମେଟ ମେଡିକେୟାରରେ କରୋନା ସଂକ୍ରମିତ ହୋଇଥିବା କୌଣସି  ରୋଗୀଙ୍କୁ ଚିକିତ୍ସା କରାଯାଉ ନାହିଁ ।

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହୋଇଥିବା ସମ୍ କୋଭିଡ ହସ୍ପିଟାଲ୍ର ୫୦୦ ଶଯ୍ୟା ରହିଥିବା ବେଳେ ୨୫ଟି ଆଇସିୟୁ ଶଯ୍ୟା ରହିଛି । ସେହିପରି ସୋଆ ପକ୍ଷରୁ ତାଳଚେରରେ ୧୫୬ ଶଯ୍ୟା ବିଶିଷ୍ଟ ଏବଂ କେନ୍ଦ୍ରାପଡ଼ାରେ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ  ହସ୍ପିଟାଲ୍ ଆରମ୍ଭ କରାଯାଇଛି । ଭୁବନେଶ୍ୱର ଏବଂ ତାଳଚେରରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡର ସହଭାଗିତାରେ କୋଭିଡ୍ ହସ୍ପିଟାଲ୍ ଆରମ୍ଭ କରାଯାଇଥିବା ବେଳେ କେନ୍ଦ୍ରାପଡ଼ାରେ ରାଜ୍ୟସରକାରଙ୍କ ସହଭାଗିତାରେ କୋଭିଡ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରାଯାଇଛି । ଏନେଇ ସୋଆ, ଏମ୍ସିଏଲ୍ ଏବଂ ରାଜ୍ୟସରକାରଙ୍କ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ସମସ୍ତ ହସ୍ପିଟାଲ୍ରେ ସମ୍ ହସ୍ପିଟାଲ୍ ପକ୍ଷରୁ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ ଷ୍ଟାଫ୍ ଯୋଗାଇ ଦିଆଯାଇଛି । 

0
0
0
s2sdefault