ହେଡଲାଇନସ୍:

ମାହାଙ୍ଗା : ପ୍ରତାପଙ୍କ ରଣନୀତି ବିଜେପିକୁ କରୁଛି ଦୁର୍ବଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ -ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ବିଜେଡ଼ିରେ ଯୋଗଦାନ କଲେ ଶତାଧିକ ବିଜେପି କର୍ମୀ 

 (ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ଶକ୍ତିଶାଳୀ ସଂଗଠନ ଦିନକୁ ଦିନ ଶତଗୁଣିତ ହେବାରେ ଲାଗିଛି l ବିଧାୟକ ପ୍ରତାପ ଜେନା ଙ୍କ ଯୋଦ୍ଧାମାନେ ତୃଣମୂଳ ସ୍ତରରୁ ଏକଜୁଟ ହୋଇ ଏଥର ସାଧାରଣ ନିର୍ବାଚନ ରେ ବିରୋଧୀ ମାନଙ୍କୁ ନାକେଦମ କରିବା ପାଇଁ ହାତରେ ହାତ ମିଶାଇ କାର୍ଯ୍ୟ କରିବା ପାଇଁ ବଳ ବାନ୍ଧିଲେଣି l ଏପରିକି ବିଧାୟକ ପ୍ରତାପ ଜେନା ଙ୍କ ଦୃଢ଼ ନେତୃତ୍ୱରେ ଯେତେ ଯେତେ ସାଧାରଣ ନିର୍ବାଚନ ପାଖେଇ ଆସୁଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦଳ ଶକ୍ତିଶାଳୀ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ତଥା ପୂର୍ବତନ ମନ୍ତ୍ରୀ ତଥା ବିକାଶପୁରୁଷ, ଦୃଢ ସଂଗଠକ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ଆସ୍ଥା ଓ ଭରସା ପ୍ରକଟ କରି ପ୍ରତ୍ୟେକ ଦିନ ବହୁ ବିଜେପି କର୍ମୀ ମାହାଙ୍ଗା ବିଜେପି ଉପରେ ଅତିଷ୍ଟ ହୋଇ ବିଜେଡ଼ିରେ ଯୋଗଦାନ କରୁଛନ୍ତି l ଫଳରେ ମାହାଙ୍ଗାରେ ବିଜେପିର ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ପ୍ରରୀପେକ୍ଷୀରେ ସୋମ‌ବାର ମଧ୍ୟାହ୍ନ ସମୟରେ ମାହାଙ୍ଗା ବ୍ଳକ କୁଆଁପାଳ ଅଳିଯୋଡ଼ା ସ୍ଥିତ ବିଧାୟକ ଶ୍ରୀ ଜେନାଙ୍କ ବାସଭବନରେ ଏକ ବୃହତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ତଥା ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ଅନୁପ୍ରାଣିତ ହୋଇ ମାହାଙ୍ଗା ବ୍ଳକ ଓଷଙ୍ଗ ଗ୍ରାମ ପଞ୍ଚାୟତର ବିଜେପି ପଞ୍ଚାୟତ ସଭାପତି ସ୍ମୃତିରଂଜନ ପାତ୍ର, ବିଜେପି ସମିତିସଭ୍ୟ ଭୀମସେନ ପ୍ରଧାନ, ବିଜେପି କର୍ମୀ ବିକ୍ରମ ପ୍ରଧାନ, ଦିପ୍ତିକାନ୍ତ ଲେଙ୍କା, ସୁଧାନନ୍ଦ ମହାନ୍ତି, ଗୋବିନ୍ଦ ପ୍ରଧାନ,ରାମଚନ୍ଦ୍ର ଘଡ଼େଇ, ଦେବେନ୍ଦ୍ର ଜେନା,ବିଷ୍ଣୁପ୍ରସାଦ ବିଶ୍ଵାଳ, ରମେଶ ପ୍ରଧାନ, ସନାତନ ମଲ୍ଲ, ବିପନ କୁମାର ଜଟ୍ଟଙ୍କ ସମେତ ଶତାଧ‌ିକ ବିଜେପି କର୍ମୀ ଦଳ ପରିତ୍ୟାଗ କରି ବିଜେଡ଼ି ଦଳରେ ଯୋଗଦାନ କରିଛନ୍ତି । ଏହି ଅବସରରେ ବିଧାୟକ ପ୍ରତାପ ଜେନା ବିଜେଡ଼ିରେ ଯୋଗଦାନ କରିଥିବା ସମସ୍ତ ବିଜେପି କର୍ମୀ ମାନଙ୍କୁ ଦଳୀୟ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇବା ସହିତ ପଞ୍ଚାୟତରେ ଅଧିକରୁ ଅଧ‌ିକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ସହଯୋଗର ହାତ ବଢାଇବା ପାଇଁ ପ୍ରକାଶ କରିଥିଲେ । ସେହିପରି ଭାବେ ବିଜେଡ଼ିରେ ଯୋଗଦାନ କରିଥିବା ବିଜେପି କର୍ମୀ ଆଗାମୀ ନିର୍ବାଚନରେ ବିଜେଡ଼ି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇ ପଞ୍ଚାୟତର ବିକାଶକୁ ଦୁଇ ଗୁଣିତ କରିବାକୁ ଉଦ୍ୟମ ଜାରି ରଖିବେ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନାଙ୍କ ସମେତ ବ୍ଳକ ଅଧ୍ୟକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଳକ ବିଜେଡ଼ି ସଭାପତି ରାଜକିଶୋର ଜେନା, ଜିଲ୍ଲାପରିଷଦ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

0
0
0
s2sdefault