ହେଡଲାଇନସ୍:

ଭଞ୍ଜନଗର ପୋଲିସ୍ ଦ୍ଵାରା ମାଉଜର୍ ଓ ଖଣ୍ଡା ସହିତ ଦୁର୍ଦ୍ଦାନ୍ତ ଯୁବକ ଗିରଫ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା} : ଭଞ୍ଜନଗର ପୋଲିସ୍ ଦ୍ଵାରା ବିଭିନ୍ନ ସ୍ଥାନରେ ଚେକିଂଗ୍ ସମୟରେ କୁଲାଡ ରୋଡ଼ ରେ ଥିବା ଶିଶୁ ମନ୍ଦିର ନିକଟ ବରଙ୍ଗ ନାଳ ପାଖରେ ଏକ ଯୁବକ ପାଖରୁ ଗୋଟିଏ ଗାଡି ସହିତ ଖଣ୍ଡା ଓ ମାଉଜର ଜବତ୍ ହୋଇଛି।

ଗତକାଲି ରାତ୍ରି ସମୟରେ ଭଞ୍ଜନଗର ପୋଲିସ୍ ଏସ୍.ଆଇ ଯୋଛନାମୟି ସାହୁ ଏବଂ ଥାନାର ଅନ୍ୟ ଷ୍ଟାଫ ମାନେ କୁଲାଡ ରାସ୍ତା ବରଙ୍ଗ ନାଳ ପାଖରେ ନାକା ଡିଉଟି କରୁଥିବା ସମୟରେ ଜଣେ ବ୍ୟକ୍ତି ଯାହାଙ୍କ ନାମ (ରାହୁଲ) ପବିତ୍ର ନାୟକ ,ପିତା ନାରାୟଣ ନାୟକ ଗ୍ରାମ କାଳିଆପାଲ୍ଲୀ ଥାନା ଭଂଜନଗର ତାଙ୍କର ପଲ୍ ସର୍ ବାଇକ୍ ୨୨୦ ରେ ବେଲଗୁଣ୍ଠା ରୁ ଆସୁଥିବାବେଳେ ପୋଲିସ କୁ ଦେଖି ଗାଡି ବୁଲାଇ ପଳାଇଯାଉଥିବାବେଳେ ପୋଲିସ ର ସନ୍ଧେହ ହେବାରୁ ସେହି ଗାଡିକୁ ଗୋଡ଼ାଇ ଧରିଥିଲେ। ସେହି ସମୟରେ ତାଙ୍କ ଠାରୁ ଗୋଟେ ରିଭଲଭର୍ ସହିତ ୪ ଟି ଜିବନ୍ତ ଗୁଳି, ଗୋଟେ ଖଣ୍ଡା, ଗୋଟେ ମୋବଇଲ ଫୋନ ଏବଂ ୩୦୦ ଟଙ୍କା ଜବତ କରାଯାଇଛି। ଏ ସଂକ୍ରାନ୍ତରେ ଥାନା କେଶ ନ ୨୯୦/୨୪ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ନାମରେ ପୂର୍ବରୁ ଭଞ୍ଜନଗର ଏବଂ ଗାଙ୍ଗପୁର ଥାନାରେ ୭ ଗୋଟି କେସ ଥିବାର ଭଞ୍ଜନଗର ପୋଲିସ୍ ଦ୍ଵାରା ସୁଚନା ମିଳିଛି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବାସ୍ତବରେ ପୋଲିସ୍ କାର୍ଯ୍ୟ ଜନସାଧାରଣଙ୍କ ପାଇଁ ପ୍ରଶଂସନୀୟ ହୋଇପାରିଛି।

0
0
0
s2sdefault