ହେଡଲାଇନସ୍:

ୱିନର ବ୍ରାଇଟ ଫ୍ୟୁଚର ରେ ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ସହରର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ୱିନର ବ୍ରାଇଟ ଫ୍ୟୁଚର ରେ ଦୀର୍ଘ ଦଶ ଦିନ ବ୍ୟାପି ଚାଲିଥିବା ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିରରେ ଚିତ୍ର , ହସ୍ତକଳା , ନୃତ୍ୟ ସଂଗୀତ , ହସ୍ତାକ୍ଷର ଲିଖନ , ଖେଳ , ଜାଲେଣି ବିହିନ ରୋଷେଇ କଳା , ମାନସିକ ଗଣିତ , ବୈଜ୍ଞାନିକ ଓ ରୋବୋଟିକ ସୃଜନ , ଆତ୍ମସୁରକ୍ଷା ଓ ମାର୍ଶଳ କଳା ଏବଂ ଯୋଗ ଆଦି ସ୍ଥାନ ପାଇଥିଲା ଯାହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ମାନସିକ, ଶାରିରୀକ ଓ ବୈଦ୍ଧିକ ଦକ୍ଷତା ବୃଦ୍ଧି ହୋଇଥାଏ । ଏହି ଶିବିରକୁ ଦକ୍ଷ ପ୍ରଶିକ୍ଷକ ଗଣ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ପରିଚାଳନା କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର ଓ ଅଧ୍ୟକ୍ଷା ଆପାଳି ଅପରାଜିତା ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଶିବିରରେ ଯୋଗଦାନ କରି ଉପରୋକ୍ତ ଶିକ୍ଷଣୀୟ ଗୁଡିକରୁ ଲାଭ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ଉତ୍ସାହ ଭରି ରହିଥିଲା । ଉଦଯାପନୀ ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରସିଦ୍ଧ ମାର୍ଶଳ ଆର୍ଟ ପ୍ରଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ନାଗଙ୍କୁ ଉରଗ୍ଧ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଛାତ୍ରଛାତ୍ରୀ ଶିକ୍ଷା ବ୍ୟତିତ ମାନସିକ, ଶାରିରୀକ ଓ ବୌଦ୍ଧିକ ଦକ୍ଷତା ବୃଦ୍ଧି ପାଇଁ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏହି ପ୍ରୟାସ ପାଇଁ ଅବିଭାବକ ମାନେ ପ୍ରସଂଶା କରିଛନ୍ତି । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନାରେ ସହେଯାଗ କରିଛନ୍ତି ।

0
0
0
s2sdefault