ହେଡଲାଇନସ୍:

ଓଡ଼ଗାଁ ନିର୍ବାଚନୀ ସଭାରେ ଯୋଡ଼ି ଶଂଙ୍ଖ ପାଇଁ ଆହ୍ବାନ ଦେଲେ ପାଣ୍ଡିଆନ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୦ ବର୍ଷରେ କେଉଁ ପ୍ରତିଶୃତି ପୁରଣ ହୋଇଛି ବୋଲି କେନ୍ଦ୍ରକୁ କଲେ ନିଶାନ

ବିରୋଧୀ ଦଳ ନିର୍ବାଚନ ଆସିଗଲେ ପର୍ଯ୍ୟଟକ ଭଳି ମାଳମାଳ ହୋଇ ଆସିଥାନ୍ତି । ମିଠା ମିଠା ପ୍ରତିଶୃତି ଦିଅନ୍ତି। ନିର୍ବାଚନ ପରେ ଆଉ ଦେଖା ମିଳନ୍ତି ନାହିଁ ।

ଓଡ଼ଗାଁ, ୫।୫ (ଶ୍ରୀକାନ୍ତ କୁମାର ମିଶ୍ର): ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିୟାନ ରବିବାର ଅପରାହ୍ନରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ମହୋତ୍ସବ ପଡ଼ିଆ ଠାରେ ଉପସ୍ଥିତ ସମର୍ଥକ ଓ ଜନସାଧାରଣଙ୍କ ଉଦେଶ୍ୟରେ ଆୟୋଜିତ ଜନସଭାକୁ ଏକ ଦମଦାର ସମ୍ବୋଧନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାରେ ବିଶ୍ବାସ କରନ୍ତି। ଏବଂ ଲୋକଙ୍କ କାମର ହିସାବ ଦେବାରେ ବିଶ୍ବାସ କରନ୍ତି।ଲୋକଙ୍କ ଆବଶ୍ୟକତାକୁ ତୁରିତ ପୁରଣ କରିବା ପାଇଁ ପଦକ୍ଷେପ ନିଅନ୍ତି। କିନ୍ତୁ ବିରୋଧୀ ଦଳ ଜନସ୍ୱାର୍ଥ ଅପେକ୍ଷା ଆପଣା ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଇଥାନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଭୋଟ ପାଇଁ ନୁହେଁ ବରଂ ଲୋକଙ୍କ ହିତରେ ସର୍ବଦା କାର୍ଯ୍ୟ କରିଥାନ୍ତି । କିନ୍ତୁ ବିରୋଧୀ ଦଳ ନିର୍ବାଚନ ଆସିଗଲେ ପର୍ଯ୍ୟଟକ ଭଳି ମାଳମାଳ ହୋଇ ଆସିଥାନ୍ତି । ମିଠା ମିଠା ପ୍ରତିଶୃତି ଦିଅନ୍ତି। ନିର୍ବାଚନ ପରେ ଆଉ ଦେଖା ମିଳନ୍ତି ନାହିଁ । ଶଙ୍ଖ ଚିହ୍ନ ପ୍ରଗତିର ଚିହ୍ନ । ତେବେ ଓଡିଶା ବିକାଶର କର୍ଣ୍ଣଧାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହରହ ବିକାଶ ହିଁ କରିଚାଲିଥାନ୍ତି । ନିର୍ବାଚନୀ ପ୍ରତିଶୃତି ଅନୁସାରେ ବର୍ଷକୁ ୨ କୋଟି ନିଯୁକ୍ତି ଆଜି ପ୍ରତାରଣାରେ ପରିଣତ ହୋଇଛି । ୧୦ ବର୍ଷ ଭିତରେ ଓଡିଶାର ୮୦ ଲକ୍ଷ ଚାକିରୀ କୁଆଡେ ଗଲା ବୋଲି କହିଥିଲେ। ଠିକ ସେହିପରି ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ସମ୍ପର୍କରେ କହିବା ସହ ଇଲେକ୍ସନ ଆସିଲେ ବିରୋଧୀଙ୍କ ଚାଷୀ କଥା ମନେପଡେ ଓ ଏମଏସପି ଦୁଇ ଗୁଣ କରିବା କଥା କୁହନ୍ତି । ନିର୍ବାଚନ ସରିଲେ ସବୁ ଭୁଲି ଯାଆନ୍ତି। ଅନ୍ୟପକ୍ଷେ ଓଡ଼ଗାଁର ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୬୦ କୋଟି ଅନୁମୋଦନ କରିଛନ୍ତି। ଲୋକଙ୍କ ପ୍ରସ୍ତାବକ୍ରମେ ରଘୁନାଥ ଜୀଉ ମନ୍ଦିରକୁ ୩ କୋଟି ୫୦ ଲକ୍ଷ, ଦୁତିକେଶ୍ବର ମନ୍ଦିରକୁ ୫ କୋଟି ଓ ବରକନ୍ୟା ଝରଣ ରଣାର ଉନ୍ନତି ପାଇଁ ୪ କୋଟି ୪୨ ଲକ୍ଷ ଦିଆଯାଇଛି। ଓଡ଼ଗାଁ ବସଷ୍ଟାଣ୍ଡ ପାଇଁ ୧୧ କୋଟି ସମେତ ଏହାସହିତ ଅନେକ ମଠ, ମନ୍ଦିରର ରୂପାନ୍ତରଣ ପାଇଁ ପଦକ୍ଷେପ ନିଆଯାଇଛି । ଏଣୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଦୁଇ ଦୁଇଥର ଭୋଟ ଦେବାକୁ ନିବେଦନ କରିଥିଲେ।

0
0
0
s2sdefault