ହେଡଲାଇନସ୍:

ଶାକଦ୍ବିପୀ ଦୈବଜ୍ଞ ମହାସଂଘ ପଦ୍ମପୁରର ସାଧାରଣ ସଭା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଇସିଲାଟ-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଶାକଦ୍ବିପୀ ଦୈବଜ୍ଞ ମହାସଂଘ ର ଏକ ସାଧାରଣ ସଭା  ଗାଇସିଲାଟ ବ୍ଲକ ତାଲପାଲି ଠାରେ  ଅନୁଷ୍ଠିତ ହୋଇଥିଲା ।  ସମାଜର ଅଧିଷ୍ଠାତା  ସୂର୍ଯ୍ୟଦେବଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । କର୍ତ୍ତା ଭାବରେ ପଦିତ୍ର ଗୁରୁ ଓ ତାକର ଧର୍ମ ପତ୍ନୀ ହରିପ୍ରିୟା ଗୁରୁ ଦାୟିତ୍ବ ସଂପାଦନ କରିଥିବା ବେଳେ ପୂରୋହିତ  ଦାୟିତ୍ବ ଇଶ୍ବର ଚନ୍ଦ୍ର ଗୁରୁ  ଦାୟିତ୍ବ ସଂପାଦନ କରିଥିଲେ । ଏହି ସଭାର ସ୍ବାଗତ ଭାଷଣ ଓ ଆଭିମୂଖ୍ୟ ସଂପର୍କରେ  ବିନାୟକ  ପ୍ରସାଦ ଗୁରୁ  ଉପସ୍ଟାପନ କରିଥିଲେ ।  ଏଥିରେ  ବରଗଡ ଜିଲ୍ଲା ସଭାପତି ଲାଭ ଯୋଷି . ପାଟଣାଗଡ ବ୍ଲକ ସଭାପତି ଜିବର୍ଦ୍ଧନ ପଣ୍ଡା .  ଦୟାନିଧି ନାୟକ . ମୋହନ ପଣ୍ଡା .  ସୋହେଲା ମଣ୍ଡଳ ସଭାପତି ବିଭିଷଣ ପଣ୍ଡା. ସୋନପୁର ସଭାପତି ପ୍ରଦିପ ଯୋଷି  ସମେତ ବହୁ ବରିଷ୍ଠ  କର୍ମକର୍ତ୍ତା ଉପସ୍ଥିତ ଥିଲେ ।  ସର୍ବ ସମ୍ମତି କ୍ରମେ  ବିନାୟକ ପ୍ରସାଦ ଗୁରୁଙ୍କୁ ସଭାପତି .୨ଜଣ ଉପସଭାପତି ଭାବରେ  ଗଣେଶ ଗୁରୁ. ଟିକେଚନ୍ଦ ପଣ୍ଡା ଗଂଗାଧର ନାୟକ ସାଧାରଣ ସଂପାଦକ .  ୨ଜଣ ସହ ସଂପାଦକ ଭାବରେ ଫକିର ଜ୍ୟୋତିଷ ଓ  ବିଶ୍ବନାଥ ଗୁରୁ କୋଷାଧ୍ୟକ୍ଷ ଭାବରେ ରାଜୀବ ନାୟକ  ମନୋନୀତ ହୋଇଥିଲେ । ନବ ନିର୍ବାଚିତ ପରିଚାଳନା କମିଟୀକୁ ସ୍ବାଗତ ଓ ସମ୍ବର୍ଦ୍ଧନା  ପ୍ରଦାନ କରାଯାଇଥିଲା ।  ସମାଜରେ ଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା ଓ ସମାଧାନ କରାଯାଇଥିଲା । ସମାଜରେ ଥିବା  ଶାକଦ୍ବିପୀ ଦୈବଜ୍ଞ ବ୍ରାହ୍ମଣ ମାନଂକ  ପରିଚୟ ଓ ସାମାଜିକ ସ୍ଥିତି  ସଂପର୍କ ରେ ଏକ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଥିଲା ।ପରିଶେଷରେ ନବ ନିର୍ବାଚିତ  ସଂପାଦକ ଗଂଗାଧର ନାୟକ ଧନ୍ୟବାଦ ଦେଇ ସଭା ସାଂଗ କରିଥିଲେ ।

0
0
0
s2sdefault