ହେଡଲାଇନସ୍:

ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ, ରଣପୁରରୁ ସୁରମା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରକାଶ ପାଇଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା. ଘୋଷିତ ହେଲା ଆଉ 21 ଜଣଙ୍କ ନାମ 

ଭୁବନେଶ୍ୱର : ବିଜେପି ପକ୍ଷରୁ ଆଉ ୨୧ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ରାଉରକେଲାରୁ ଦିଲ୍ଲୀପ ରାୟ ପ୍ରାର୍ଥୀ ହୋଇଥିବା ବେଳେ ରଣପୁରରୁ ତାପସ ରଞ୍ଜନ ମାର୍ଥାଙ୍କ ବଦଳରେ ସୁରମା ପାଢ଼ୀଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିଭଳି ପଟ୍ଟାଙ୍ଗୀ ଆସନରେ ପୂର୍ବ ଘୋଷିତ ଚୈତନ୍ୟ ହନ୍ତାଳଙ୍କ ଜାଗାରେ ଚୈତନ୍ୟ ନନ୍ଦିବାଲିଙ୍କୁ ପ୍ରାର୍ଥୀ କରାଯାଇଛି । ପୂର୍ବରୁ , ବିଜେପି ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ।

କିଏ କେଉଁ ଆସନରୁ ପ୍ରାର୍ଥୀ ହେଲେ


ରାଉରକେଲା- ଦିଲ୍ଲୀପ ରାୟ
ପାଟଣା- ଅଖିଳ ଚନ୍ଦ୍ର ନାଏକ
ସାରସକଣା- ଭାଦବ ହାଁସଦା
ରାଇରଙ୍ଗପୁର- ଜୋଲେନ ବରଦା
ବାଙ୍ଗିରୀପୋଷି- ଶ୍ରୀମତୀ ସଞ୍ଜଳି ମୁର୍ମୁ
କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ
ଝରିଗାଁ- ନରସିଂହ ଭାତ୍ରା
ଡାବୁଗାଁ- ସୋମନାଥ ପୂଜାରୀ
ରାଜନଗର- ଲଳିତ ବେହେରା
ବାଲିକୁଦା-ଏରସମା- ସତ୍ୟ ସାରଥୀ ମହାନ୍ତି
ଜଗତସିଂହପୁର- ଅମରେନ୍ଦ୍ର ଦାସ
କାକଟପୁର- ବାଇଧର ମଲ୍ଲିକ
ରଣପୁର- ଶ୍ରୀମତୀ ସୁରମା ପାଢ଼ୀ
ସାନଖେମୁଣ୍ଡି- ଉତ୍ତମ ଚରଣ ପାଣିଗ୍ରାହୀ
ମୋହନା- ପ୍ରଶାନ୍ତ ମଲ୍ଲିକ
ବିଷମ କଟକ- ଜଗନ୍ନାଥ ନୁନ୍ଦ୍ରୁକା
ରାୟଗଡ଼ା- ବସନ୍ତ କୁମାର ଉଲ୍ଲାକା
ଲକ୍ଷ୍ମୀପୁର- କୈଳାସ କୁଲେସିକା
କୋଟପାଡ଼- ରୂପୁ ଭାତ୍ରା
ପଟ୍ଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି
ଚିତ୍ରକୋଣ୍ଡା- ଡମ୍ବରୁ ସିସା

0
0
0
s2sdefault