ସୁନ୍ଦରଗଡ/ରାଉରକେଲା :(ବସନ୍ତ କୁମାର ଜେନା): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସୁନ୍ଦରଗଡ ଜିଲ୍ଲା ରେ ନାମାଙ୍କନ ଦାଖଲର ୨ୟ ଦିନରେ ବିଧାନ ସଭା ପାଇଁ ୭ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରି ଥିବା ବେଳେ ଲୋକସଭା ଆସନ ପାଇଁ ୨ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l
ଆଜି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ଶଂକର ଓରାମ, ରାଉରକେଲା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ଦିଲିପ ରାୟ , ରଘୁନାଥପାଲି ପାଇଁ ବହୁଜନ ସମାଜବାଦୀ ଦଳର ରଂଜନ କୁମାର ତନ୍ତୀ ଓ ବିଜେପି ଦଳର ଦୁର୍ଗା ଚରଣ ତନ୍ତୀ ପ୍ରାର୍ଥୀପତ୍ର ଦାଖଲ କରି ଛନ୍ତି l ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀ ପାଇଁ ଦେବେନ୍ଦ୍ର କୁମାର ଭିତରିଆ, ରାଜଗାଂଗପୁର ପାଇଁ ଏସୟୁସିଆଇ ଦଳର ଲେଓନି ତିର୍କୀ ଓ ବଣାଇ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଭୀମସେନ ଚୌଧୁରୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି | ତଲସରା ନିର୍ବାଚନ ମଣ୍ଡଳୀ ପାଇଁ ଆଜି କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି l
ସେହିପରି ସୁନ୍ଦରଗଡ ଲୋକସଭା ଆସନ ପାଇଁ ଏସୟୁସି ଆଇ ଦଳର ଜଷ୍ଟିନ ଲୁଗୁନ ଓ ନିର୍ଦଳୀୟ ପ୍ରାର୍ଥୀ ଜଗବନ୍ଧୁ ଓରାମ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l
ସୂଚନା ଯୋଗ୍ୟ ଯେ ମେ ୩ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି l ମେ ୪ ନାମାଙ୍କନ ପତ୍ର ଯାଚ କରାଯିବ l ମେ ୬ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାର ସହ ଚୂଡାନ୍ତ ତାଲିକା ପ୍ରକାଶିତ କରାଯିବ l