ହେଡଲାଇନସ୍:

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେ ମାସ ୨୦ ତାରିଖରୁ ସାରା ଜିଲ୍ଲାରେ ମଣ୍ଡିରୁ ଧାନ ସଂଗ୍ରହ ଆରମ୍ଭ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ତା ୧୫.୦୪.୨୦୨୪: କଳାହାଣ୍ଡି ଜିଲ୍ଲାରେ ରବି ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ମେ ମାସ ୨୦ ତାରିଖ ରୁ ବିଭିନ୍ନ ବ୍ଲକର ମଣ୍ଡି ରୁ ଧାନ କ୍ରୟ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଉପରେ ବିଶେଷ ଆଲୋଚନା ହୋଇଥିଲା।
ବୈଠକରେ ପ୍ରଥମେ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପବିତ୍ର ସାହୁ ସମସ୍ତଙ୍କୁ ସ୍ଵାଗତ କରି ଏଜେଣ୍ଡା ଅନୁଯାୟୀ ସଭା କାର୍ଯ୍ୟକୁ ଆଗେଇଥିଲେ । ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା ଯଥା ପିଇବା ପାଣି ବ୍ୟବସ୍ଥା, ପ୍ରତ୍ୟେକ ଦିନ ଖୋଲିବା,ବିଜୁଳି, ତାର୍ପୋଲିନ, ଆଶ୍ରୟ ସ୍ଥଳ, ଓଜନ ମେସିନ୍ ଓ ଅନ୍ୟାନ୍ୟ ପଦକ୍ଷେପ ଉପରେ ଗୁରୁତ୍ବ ଦେବାକୁ ଡି ଆର୍ ସି ଏସ ଏବଂ ଆର୍ ଏମ ସି କତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ସି ଏସ ଓ ଙ୍କ ସୁଚନା ଅନୁସାରେ ଗତ ଖରିଫ ୨୦୨୩-୨୪ ରେ ୧୧.୪.୨୦୨୪ ସୁଦ୍ଧା ଧାନ ସଂଗ୍ରହ ଲକ୍ଷ୍ୟ ୫୪୦୮୮୩ .୪୦ ମେଟ୍ରିକ୍ ଟନ୍ ଥିବାବେଳେ ୫୧୦୩୮୪.୧୪ ମେଟ୍ରିକ୍ ଟନ୍ ସଂଗ୍ରହ ହୋଇଥଲା।ବର୍ତ୍ତମାନ ୫୯୩୬୧ ହେକ୍ଟର ଜମିରେ ରବି ଧାନ କରାଯାଇଛି ଏବଂ ଧାନ ସଂଗ୍ରହ ୩୦ ଲକ୍ଷ ମେଟ୍ରକ ଟନ୍ ରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଛି। ସଧାରଣ ଧାନ ଏଫ୍ ଏ କ୍ୟୁ ମାନର ଏମ ଏସ ପି ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୧୮୩/- ଟଙ୍କା ରହିଛି।ଗତ ଖରିଫ ଋତୁ ରେ ୬୭ ଟି ଉଷୁନା ମିଲର ଏବଂ ୧୬ ଟି ଅରୁଆ ମିଲର ଧାନ ସଂଗ୍ରହଣ ରେ ଭାଗ ନେଇଥିଲେ, ବର୍ତ୍ତମାନ ୬୭ ଟି ଉଷୁନା ମିଲର ରବି ଧାନ ସଂଗ୍ରହଣରେ ଭାଗ ନେବେ।ରବି ଧାନ ପାଇଁ ଜିଲ୍ଲାରେ ଉଭୟ ଭବାନୀପାଟଣା ଓ ଧର୍ମଗଡ ଉପଖଣ୍ଡରେ ୭୨ ଟି ପାକ୍ସ,୬୨ ଟି ପି ପି ସି ଏବଂ ୨୩ ଟି ଡ଼ବ୍ଲୁ ଏସ ଏଚ ଜି ଏଭଳି ମୋଟ୍ ୧୫୭ ଟି ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହେବ।୨୦୨୩-୨୪ ରବି ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ୫୨୫୯୭ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ବୈଧ ଟୋକେନ୍ ଥିବା ଚାଷୀ ସକାଳ ୭.୦୦ ଘ୍ ରୁ ୧୨.୦୦ ଘ ମଧ୍ୟରେ ମଣ୍ଡି କୁ ଯାଇ ଧାନ ବିକ୍ରୟ କରିପାରିବେ। ମିଲର ମାନେ ମଣ୍ଡି ରୁ ଧାନ ଉଠାଇ ଟ୍ରକ୍ ଦ୍ଵାରା ପରିବହନ ରେ ରୁଟ୍ ଦ୍ବାରା କ୍ଷତିଗ୍ରସ୍ତ,ବିଲ ଉଠାଣ ଓ ବିଭିନ୍ନ ଫର୍ମ ପୂରଣ ରେ ଅବ୍ୟବସ୍ଥା କୁ ସଭାରେ ଉପସ୍ଥାପନ କରି ଏହାର ସମାଧାନ ପାଇଁ ଜିଲ୍ଲାପାଳ ଙ୍କୁ ଅନୁରୋଧ କଲେ। ଇନ୍ଦ୍ରାବତୀ ପ୍ରକଲ୍ପ ରବି ଋତୁ ଧାନ ଅମଳ ପାଇଁ ଆସନ୍ତା ମେ ମାସ ପ୍ରଥମ ସପ୍ତାହରୁ କେନାଲ ଜଳସେଚନକୁ ବନ୍ଦ କରିବ ବୋଲି ପ୍ରକଲ୍ପ କତୃପକ୍ଷ ସଭାରେ କହିଥିଲେ।ସଭାରେ ଉପ ଜିଲ୍ଲାପାଳ ଭବାନୀପାଟଣା ବିଶ୍ୱଜିତ ଦାସ, ଡି ଆର୍ ସି ଏସ ପ୍ରମୋଦ ସାହୁ,ସି ଡି ଏ ଓ ବିଶ୍ୱେଶର ସାହୁ, ଡି ଆଇ ପି ଆର୍ ଓ ମନୋଜ ବେହେରା, ସଂପୃକ୍ତ ଜିଲ୍ଲା ବିଭାଗୀୟ ଅଧିକାରୀ, ମିଲର ସଭାପତି ନଳିନୀ ପାଟଯୋଷି,ମିଲର ମହେଶ ବଂଶଲ୍, ଚାଷୀ ପ୍ରତିନିଧି ଦୀପ୍ତି ରଞ୍ଜନ ପ୍ରହରାଜ, ପ୍ରଶାନ୍ତ ପାଟଯୋଶୀ, ଏ ଏ ଓ, ବି ଏ ଓ,ଉପ ବିଭାଗୀୟ ଅଧିକାରୀ,ବିଭିନ୍ନ ବ୍ଲକରୁ ଚାଷୀ ପ୍ରତିନିଧି, ଆର୍ ଏମ ସି,ପାକ୍ସ୍ କର୍ମକର୍ତ୍ତା ଉପସ୍ଥିତ ଥିଲେ।

0
0
0
s2sdefault