ହେଡଲାଇନସ୍:

ଆଇଆଇଟି ଭୁବନେଶ୍ୱରରେ ‘କୋଣାର୍କ ମନ୍ଥନ’ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୂର୍ଯ୍ୟ ମନ୍ଦିରର ନିର୍ମାଣ ସାମଗ୍ରୀ ଏବଂ ସ୍ଥାପତ୍ୟ ଉତ୍କର୍ଷର ରହସ୍ୟ ଉନ୍ମୋଚନ ପାଇଁ ବିଶଦ ଆଲୋଚନା

ଭୁବନେଶ୍ୱର, ୨୨ ମାର୍ଚ୍ଚ୍ ୨୦୨୪: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ସୂର୍ଯ୍ୟ ମନ୍ଦିରର ନିର୍ମାଣ ସାମଗ୍ରୀ ଏବଂ ସ୍ଥାପତ୍ୟ ଉତ୍କର୍ଷର ଗୁଡିକର ରହସ୍ୟ ଉନ୍ମୋଚନ ପାଇଁ ଉତ୍ସର୍ଗୀକୃତ ‘କୋଣାର୍କ ମନ୍ଥନ’ ନାମକ ଏକ ଦିନିଆ ସମ୍ମିଳନୀ ଆୟୋଜନ କରିଥିଲା। ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍ ମିନେରାଲ୍ସ,, ମେଟାଲର୍ଜିକାଲ୍ ଏବଂ ମ୍ୟାଟେରିଆଲ୍ ଇଞ୍ଜିନିୟରିଂ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ପ୍ରାଚୀନ ଭାରତର ଅନ୍ୟତମ ଉଲ୍ଲେଖନୀୟ ଇଞ୍ଜିନିୟରିଂ ଚମତ୍କାରିତା ସମ୍ବନ୍ଧରେ ଅନୁସନ୍ଧାନ କରି ଏହି ଚିତ୍ତାକର୍ଷକ ବିଷୟ ଉପରେ ବିଶଦ ଆଲୋଚନା କରାଯାଇଥିଲା।ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ରାଷ୍ଟ୍ରୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ), ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସା; ଓଡିଶା ସରକାରଙ୍କ ପିଡବ୍ଲ୍ୟୁଡି ବିଭାଗର ଓଏସଡି ତଥା ଇଂଜିନିୟର ଇନ୍ ଚିଫ୍ ଡକ୍ଟର ଏନ.ସି. ପାଲ ଏବଂ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କରମଲକର ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ କନଭେନର ଡକ୍ଟର ଶୁଭଙ୍କର ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଫେସର କର୍ମାଲକର ତାଙ୍କ ବକ୍ତବ୍ୟରେ କେବଳ ସ୍ଥାପତ୍ୟର ଚମତ୍କାର ପ୍ରଦର୍ଶନ ନୁହେଁ ବରଂ ଆମର ପୂର୍ବପୁରୁଷଙ୍କ ବୈଷୟିକ ଚତୁର୍ଯ୍ୟକୁ ପ୍ରଦର୍ଶନ କରିବା ଦିଗରେ ଏହି ସମ୍ମିଳନୀର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ | ଏହି ଅଞ୍ଚଳର ସମୃଦ୍ଧ ବୈଷୟିକ ଐତିହ୍ୟକୁ ଦର୍ଶାଇ ସୂର୍ଯ୍ୟ ମନ୍ଦିର ନିର୍ମାଣରେ ପଥର ଏବଂ ଲୁହା ବିମ୍ ପରି ସ୍ଥାନୀୟ ଉପଲବ୍ଧ ସାମଗ୍ରୀର ଅଭିନବ ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ପ୍ରାଚୀନ ନିର୍ମାଣଗୁଡିକରେ ସମ୍ପୃକ୍ତ ବୈଷୟିକ ଜ୍ଞାନକୌଶଳକୁ ବୁଝିବାରେ ସାମୂହିକ ଉଦ୍ୟମ ତଥା ଚେତନାର ଗୁରୁତ୍ୱ ଉପରେ ପ୍ରଫେସର ବାସା ଉଲ୍ଲେଖ କରି ସ୍ମାରକଗୁଡିକର ଐତିହାସିକ ଦୃଷ୍ଟିକୋଣର ଅବତାରଣା କରିଥିଲେ।
