ହେଡଲାଇନସ୍:

"ଦୋଳ ଉତ୍ସବ" - ୨୦୨୪ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ "ଦୋଳ ଉତ୍ସବ" - ୨୦୨୪ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ ଦିନ ବ୍ୟାପି ହେବାକୁ ଥିବା ଦୋଳତ୍ସବ ଉଦ୍ଘାଟିତ ହୋଇଯାଇଛି।
ଉଦ୍ଘାଟନୀ ସଂଧ୍ୟାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେବୀ ମଠ ର ସାଧୁ ମହନ୍ତ ରାମାନନ୍ଦ ଦାସ ମହାରାଜ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ବିନୋଦ ଚନ୍ଦ୍ର ଜେନା , ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା , ଅରକ୍ଷିତ ଜେନା , ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ଦୋଳତ୍ସବ କମିଟିର ସମସ୍ତ ଆୟୋଜକ ଯୋଗଦାନ କରିଥିଲେ।
ପୂଜାର୍ଚ୍ଚନା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତ୍ରୀ ଯାଏଁ ଏହି ଉତ୍ସବ ଚାଲୁ ରହିଛି। ପ୍ରଥମ ସନ୍ଧ୍ୟାରେ ବିକାଶ ବିଦ୍ୟା ନିକେତନ ବିଦ୍ୟାଳୟ , ପାରଳାଖେମୁଣ୍ଡି ନବଜୀବନ ଟ୍ରଷ୍ଟ , ଡ୍ରିମସ୍ ଡେନ୍ସ ଗ୍ରୁପ , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନେ ନୃତ୍ୟ , ସଙ୍ଗୀତ , ପରିବେଷଣ କରିଥିଲେ।

0
0
0
s2sdefault