ହେଡଲାଇନସ୍:

କନ୍ଧମାଳ ଜିଲାରେ ଦାଦନ ଦୁଃଖ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦାଦନ ଖଟିବାକୁ ଯାଇ ଜୀବନ ହାରିଲେ ଘୁ. ଉଦୟଗିରି ବ୍ଲକ କଳିଙ୍ଗିଆ ଗ୍ରାମ ପଂଚାୟତ ବ୍ରଡିନାଜୁର ଯୁବକ

କନ୍ଧମାଳ(ଗଗନ କୁମାର ପ୍ରଧାନ): ସରୁ ନାହିଁ ପ୍ରବାସୀ ଓଡ଼ିଆଙ୍କ ଦାଦନ ଦୁଃଖ l ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଶ୍ରମିକ ଭାବେ କାମ କରିବାକୁ ଯାଇ ଜୀବନ ହରାଉଛନ୍ତି ଅନେକ ଓଡ଼ିଆ ଯୁବକ l ଆଜି ପୁଣି କେରଳ ରାଜ୍ୟରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟି ଥିବା ଘଟଣା ପଦାକୁ ଆସିଛି l ପରିବାର ଲୋକଙ୍କ ଆଶା ଥିଲା ପୁଅ ରୋଜଗାର କରି ଆଣିଲେ ପରିବାର ଚଳିବ l କିନ୍ତୁ ତାହା ସ୍ବପ୍ନରେ ହିଁ ରହି ଯାଇଛି l କଳିଙ୍ଗିଆ ଗ୍ରାମପଞ୍ଚାୟତ ବ୍ରଡିନାଜୁର ବାସିନ୍ଧା ସିକନ୍ଦର ପ୍ରଧାନଙ୍କ ପରିବାରକୁ ଦୁଃଖର ବାଦଲ ମାଡି ଆସି ଥିଲା l ବାପା ସିକନ୍ଦର ପ୍ରଧାନ ଓ ପରିବାର ଲୋକ ନିଜ ପୁଅ ସିଣ୍ଟୁ ପ୍ରଧାନଙ୍କୁ ହରାଇ ଏବେ ଭାଙ୍ଗି ପଡ଼ି ଛନ୍ତି l ଏପରି ଏକ ଦୁଃଖଦ ଘଟଣା କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲଜ କଳିଙ୍ଗିଆ ଗ୍ରାମ ପଂଚାୟତର କୁର୍ମିଂଗିଆ ଗ୍ରାମ ବ୍ରଡି ନାଜୁରେ ଘଟିଛି l କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଙ୍ଗଆ ଗ୍ରାମପଞ୍ଚାୟତ କୁର୍ମିଂଗିଆ ଗ୍ରାମ ବ୍ରଡିନାଜୁର ବାସିନ୍ଧା ସିକନ୍ଦର ପ୍ରଧାନଙ୍କ ପୁଅ ସିଣ୍ଟୁ ପ୍ରଧାନ(୩୫) ନାମକ ପ୍ରବାସୀ ଓଡ଼ିଆ ଆଦିବାସୀ ଶ୍ରମିକଙ୍କ କେରଳ ରାଜ୍ୟ ଏର୍ଣ୍ଣାକୁଲମ ଜିଲ୍ଲା ପେରାମବାବୁ ଅଂଚଳରେ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି l ଶ୍ରମିକ ଜଣକ କିଛି ବର୍ଷ ହେବ ପେଟପାଟଣା ପାଇଁ ପେରାମ ବାବୁରେ ରହି ଦିନ ମଜୁରିଆ ଭାବେ କାର୍ଯ୍ୟ କରୁ ଥିଲେ l ହେଲେ ହଟାତ ଗତ ୧୨ ତାରିଖରେ ସିଣ୍ଟୁଙ୍କ ମୃତ୍ୟୁ ଖବର ପରିବାର ଲୋକ ପାଇବା ପରେ ସାନ ଭାଇ ବିଣ୍ଟୁ ପ୍ରଧାନ ସେଠାରେ ପହଂଚି ଥିଲେ l ଏହା ସହ ସେହି ଅଂଚଳରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ଘଟଣା ସ୍ଥଳରେ ପହଂଚି ସିଣ୍ଟୁ ପ୍ରଧାନଙ୍କ ମୃତ ଦେହ ଗ୍ରାମକୁ ଆଣିବା ପାଇଁ ଉଦ୍ୟମ କରୁ ଥିବା ସୂଚନା ମିଳିଛି l ପରିବାର ଲୋକଙ୍କ ସୂଚନା ଅନୁସାରେ ସିଣ୍ଟୁ ପ୍ରଧାନଙ୍କ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପେରାମ ବାବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟି ଥିବା ସମ୍ପର୍କରେ ଫୋନ କଲ ଆସି ଥିଲା l କିନ୍ତୁ ପରିବାର ଲୋକ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି l ସିଣ୍ଟୁ ପ୍ରଧାନଙ୍କ ଦେହ, ମୁହଁ ସହ ଶରୀରର ଅନେକ ସ୍ଥାନରେ ଗଭୀର ଆଘାତ ଲାଗି ଥିବା ପରିବାର ଲୋକ କହିଛନ୍ତି l ତେଣୁ ଓଡିଶା ସରକାର ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ସହ ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ଦେବା ପାଇଁ ଦାବୀ କରିଛନ୍ତି l ମୃତ ଶ୍ରମିକ ଜଣକ ପରିବାର ପାଇଁ ଏକ ମାତ୍ରା ସାହାରା ଥିଲେ l ତାଙ୍କର ମୃତ୍ୟୁ ପରେ ପରିବାର ଲୋକଙ୍କ ଏକ ପ୍ରକାର ବେସାହାର ହୋଇଛନ୍ତି l ତେଣୁ ମୃତ ଦେହ ଗ୍ରାମକୁ ଆଣିବା ପାଇଁ କେରଳ ଓ ଓଡିଶା ରାଜ୍ୟ ସରକାରଙ୍କ ଆର୍ଥିକ ସାହାଯ୍ୟ ସହ ପରିବାର ପ୍ରତିପୋଷଣ ପାଇଁ ସରକାରୀ ସହାୟତା ଦାବୀ କରିଛନ୍ତି ପରିବାର ଲୋକ l

0
0
0
s2sdefault