ହେଡଲାଇନସ୍:

ଅବସର ପରେ ବି ପତିଆରା

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ପୈାରପରିଷଦ ଠାରେ ରହିଛି ଜନସ୍ବାସ୍ଥ୍ୟ ବିଭାଗ। ଏହି ବିଭାଗରେ ସହକାରି ଯନ୍ତ୍ରୀ ଅବସର ନେବା ପରେ ନିଜର ପତିଆରା ପୁଣି ଜନସ୍ବାସ୍ଥ୍ୟ ବିଭାଗରେ ଜାହିର କରୁଛନ୍ତି। ପୁର୍ବତନ ସହକାରି ଯନ୍ତ୍ରୀ ଗୋବର୍ଧନ ସେଠୀ ନିଜକୁ ପୁଣି ଭଲ କାମ କରିଥିବାରୁ ତାଙ୍କୁ ସରକାର ପୁଣି ଉକ୍ତ ସ୍ଥାନରେ ନିଯୁକ୍ତି କରିଥିବା ନେଇ କାର୍ଯ୍ୟାଳୟ ରେ ଭୁଆଁ ବୁଲାଉଛନ୍ତି। ପ୍ରକୃତରେ ତାଙ୍କୁ ସରକାର ପୁନଃ ନିଯୁକ୍ତି ଦେଇଛନ୍ତି ନା ଭୁଆଁ ବୁଲାଉଛନ୍ତି ତାହା ତଦନ୍ତ ସାପେକ୍ଷ। ଏହି ବାବୁ ଜଣକ କିଛି ଦିନ ତଳେ କାର୍ଯ୍ୟାଳୟ ପୁରୁଣା ପାଇପ୍ ଉପକରଣ ଗୁଡିକ ଜନୈକ ବେପାରି କୁ ବିକ୍ରି କରିଥିବା କାର୍ଯ୍ୟାଳୟ ପରିସରରେ ଆଲୋଚନା ହେଉଛି। ବିକ୍ରି କରି ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହେଉଛି। ସ୍ଥାନିୟ ଜନସ୍ବାସ୍ଥ୍ୟ ବିଭାଗ ର ଜଣେ ଠିକା କର୍ମଚାରି କୁ ବାବୁ ଜଣକ ମାଧ୍ୟମ କରି ଏହି ବିକ୍ରି କରିଥିବା ଜନ ସାଧାରଣରେ ଆଲୋଚନା ହେଉଛି। ଏହି ବିକ୍ରି ସାମଗ୍ରି ଉପରେ ଜନସ୍ବାସ୍ଥ୍ୟ ବିଭାଗ ର ନିର୍ବାହି ଯନ୍ତ୍ରୀ ଙ୍କ ନଜରକୁ କିଛି ଗଣମାଧ୍ୟମ ପ୍ରତିନିଧି ନେଇଥିଲେ। ସରକାରଙ୍କ ବିନା ନିଲାମ୍ ପ୍ରକ୍ରିୟାରେ ତାହା ବିକ୍ରି ହୋଇପାରିବ ନାହିଁ ବୋଲି ନିଜର ମତ ପ୍ରକାଶ କରିଥିଲେ। ଯଦି ଏଭଳି କିଛି ହୋଇଛି ତେବେ ସରକାର ଙ୍କ ବିନା ନିର୍ଦେଶ ରେ ନିଲାମ ପ୍ରକ୍ରିୟା ନକରି ଏଭଳି ବିକ୍ରି କରିଥିବା ତଦନ୍ତ ସାପେକ୍ଷ। କାର୍ଯ୍ୟାଳୟରେ କୈାଣସି ବିଷୟ ଲୋକଲୋଚନକୁ ଆସିଲେ କର୍ମଚାରି ଭୟ ରେ ମୁହଁ ଖୋଲିପାରନ୍ତି ନାହିଁ। ଫେବୃୟାରି ମାସ ୨୯ ତାରିଖରେ ଗୋବର୍ଧନ ସେଠୀ ଅବସର ନେଇଛନ୍ତି। ଅନେକ ଦିନର ବ୍ୟବଧାନ ପରେ ନିଜର ଦାୟିତ୍ବ ଭାର ଦେବାପାଇଁ ପଛଘୁଞ୍ଚା ହେଉଥିଲେ। କିଛି ସାମ୍ବାଦିକ ଗୁଣପୁର ଉପଜିଲ୍ଲାପାଳଙ୍କୁ ଅବସର ନେଇଥିବା ଯନ୍ତ୍ରୀ ଙ୍କ କାର୍ଯ୍ୟକଳାପ ଉପରେ ନଜରକୁ ନେଇଥିଲେ। ଏହାପରେ ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ତାଙ୍କ ସ୍ଥାନରେ ଅବସ୍ଥାପିତ ହୋଇଥିବା କନିଷ୍ଠ ଯନ୍ତ୍ରୀ ସବ୍ୟସାଚୀ ଦାସ ଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଏଭଳି ଦବଦବା ଦେଖାଇବା ପଛରେ କାହାର ପ୍ରଛନ୍ନ ହାତ ରହିଛି। କାହା ଇଙ୍ଗିତରେ ଗୋବର୍ଧନ ସେଠୀ ନିଜକୁ ଅବସର ପରେ ବି କାର୍ଯ୍ୟାଳୟ ରେ ନିଜର ସ୍ଥିତି ଜାହିରି କରୁଛନ୍ତି ତାହା ସଂନ୍ଦେହ ଘେରରେ। ତାହା ଜନସାଧାରଣ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟଛି।

 

0
0
0
s2sdefault