ହେଡଲାଇନସ୍:

ମହିଳା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ୨୦ଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ତାଲିମପ୍ରାପ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରଯାଇଥିଲା । ସଭାରେ ସହସଂଯୋଜିକା ସୁଶ୍ରୀ ସଂଗୀତା ଗୌନ୍ତିଆ, ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ, ଅଧ୍ୟାପକ ଅନିଳ ପୁରୋହିତ ଏବଂ ସୁଶ୍ରୀ ଗୀତା ପୁରୋହିତ ଉପସ୍ଥିତ ଥିଲେ । ଛାତ୍ରୀମାନେ ଶିଖିଥିବା କଳାକୌଶଳ ପ୍ରଦର୍ଶନ କରିଥିଲେ । ଶେଷରେ ନୋଡାଲ ଅଫିସର ଡ଼. ଚନ୍ଦ୍ରିକା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault