ହେଡଲାଇନସ୍:

ବିଜେଡି ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗ ନାମାଙ୍କନ ପତ୍ର ଦାଖଲ କଲେ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଭାବେ ରଘୁନାଥ ଗମାଙ୍ଗ ନିଜର ନାମାଙ୍କନ ପତ୍ର ଗୁଣୁପୁର ଉପଜିଲ୍ଲାପାଳ ଙ୍କ ନିକଟରେ ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗୁଣୁପୁର ବିଜେଡ଼ି ର ବିଧାୟକ ପ୍ରାର୍ଥୀ ଶ୍ରୀ ରଘୁନାଥ ଗମାଙ୍ଗ ଙ୍କ ନେତୃତ୍ୱରେ ଗୁଣପୁର ନୂତନ ବସ ଷ୍ଟାଣ୍ଡ ଠାରେ ଥିବା ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ଏକ ଶୋଭାଯାତ୍ରା କରି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲା l ଗୁଣପୁର ନିର୍ବାଚନ ମଣ୍ଡଳୀର ପ୍ରତି ପଞ୍ଚାୟତରୁ ଶତାଧିକ ସଂଖ୍ୟାରେ ବିଜେଡି କର୍ମୀ ଓ ନେତା ଯୋଗଦାନ କରିଥିଲେ l ଶୋଭାଯାତ୍ରା ରେ ବାଜା ଓ ନୃତ୍ୟ ସାଙ୍ଗ କୁ ବିଜେଡି ଜିନ୍ଦାବାଦ ନାରା ରେ ସହର ପ୍ରକମ୍ପିତ ହୋଇଥିଲା। ଏହି ସମାରୋହରେ ଜିଲ୍ଲା ବିଜେଡି ସଭାପତି ଏନ୍. ଭାସ୍କର ରାଓ,ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୁଧୀର ଦାସ, ରାଜ୍ୟ ଛାତ୍ର ଜନତା ଦଳର ଉପସଭାପତି ବିଷ୍ଣୁ ପଣ୍ଡା, ବ୍ଲକ ଯୁବ ସଭାପତି ଭାଷା ଶତପଥି ,ଗୁଣୁପୁର ନଗର ସଭାପତି ରାମ ପଣ୍ଡା ଗୁଣୁପୁର ପୌର ପରିଷଦ ର ବିଜେଡ଼ି ବରିଷ୍ଠ ନେତା ଏସ୍. ବାବା ପ୍ରସାଦ, ଦେବୀ ଆଚାର୍ଯ୍ୟ, ମୁନା ପାଣି, ଯୁବ ନେତା ରିଣ୍ଟୁ ଦାଶ, ଗୌତମ ବିଶୋଇ, ନବୀନ ସୁବୁଦ୍ଧି , ତେନାଲି ରାଜା, କିରଣ ବାଉରୀ ଙ୍କ ସମେତ ବିଜେଡିର ସମସ୍ତ କାଉନସିଲର ଓ ବିଜେଡି କର୍ମୀ ଏବଂ ସମସ୍ତ ବିଜୁ ପ୍ରେମୀ ଯୋଗ ଦେଇଥିଲେ। ଚଳିତ ସାଧାରଣ ନିର୍ବାଚନରେ ଗୁଣୁପୁର ନିର୍ବାଚନ ମଣ୍ଡଳୀ ରେ ପୁଣି ଶଙ୍ଖନାଦ କରିବା ପାଇଁ କର୍ମୀ ମାନେ ସଂକଳ୍ପ ନେଇଥିବା ଜିଲ୍ଲା ବିଜେଡ଼ି ସଭାପତି ମତବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ନିର୍ମଳ ଭାବମୂର୍ତ୍ତି, ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ କଲ୍ୟାଣ ଯୋଜନା, ବିକାଶ ମୂଳକ କାର୍ଯ୍ୟ କୁ ନେଇ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବେ ବୋଲି ରଘୁନାଥ ଗମାଙ୍ଗ କହିଛନ୍ତି l ଆଜି ପରଠାରୁ ବିଜେଡ଼ି ପକ୍ଷରୁ ପ୍ରଚାର ଆଗ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବା ସହ ୧୫ ବର୍ଷ ଧରି ଶକ୍ତ ହୋଇ ରହିଥିବା ଏହି ନିର୍ବାଚନ ମଣ୍ଡଳୀରେ ପୁଣି ଥରେ ବିଜେଡି ହିଁ ଆସିବ ଏବଂ ଗୁଣପୁର ବାସୀ ଉଚିତ୍ ଲୋକକୁ ନିଜର ବହୁମୂଲ୍ୟ ଭୋଟ ଦେଇ ବିଜୟୀ କରିବେ ବୋଲି ବିଜେଡି ବରିଷ୍ଠ ନେତା ତଥା ବିଜେଡି ରାଜ୍ଯ ସମ୍ପାଦକ ସୁଧୀର ଦାଶ ମତ ପ୍ରକାଶ କରିଛନ୍ତି l

 

0
0
0
s2sdefault