ହେଡଲାଇନସ୍:

ନବୀନ ଘୋଷଣା କଲେ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଣ୍ଟାବାଂଝିରୁ ନିଜେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ, ପଦ୍ମପୁରରୁ ପୁଣି ବର୍ଷା


ସମ୍ବଲପୁର ଓ ରେଢ଼ାଖୋଲ ପ୍ରାର୍ଥୀ ଅଦଳବଦଳ

ଭୁବନେଶ୍ୱର : ନବୀନ ଘୋଷଣା କଲେ ବିଧାନସଭା ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା | ବହୁଦିନ ଝୁଲେଇ ରଖିବା ପରେ ଶେଷରେ ସବୁ ଜଳ୍ପନାଜଳ୍ପନାର ଅବସାନ ଘଟାଇ ପଦ୍ମପୁରରୁ ପୁଣି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛନ୍ତି | ବଲାଙ୍ଗୀର କଣ୍ଟାବାଂଝିରୁ ଲଢ଼ିବେ ନିଜେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ | ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟ ନାୟକ, ପଦ୍ମପୁର ରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆ, ଦେବଗଡରୁ ଅରୁନ୍ଧତୀ ଦେବୀ, ଅନୁଗୁଳ ଶ୍ରୀମତୀ ସଂଯୁକ୍ତା ସିଂହ, ନିମାପଡାରୁ ଦିଲୀପ କୁମାର ନାୟକ , ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ , ଜୟପୁରରୁ ଡ଼ ଇନ୍ଦିରା ନନ୍ଦ ପ୍ରାର୍ଥୀ ହୋଇଛନ୍ତି | ସମ୍ବଲପୁର ଓ ରେଢ଼ାଖୋଲ ପ୍ରାର୍ଥୀ ଅଦଳବଦଳ ହୋଇଛନ୍ତି | ପୂର୍ବ ଘୋଷଣାକୁ ବାତିଲ କରି ପ୍ରସନ୍ନ ଆଚାର୍ଯ୍ୟଙ୍କ ସମ୍ବଲପୁର ବଦଳରେ ରେଢ଼ାଖୋଲ ଓ ରୋହିତ ପୂଜାରୀଙ୍କୁ ରେଢ଼ାଖୋଲ ବଦଳରେ ସମ୍ବଲପୁର ପ୍ରାର୍ଥୀ କରାଯାଇଛି |

0
0
0
s2sdefault