ହେଡଲାଇନସ୍:

ଗ୍ରୀଷ୍ମ ଋତୁରେ ଦାଇତ୍ୱପୂର୍ଣ୍ଣ ବିଦ୍ୟୁତ ବ୍ୟବହାର ପାଇଁ ବିଦ୍ୟୁତ ଉପଭୋକ୍ତାଙ୍କ ନିମନ୍ତେ ନିର୍ଦ୍ଦେଶାବଳୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୨୯ ଏପ୍ରିଲ୍ ୨୦୨୪: ଖରାର ମାତ୍ରା ବଢିଚାଲିଥିବା ବେଳେ ଦକ୍ଷ ଭାବେ ବିଦ୍ୟୁତର ବ୍ୟବହାର କରିବା ଆମର ପ୍ରାଥମିକତା ହେବା ଉଚିତ । ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ବିଦ୍ୟୁତ ଚାହିଦା ରେ ବୃଦ୍ଧି କୁ ଦ୍ରୁଷ୍ଟି ରେ ରଖି ବିଦ୍ୟୁତ ଉପଭୋକ୍ତାଙ୍କ ନିମନ୍ତେ ନିଦେ୍ର୍ଧଶାବଳି ଜାରି କରାଯାଇଛି । ଏହି ସମୟରେ ବିଦ୍ୟୁତ୍ ଚାହିଦା ରେ ବୃଦ୍ଧି ଯୋଗୁଁ ଫ୍ୟୁଜ୍ ଉଡିଯିବା, କେବୁଲ୍ କିମ୍ବା ଜଏଣ୍ଟ ରେ ଅସୁବିଧା, ଟ୍ରାନ୍ସଫର୍ମର ଓଭରଲୋଡିଂ ଭଳି ବିଭିନ୍ନ ଆହ୍ୱାନ ପାଇଁ ବିଦ୍ୟୁତ୍ ଯୋଗାଣରେ ବାଧା ସୃଷ୍ଟି ହୋଇଥାଏ ।
ବିଦ୍ୟୁତ୍ ଲାଇନରୁ ବେଆଇନ ଭାବେ ହୁକ ପକେଇ ବିଦ୍ୟୁତ ସଂଯୋଗ ନେବା ଦ୍ୱାରା ବିଦ୍ୟୁତ ଭିର୍ତ୍ତିଭୂମି ଦୁର୍ବଳ ହେବା ସହିତ ହଟ-ସ୍ପଟ୍ ସୃଷ୍ଟି କରିଥାଏ ଯାହା ପରବର୍ତୀ ସମୟରେ ବ୍ରେକଡାଉନ ଏବଂ ବିପଦର ମୁଖ୍ୟ କାରଣ ପାଲଟିଥାଏ । ଏହା ବୁଝିବା ଅତ୍ୟନ୍ତ ଜରୁରୀ ଯେ ଭାରତୀୟ ବିଦ୍ୟୁତ୍ ଅଧିନିୟମ, ୧୯୫୬ ର ଧାରା ୧୩୫ ଅନୁଯାୟୀ ବେଆଇନ ହୁକ ପକାଇବା କେବଳ ଆଇନ ବିରୋଧୀ ନୁହେଁ, ଏହା ମଧ୍ୟ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥାଏ ଏବଂ ସମାଜର କ୍ଷତି ଘଟାଇଥାଏ ।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦାଇତ୍ୱବାନ ଭାବେ ବିଦ୍ୟୁତ୍ ବ୍ୟବହାର କରିବା ଆମ ପ୍ରତ୍ୟେକଙ୍କ ପାଇଁ ଜରୁରୀ ଅଟେ । ଆମେ ଅତ୍ୟାବଶ୍ୟକ ବିଦ୍ୟୁତ ବ୍ୟବହାରକୁ ପ୍ରାଥମିକତା ଦେଇ, ବିଦ୍ୟୁତ ଅପଚୟରୁ ଦୂରେଇ ରହି ଏବଂ ଦକ୍ଷ ବିଦ୍ୟୁତ ପରିଚାଳନା କରି ଗ୍ରୀଡ୍ ଉପରେ ଚାପ ହ୍ରାସ କରିପାରିବା ।
ଆମେ ଉପଭୋକ୍ତାମାନଙ୍କୁ ଅନୁରୋଧ କରୁଛୁ ଯେ ବିଦ୍ୟୁତ୍ ବ୍ୟବହାର ସହିତ ଜଡିତ କୌଣସି ଅନଧିକୃତ କାର୍ଯ୍ୟକଳାପରୁ ଦୟାକରି ଦୂରେଇ ରୁହନ୍ତୁ ଏବଂ ବିଦ୍ୟୁତ୍ ନିୟମାବଳୀକୁ ସମର୍ଥନ କରି ଆମ ସମାଜର ସୁରକ୍ଷା ପାଇଁ ଆମ ସହିତ ହାତ ମିଳାନ୍ତୁ । ଆସନ୍ତୁ ସମସ୍ତେ ଏକାଠି ହୋଇ ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା । ଆପଣଙ୍କ ସହଯୋଗ ଆମପାଇଁ ମୁଲ୍ୟବାନ ଅଟେ ।

0
0
0
s2sdefault