ହେଡଲାଇନସ୍:

ବରଗଡ଼ ଜିଲ୍ଲାରେ ବିଜେପି କୁ ଝଟକା ପରେ ଝଟକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେଡିରେ ମିଶିଲେ ବିଜେପି ସମର୍ଥିତ ସରପଞ୍ଚ ଓ ଶତାଧିକ ସମର୍ଥକ

ବରଗଡ ;- ବିଗତ କିଛି ଦିନ ହେଲା ଜିଲ୍ଲାର ଅନେକ ସ୍ଥାନରେ ବିଜେପି ର ଅନେକ ନେତା ଓ କାର୍ଯ୍ୟକର୍ତ୍ତା ବିଜେପି ତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହେବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ସର୍ଗି ବାହାଲ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ନେପୁର ସୁନା ତାଙ୍କର ସ୍ୱାମୀ ଓ ଶତାଧିକ ସମର୍ଥକ ଓ ବିଜେପି କାର୍ଯକର୍ତା ଙ୍କର ସହିତ ଭାରତୀୟ ଜନତା ପାର୍ଟିକୁ ତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଗତ ଦିନରେ ରାଜ୍ୟ ସରକାର ଙ୍କର ଦ୍ୱାରା ପଦ୍ମପୁର ଅଞ୍ଚଳର ବିକାଶ ପାଇଁ ଗ୍ରହଣ କରାଯାଇଥିବା ଲୋକାଭିମୁଖୀ ପଦକ୍ଷେପ , ମୁଖ୍ୟମନ୍ତ୍ରୀ ଙ୍କର ଓଡିଶା ବାସୀ ଙ୍କର ପାଇଁ ରହିଥିବା ଆତ୍ମୀୟତା ଓ ନିର୍ମଳ ଭାବମୂର୍ତ୍ତି , ବିଧାୟିକା ଙ୍କର କଠୋର ପରିଶ୍ରମ ଓ ଜନସେବା ରେ ଅନୁପ୍ରାଣିତ ହୋଇ ତଥା ନିଜର ଗ୍ରାମ ପଞ୍ଚାୟତ ର ବିକାଶ କୁ ଆହୁରି ଗତି ପ୍ରଦାନ କରିବା ପାଇଁ ସେ ଓ ତାଙ୍କର ଦଳୀୟ ସମର୍ଥକ ମାନେ ଆଜି ବିଜେଡି ରେ ସାମିଲ ହୋଇଥିବା କହିଥିଲେ ସରପଞ୍ଚ ।

ଆଜି ସରପଞ୍ଚ ଙ୍କର ସମେତ ଦଳରେ ଯୋଗ ଦେଇଥିବା ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ ବିଧାୟିକା ବର୍ଷା ସିଂ ବରିହା , ବରଗଡ଼ ଲୋକସଭା ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ପରିଣୀତା ମିଶ୍ର ଓ ଦଳର ରାଜ୍ୟ ସମ୍ପାଦକ ଶ୍ରୀ ରାଜୁ ଘିବେଲା ।

0
0
0
s2sdefault