ପ୍ରାଚୀନ ଓଡିଶାରେ ପ୍ରଚଳିତ କଳିଙ୍ଗ ସ୍ଥାପତ୍ୟ ଏବଂ ଗଠନମୂଳକ ସଂରଚନା ପଦ୍ଧତି ବିଷୟରେ ଡକ୍ଟର ଏନ.ସି. ପାଲ ଆଲୋଚନା କରିଥିଲେ। ପ୍ରଫେସର ଓ.ଏନ. ମହାନ୍ତି, ଅନଲାଇନ୍ ମୋଡ୍ ମାଧ୍ୟମରେ କାର୍ଯ୍ୟକ୍ରମରେ ଅଂଶଗ୍ରହରଣ କରି, ଭାରତୀୟ ଧାତବ ବିଜ୍ଞାନ ବିଜ୍ଞାନ ଏବଂ ପ୍ରାଚୀନ କାଳରେ ଧାତୁର ବ୍ୟବହାର ଉପରେ ଧ୍ୟାନ ଦେଇଥିଲେ, ବିଶେଷ କରି ସ୍ମାରକୀଗୁଡ଼ିକରେ ଲୁହା ବିମର କ୍ଷୟ-ପ୍ରତିରୋଧକ ଗୁଣ ବିଷୟରେ ଆଲୋଚନା କରିଥିଲେ।
ଡକ୍ଟର ଦିବିଶାଦା ବି. ଗଡନାୟକ, ଡକ୍ଟର ସଙ୍ଗିତା ମିଶ୍ର, ଡକ୍ଟର ସୁନୀଲ କୁମାର ପଟ୍ଟନାୟକ ଏବଂ ଡକ୍ଟର ଶିବ ଶଙ୍କର ପଣ୍ଡାଙ୍କ ପରି ବିଶେଷଜ୍ଞଙ୍କ ନେତୃତ୍ୱରେ ଆୟୋଜିତ ବୈଷୟିକ ଅଧିବେଶନରେ ଲୁହା ତିଆରି ଠାରୁ ଆରମ୍ଭ କରି ସୂର୍ଯ୍ୟ ପୂଜା ଇତିହାସ ପର୍ଯ୍ୟନ୍ତ ଆଲୋଚନା କରାଯାଇଥିଲା। ଉପସ୍ଥିତ ଅଂଶଗ୍ରହଣକାରୀମାନେ ଧାତବ ସମ୍ବନ୍ଧୀୟ ଅଭ୍ୟାସ, ଉତ୍ପାଦିତ ଲୁହାର ଗୁଣ ଏବଂ ସୂର୍ଯ୍ୟ ମନ୍ଦିରର ସ୍ଥାପତ୍ୟର ମହତ୍ତ୍ୱ ବିଷୟରେ ଜ୍ଞାନ ହାସଲ କରିଥିଲେ ।ପ୍ରାଚୀନ ମନ୍ଦିରରେ ବ୍ୟବହୃତ ଇଟା ପ୍ରକାର ଏବଂ ବୌଦ୍ଧ ସ୍ମାରକୀଗୁଡିକରେରେ ଲୁହାର ବ୍ୟବହାର ଉପରେ ଆଲୋଚନା ଏହି ଅଧିବେଶନକୁ ଅଧିକ ରୁଦ୍ଧିମନ୍ତ କରିଥିଲା।
ଏଥିରେ ସମ୍ପୃକ୍ତ ସମସ୍ତଙ୍କ ଅବଦାନକୁ ସ୍ୱୀକାର କରି ଡକ୍ଟର ନରେଶ ଚନ୍ଦ୍ର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମର ଆୟୋଜନରରେ ସହ-ସଂଯୋଜକ ଡକ୍ଟର ପାର୍ଥସାରଥୀ ଦେ ମଧ୍ୟ ଜଡିତ ଥିଲେ।
ଏଥିସହିତ, କୋଣାର୍କର ସ୍ଥାପତ୍ୟର ଚମତ୍କାରିତା ସମ୍ପର୍କିତ ଆଇଆଇଟି ଭୁବନେଶ୍ୱରର ଏକ ମହତ୍ୱପୂର୍ଣ୍ଣ ଗବେଷଣା ପ୍ରକଳ୍ପ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଇଣ୍ଡିଆନ ନଲେଜ୍ ସିଷ୍ଟମ (ଆଇକେଏସ) ଦ୍ୱାରା ଚୟନ କରାଯାଇଛି। ଏହି ଗବେଷଣା ପ୍ରକଳ୍ପର ଶୀର୍ଷକ: "ଫୋର୍ଜିଂ ଦି ପାଷ୍ଟ୍: ଇନଭେସ୍ଟିଗେଟିଂ ଦି ମାନୁଫାକଚରିଂ ଅଫ୍ ଆଇରନ୍ ବିମ୍ସ ଇନ୍ କୋଣାର୍କ ସନ୍ ଟେମ୍ପଲ ଆଣ୍ଡ୍ ଆନାଲାଇଜିଙ୍ଗ ଦେୟାର ସୋସିଓ-ଇକୋନୋମିକ ଇମ୍ପାକ୍ଟ ଅନ୍ ଲୋକାଲ କମ୍ୟୁନିଟି"।ମର୍ଯ୍ୟାଦାଜନକ ଭାରତୀୟ ଜ୍ଞାନ ସମ୍ବର୍ଦ୍ଧନ ଯୋଜନାର କମ୍ପିଟିଟିଭ୍ ଗ୍ରାଣ୍ଟସ କାର୍ଯ୍ୟକ୍ରମ ଅଧୀନରେ ୨୦୨୨-୨୩ ବର୍ଷରେ ଆଇଆଇଟି ଭୁବନେଶ୍ୱରର ଆସୋସିଏଟ୍ ପ୍ରଫେସର ଡକ୍ଟର ଶୁଭଙ୍କର ପତିଙ୍କ ନେତୃତ୍ୱରେ ଏହି ପ୍ରକଳ୍ପଟି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବ୍ୟବହୃତ ଲୁହା ବିମ୍ଗୁଡ଼ିକର ନିର୍ମାଣକୌଶଳ ସମ୍ବନ୍ଧରେ ଅନୁସନ୍ଧାନ କରିବା ନିମନ୍ତେ ଅନୁଦାନ ଲାଭ କରିଛି। ଏହି ପ୍ରକଳ୍ପଟି ପ୍ରାଚୀନ ଭାରତର ସମୃଦ୍ଧ ବୈଷୟିକ ଜ୍ଞାନକୌଶଳକୁ ଲୋକଲୋଚନକୁ ଆଣିବା ପାଇଁ ଉଦ୍ଦିଷ୍ଟ।

0
0
0
s2sdefault