ହେଡଲାଇନସ୍:

ସୀମାନ୍ତ ମହାବିଦ୍ୟାଳୟ ଓଡ଼ିଆବିଭାଗର ବାର୍ଷିକ ପାଠଚକ୍ର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଶାସକ ପ୍ରଶାସକ) ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥାନୀୟ ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ବାର୍ଷିକ ପାଠଚକ୍ର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଥୋମାସ ମରାଣ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ପାଠଚକ୍ରର ପ୍ରାରମ୍ଭରେ ଅଧ୍ୟାପିକା ସ୍ବପ୍ନେଶ୍ୱରୀ ମୁର୍ମୁ ଅତିଥି ମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ ସହିତ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଛାତ୍ରୀ ମାନଙ୍କ ଦ୍ୱାରା ସୁଗମ ସଙ୍ଗୀତପରିବେଷଣ ପରେ ଶ୍ରୀଯୁକ୍ତ ମାରାଣ୍ଡି ବାର୍ଷିକ ବିବରଣୀ ପାଠ ଓ ସ୍ୱାଗତ ଅଭିଭାଷଣ ରଖିଥିଲେ।ମୁଖ୍ୟବକ୍ତା ଭାବେ ବାରିପଦା ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ଡ଼ଃ ବବୃବାହନ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ବୁଦ୍ଧଦେବ କର ଓ ଅର୍ଥଶାସ୍ତ୍ର ବିଭାଗ ମୁଖ୍ୟ ଡ଼ଃ ପ୍ରବୀର କୁମାର ପଟ୍ଟନାୟକ ଯୋଗ ଦେଇ ଥିଲେ। ଅଧ୍ୟାପିକା ସ୍ବପ୍ନେଶ୍ୱରୀ ମୁର୍ମୁ,ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ, ଅଧ୍ୟାପିକା ମେଘମାଳା ଦାସ ପ୍ରମୁଖ ମଞ୍ଚାସିନ ଥିଲେ।ପାଠଚକ୍ରର ବିଷୟ ବସ୍ତୁ" ଆଧୁନିକ ଓଡ଼ିଆ କବିତାରେ ମିଥ ଚେତନା"ଉପରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଇଂରାଜୀ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଡ଼ଃ ବୁଦ୍ଧ ଦେବ କର ପୁରାଣ ସାହିତ୍ୟ ଓ ଲୋକକଥା ର ସମନ୍ୱୟ ଓ ପ୍ରତିଫଳନ କିପରି ଅଧୁନିକ ଓଡ଼ିଆ ସାହିତ୍ୟ ତଥା କବିତାରେ ହୋଇଛି ସେ ବିଷୟରେ ଆଲୋକପାତ କରିଥିଲେ।ମୁଖ୍ୟବକ୍ତା ଡ଼ଃ ମହାପାତ୍ର ତାଙ୍କ ଦୀକ୍ଷାନ୍ତ ଭାଷଣରେ ବିସ୍ତୃତ ଭାବରେ ପୁରାଣ ସାହିତ୍ୟର ବିଭିନ୍ନ ଚରିତ୍ର ସହିତ ଆଧୁନିକ ସାହିତ୍ୟ ,ସାହିତ୍ୟିକ ଓ ସେମାନଙ୍କ ସୃଷ୍ଟିର ତୁଳନାତ୍ମକ ବ୍ୟାଖ୍ୟା ଓ ବିବୃତି ରଖିଥିଲେ। ଛାତ୍ର ଶ୍ରିତମ ବେହେରା,ଛାତ୍ରୀ ସୁଭସ୍ମିତା ମହାପାତ୍ର,ଶିବାନୀ ମହାନ୍ତ ସ୍ୱରଚିତ ପ୍ରବନ୍ଧ ପାଠ କରିଥିଲେ।ଅଧ୍ୟାପିକା ମେଘମାଳା ଦାସ ପ୍ରଶଂସା ପତ୍ର ପାଠ କରିଥିବାବେଳେ ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଅଧ୍ୟାପକ ନିହାର ରଞ୍ଜନ ମହାନ୍ତ,ବିଶ୍ୱନାଥ ମହାନ୍ତ,ପ୍ରାକ୍ତନ ଛାତ୍ରୀ ସୁସ୍ମିତା,ବର୍ଷା, ଗାୟତ୍ରୀ,ଝୁନୁ,ସୁଭସ୍ମିତା,ନନ୍ଦିନୀ ଓଡ଼ିଆ ବିଭାଗର ସମସ୍ତ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ କୁ ସଫଳ ରୂପ ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟଳା ମହାବିଦ୍ୟାଳୟରେ ୨୦ଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ତାଲିମପ୍ରାପ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରଯାଇଥିଲା । ସଭାରେ ସହସଂଯୋଜିକା ସୁଶ୍ରୀ ସଂଗୀତା ଗୌନ୍ତିଆ, ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ, ଅଧ୍ୟାପକ ଅନିଳ ପୁରୋହିତ ଏବଂ ସୁଶ୍ରୀ ଗୀତା ପୁରୋହିତ ଉପସ୍ଥିତ ଥିଲେ । ଛାତ୍ରୀମାନେ ଶିଖିଥିବା କଳାକୌଶଳ ପ୍ରଦର୍ଶନ କରିଥିଲେ । ଶେଷରେ ନୋଡାଲ ଅଫିସର ଡ଼. ଚନ୍ଦ୍ରିକା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault