ହେଡଲାଇନସ୍:

ନର୍ଲା ଆସନ ପାଇଁ ବିଧାୟକ ପଦ ଦଖଲ କରି ପାରନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ପାଇଁ ହଟ ସିଟ ପାଇଁ ଚାଲିଛି ୨୦୨୪ ମହା ସଂଗ୍ରାମ ନିର୍ବାଚନ ପାଇଁ ମାତ୍ର ଆଉ ଅଳ୍ପ କିଛିଦିନ ରହିଛି ନେତାଙ୍କ ଭାଗ୍ୟ ନିର୍ଧାରଣ ହେବ ଏହି ଲଢେଇ ରେ ଶାସକ ବିଜେଡି ନର୍ଲା ବ୍ଲକ ରୁ ଦୁଇ ଦୁଇ ଥର ଅଧକ୍ଷା ପଦରେ ଥିବା ମନୋରମା ମହାନ୍ତି ଙ୍କୁ ମିଶନ ଶକ୍ତି ସାହାରା ରେ ଟିକେଟ ପ୍ରଦାନ କରି ମହିଳା ଭୋଟ କୁ ସପକ୍ଷରେ ନେବା ପ୍ରୟାସ କରୁଥିବା ବେଳେ ବିଜେପି ମଧ୍ୟ ଏଥର ମାନ୍ୟବର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଲୋକପ୍ରିୟତା କୁ ଭରସା କରି ପୁଣି ଥରେ ଅନିରୁଦ୍ଧ ପଧାନ ଙ୍କୁ ରଣାଙ୍ଗଣ ରେ ଓହ୍ଲାଇଛି ଏ ଦୁଇ ନେତା ଓ ନେତ୍ରୀ ଅନାଶୟ ରେ ନିର୍ବାଚନୀ ବୈତରଣୀ ପାର ହୋଇଯିବା ଆଶା ବାନ୍ଧିଥିବା ବେଳେ ଅଚାନକ ଏ ଦୁଇ ଙ୍କ ଭିତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କଳାହାଣ୍ଡି ର ଚର୍ଚ୍ଚିତ ଚେହେରା ଆବିର୍ଭାବ ହୋଇ ରାଜନୈତିକ ଗଣିତ କୁ ବିଗାଡି ଦେଇଥିବା ଆଲୋଚନା ହେଉଛି ବର୍ତ୍ତମାନ ନର୍ଲା ଭୋଟର ଏହି ତିନି ପ୍ରମୁଖ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ପ୍ରଥମେ ଆସିବା ଶାସକ ବିଜେଡି ପ୍ରାର୍ଥୀନୀ ମନୋରମା ମହାନ୍ତି ଆଠବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ବ୍ଲକ ଅଧକ୍ଷା ପଦବୀ ରେ ଥିବା ସମୟରେ ସାଧାରଣ ଲୋକଙ୍କ ସମସ୍ୟା ବୁଝିଲେ ନାହିଁ କିମ୍ବା ଶୁଣିଲେ ନାହିଁ ତାଙ୍କ ପାୱାର କୁ ସ୍ବାମୀ ଦୁର୍ଗା ପ୍ରସାଦ ମହାନ୍ତି ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରି ଆସୁଥିବା ଏବଂ କେବଳ ଠିକା ବିକା ରେ ନିରନ୍ତର କୋଡ଼ିଏ ପ୍ରତିଶତ ପିଶି ନେଇ ବ୍ଲକ ର ଚବିଶ ଗୋଟି ଗ୍ରାମ ପଞ୍ଚାୟତ ର ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ବିଜୁଳି ଭଳି ମୌଳିକ ସୁବିଧା ରୁ ଲୋକେ ବଞ୍ଚିତ ହେଉଥିବା କହିଛନ୍ତି ଏବଂ ଖୋଦ୍ ନର୍ଲା ବ୍ଲକ ହେଡ୍ କ୍ଵାଟର କଲେଜ ଛକ ଠାରୁ ଭେଟ୍ନାରୀ ଛକ ପର୍ଯ୍ୟନ୍ତ ଆଠ ବର୍ଷ ଭିତରେ ରୋଡ ଲାଇଟ୍ ଟିଏ ଲାଗିପାରିଲା ନାହିଁ କିମ୍ବା ବ୍ଲକ ରେ କୌଣସି ପ୍ରକାର ଆତ୍ମ ନିର୍ଭରଶୀଳ ବୈଷୟିକ ଶିକ୍ଷା ଅନୁଷ୍ଠାନ ଟିଏ ମଧ୍ୟ ହେଲା ନାହିଁ ଏଭଳି ସ୍ବାମୀ ସ୍ତ୍ରୀ ପାୱାର ରେ ରହି କେବଳ ନିଜ ଉନ୍ନତି ଛଡ଼ା ଅନ୍ୟ ଚିନ୍ତା କରି ନ ଥିବା ଜନତା ଦନାର୍ଦନ ପ୍ରକାଶ କରିଛନ୍ତି ଅନ୍ୟ ପକ୍ଷରେ ବିଜେପି ପ୍ରାର୍ଥୀ ଅନିରୁଦ୍ଧ ପଧାନ ଙ୍କ ପ୍ରତି ଲୋକଙ୍କ ଆସ୍ଥା ନ ଥିବା ବେଳେ ତାଙ୍କର ଦଳୀୟ ଇସ୍ତାହାର କୁ ସାଧାରଣ ଲୋକେ ପ୍ରତ୍ୟାଖାନ କରୁଥିବା ଚର୍ଚ୍ଚା ହେଉଛି ଏହାରି ଭିତରେ କଂଗ୍ରେସ ର ରାଷ୍ଟ୍ରୀୟ ଚର୍ଚ୍ଚିତ ଚେହେରା ଫାୟର ବ୍ରାଣ୍ଡ ଭକ୍ତ ଦାସ ଙ୍କ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ବାସ ଦିନକୁ ଦିନ ପ୍ରବଳ ମାତ୍ରାରେ ବଢ଼ି ଚାଲିଛି ଏବଂ ଶ୍ରୀ ଦାସ ନିଶ୍ଚିତ୍ ବିଜୟ ହେବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ୍ ନେତା ଓ କର୍ମୀ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି l

0
0
0
s2sdefault