ହେଡଲାଇନସ୍:

ନୟାଗଡ଼ ବିକାଶରେ ଯୋଡିହେଲା ଆଉ ଏକ ଫର୍ଦ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉଦ୍ଘାଟିତ ହେଲା 5କୋଟି ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଓ ନବୀକୃତ ନୂତନ ବସଷ୍ଟାଣ୍ଡ

ନୟାଗଡ (ବିଶ୍ୱଜିତ ନାୟକ)- ନୟାଗଡ଼ ଜିଲ୍ଲା ବିକାଶରେ ଯୋଡି ହୋଇଛି ଆଉ ଏକ ଅଧ୍ୟାୟ। ବହୁଦିନର ସ୍ବପ୍ନ ସାକାର ହୋଇ ନୟାଗଡରେ ନୂତନ ବସଷ୍ଟାଣ୍ଡ ଏବଂ ମାର୍କେଟ କମ୍ପ୍ଲେକ୍ସ ଶୁଭଉଦଘାଟନ ହୋଇଯାଇଛି । ଏହାକୁ ରାଜ୍ୟ ସରକାରଙ୍କ ଯୋଜନା ସମନ୍ୱୟ,ବାଣିଜ୍ୟ ପାରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ନୟାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ,ମତ୍ସ୍ୟ-ପଶୁସମ୍ପଦ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ"ଆଜିର ଦିନଟି ନୟାଗଡ଼ ବିକାଶରେଏକ ମାଇଲ ଖୁଣ୍ଟ ହୋଇ ରହିବ" ବୋଲି ନିଜର ମନ୍ତବ୍ୟରେ କହିଥିଲେ । ଏଥି ମଧ୍ୟରେ ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ନୟାଗଡ଼ ପୋୖରାଞ୍ଚଳରେ ପରିଗଣିତ ହୋଇସାରିଛି । ନୟାଗଡ଼ ସହର ଦିନକୁ ଦିନ ପରିସୀମା ବଢି ଚାଲିଛି ଏହାକୁ ସୁନ୍ଦର କରିବାପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଦାବେଳେ ହାତ ବଢ଼ାଇଛନ୍ତି ବୋଲି ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ ସାହୁ କହିଥିଲେ । ନୂତନ ବସଷ୍ଟାଣ୍ଡ ନବୀକରଣ ଓ ମାର୍କେଟ କମ୍ପ୍ଲେକ୍ସରେ ମୋଟ 5କୋଟି ଟଙ୍କା ବ୍ୟୟ ହୋଇଛି ବୋଲି ପୋୖରନିର୍ବାହି ଅଧିକାରୀ ସନ୍ତୋଷ କୁମାର ଜେନା ପ୍ରକାଶ କରିଥିଲେ ।

ପୌର ପରିଷଦ ଏବଂ ପୂର୍ତ୍ତ ବିଭାଗର ମିଳିତ ଉଦ୍ୟମରେ ନୁଆଁ ବସଷ୍ଟାଣ୍ଡର କାଯ୍ୟ ସମାପନ କରାଯାଇଛି । ଏହି ବସଷ୍ଟାଣ୍ଡ ରେ ଅତ୍ୟାଧୁନିକ ପରିଶ୍ରାଗାର ଏବଂ ଶୌଚାଳୟ ସହ ଯାତ୍ରୀ ରହଣୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସହିତ ଏକ ମାର୍କେଟ କମ୍ପ୍ଲେକ୍ସ ଏବଂ ଯାତ୍ରୀଙ୍କ ପାଇଁ ଏକ ହୋଟେଲ ମଧ୍ୟ ନିର୍ମାଣ କରାଯାଇଛି । ଏଠାରେ 90ଟି ଦୋକାନ ଗୃହ ମଧ୍ୟ ନିର୍ମାଣ କରାଯାଇଛି । ସଭାରେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବାବେଳେ ଅନ୍ୟତମ ଅତିଥିଭାବେ ବସ ଆସୋସିଏସନର ସଭାପତି ମନୋଜ ନାୟକ ଓ ସମ୍ପାଦକ ସେକ ଇସୁବ ପ୍ରମୁଖ ଯୋଗ ଦେଇଥିଲେ। ଏଥି ସହିତ ଆଞ୍ଚଳିକ ପରିବହନ ଅଧିକାରୀ ,ନୟାଗଡ଼ ତହସିଲଦାର ,ନୟାଗଡ଼ ଏନେସିର ପୂର୍ବତନ ଚେୟାରମ୍ୟାନ ଗୁରୁପ୍ରସଦ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault