ହେଡଲାଇନସ୍:

ହିଞ୍ଜିଳି ଓ କଣ୍ଟାବାଞ୍ଜିରେ କେତେ ଜଣଙ୍କୁ ରୋଜଗାର ଓ ସ୍ୱରୋଜଗାର ଦେଲେ, ତା’ ଉପରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ ମୁଖ୍ୟମନ୍ତ୍ରୀ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର ଓ ନୂଆପଡାରେ ପରିବର୍ତ୍ତନ ସମାବେଶରେ କେନ୍ଦ୍ରମନ୍ତ୍ରୀ

• ଖରିଆର, କଣ୍ଟାବାଞ୍ଜି, ଟିଟିଲାଗଡ ଓ ଲୋଇସିଂହାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର
• କଣ୍ଟାବାଞ୍ଜିକୁ ହିଞ୍ଜିଳି ପରି ଦାଦନର କେନ୍ଦ୍ରସ୍ଥଳୀ ନକରିବା ପାଇଁ ଲୋକମାନେ ମନସ୍ଥ କରିସାରିଛନ୍ତି
• ୨୪ ବର୍ଷ ନବୀନ ସରକାରରେ ବଲାଙ୍ଗୀର ଓ ନୂଆପଡା ଦାଦନର ଗଡ଼ ହୋଇଛି
• ମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ ଧରି ପ୍ରତିନିଧିତ୍ୱ କରି ଆସୁଥିବା ହିଞ୍ଜିଳିରୁ ଅଧିକାଂଶ ଦାଦନ ଖଟିବା ପାଇଁ ଯାଉଛନ୍ତି
• ୨୦୫୦ ସୁଦ୍ଧା ବଲାଙ୍ଗୀର ମରୁଭୂମି ପାଲଟିବ ବୋଲି ଖବରକାଗଜରେ ପ୍ରକାଶିତ ହୋଇଛି, ଏଥିପାଇଁ ଦାୟୀ କିଏ ?
• ଓଡ଼ିଶାର ସଂସ୍କୃତି, ଭାଷା, ପରମ୍ପରା ବିପଦରେ, ବାହାର ଲୋକ ମୁଖ୍ୟମନ୍ତ୍ରୀଙ୍କ ବିବଶତାର ଫାଇଦା ନେଇ ଶାସନ କରିବାକୁ ଚାହୁଁଛନ୍ତି
• ବଲାଙ୍ଗୀର ଓ ଓଡ଼ିଶା ବିରୋଧରେ ଷଡଯନ୍ତ୍ର କରିବା ସହ ଓଡ଼ିଶାକୁ ନିଜ ଜାଗିର୍ ଭାବୁଛନ୍ତି
• ଓବିସିଙ୍କୁ ପାଠପଢାରେ ସଂରକ୍ଷଣ ନ ଦେଇ ସେମାନଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି
• ନୂଆପଡା ଜିଲ୍ଲାରେ ପରିବାର ପିଛା ମୋଦୀ ଦେଇଛନ୍ତି ପ୍ରାୟ ୪ ଲକ୍ଷ ଟଙ୍କା
• ବିଜେପି ସରକାର ଆସିଲେ କଣ୍ଟାବାଞ୍ଜିରୁ ରେଳ ଲାଇନ ବିଛାଯିବ
• ଲୋକସଭା ଓ ବିଧାନସଭାରେ ଦୁଇ ଭୋଟ ପଦ୍ମଫୁଲରେ ଦେବା ପାଇଁ ଜନସାଧାରଣଙ୍କୁ କଲେ ନିବେଦନ

Image
ଖରିଆର/କଣ୍ଟାବାଞ୍ଜି/ଟିଟିଲାଗଡ/ଲୋଇସିଂହା, ମଇ ୪: ମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ ଧରି ପ୍ରତିନିଧିତ୍ୱ କରି ଆସୁଥିବା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ଅଧିକାଂଶ ଯୁବକ ଯୁବତୀ ଦାଦନ ଖଟିବା ପାଇଁ ଯାଉଛନ୍ତି । ସେହିପରି ନବୀନ ସରକାରଙ୍କ ଶାସନରେ ବଲାଙ୍ଗୀର ଓ ନୂଆପଡା ଦାଦନ ଖଟିବାକୁ ଯାଉଥିବା ଲୋକଙ୍କ ପରିଚୟ ତଥା ଦାଦନର ଗଡ଼ ହୋଇଛି । ଏହା କ’ଣ ଦୀର୍ଘ ୨୪ ବର୍ଷର ରୂପାନ୍ତରଣ ବୋଲି ଶନିବାର ବଲାଙ୍ଗୀର ଏବଂ ନୂଆପଡା ଜିଲ୍ଲାରେ ବିଜେପିର ପରିବର୍ତ୍ତନ ସମାବେଶରେ ଯୋଗଦେଇ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଆଜି ନୂଆପଡାର ଖରିଆର ନିର୍ବାଚନମଣ୍ଡଳୀ ଏବଂ ବଲାଙ୍ଗୀରର କଣ୍ଟାବାଞ୍ଜି, ଟିଟିଲାଗଡ ଓ ଲୋଇସିଂହା ନିର୍ବାଚନମଣ୍ଡଳୀରେ ପରିବର୍ତ୍ତନ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ସେ କହିଛନ୍ତି ବଲାଙ୍ଗୀର ଜିଲ୍ଲାରେ ବୁଦ୍ଧିମତା କୌଣସି ଗୁଣରେ କମ ନୁହେଁ । ୨୪ ବର୍ଷର ଶାସନରେ ଯେତିକି ଭାବେ ସୁବିଧା ହେବା କଥା, ତାହା ହୋଇନାହିଁ । ୨୦୫୦ ସୁଦ୍ଧା ବଲାଙ୍ଗୀର ମରୁଭୂମି ପାଲଟିବ ବୋଲି ଖବରକାଗଜରେ ପ୍ରକାଶିତ ହୋଇଛି । ମାତ୍ର ୫୦ ଦିନ ବର୍ଷା ହେବ ବୋଲି ଖବର ପ୍ରକାଶ ପାଇଛି । ଟିଟିଲାଗଡ ତତଲାଗଡ଼ ହୋଇଛି । ଏଥିପାଇଁ କିଏ ଦାୟୀ ?

Imageମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ ଧରି ପ୍ରତିନିଧିତ୍ୱ କରି ଆସୁଥିବା ହିଞ୍ଜିଳିରୁ ଅଧିକାଂଶ ଦାଦନ ଖଟିବା ପାଇଁ ଯାଉଛନ୍ତି । ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି । କଣ୍ଟାବାଞ୍ଜି ଦାଦନର ଗଡ଼ ହୋଇଛି । ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହୁଛନ୍ତି । ତେବେ ତାଙ୍କ ଶାସନରେ ହିଞ୍ଜିଳି ଓ କଣ୍ଟାବାଞ୍ଜିର କେତେଜଣଙ୍କୁ ରୋଜଗାର, ସ୍ୱରୋଜଗାର ଦେଲେ, ତା’ ଉପରେ ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ପ୍ରକାଶ କରିବେ କି ? ଏଥର ନିର୍ବାଚନରେ କଣ୍ଟାବାଞ୍ଜିକୁ ହିଞ୍ଜିଳି ନକରିବା ପାଇଁ ଲୋକମାନେ ମନସ୍ଥ କରିସାରିଛନ୍ତି।

Imageମୋଦୀ ସରକାର ବଲାଙ୍ଗୀର ସମେତ ଓଡ଼ିଶାକୁ ବିକାଶର ଶୀର୍ଷରେ ରଖିବା ପାଇଁ ଜନସାଧାରଣଙ୍କୁ ସୁଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି । କିନ୍ତୁ ବାହାରର ନେତାମାନେ ବଲାଙ୍ଗୀର ଓ ଓଡ଼ିଶା ବିରୋଧରେ ଷଡଯନ୍ତ୍ର କରିବା ସହ ଓଡ଼ିଶାକୁ ନିଜ ଜାଗିର୍ ଭାବୁଛନ୍ତି । ବିଜେଡି ପାଖରେ କିଛି ପ୍ରସଙ୍ଗ ନାହିଁ । ସେମାନଙ୍କର କିଛି ଦାୟିତ୍ୱ ନାହିଁ । କେବଳ ଟଙ୍କା ବାଣ୍ଟିବେ । ଲୋକେ ବିଜୁ ଜନତା ଦଳ ଟଙ୍କାକୁ ଭୃକ୍ଷେପ କରିବେନି । ଓଡ଼ିଶାର ସଂସ୍କୃତି, ଭାଷା, ପରମ୍ପରା ବିପଦରେ । ଦଳେ ଓଡ଼ିଶା ବାହାରର ଲୋକ ମୁଖ୍ୟମନ୍ତ୍ରୀଙ୍କ ବିବଶତାର ଫାଇଦା ନେଇ ପଛପଟୁ ଆସି ଶାସନ କରିବାକୁ ଚାହୁଁଛନ୍ତି । ଯେଉଁମାନେ ଭାବୁଛନ୍ତି ସେମାନେ ଓଡ଼ିଶାକୁ କବଜା କରିବେ, ଏହି ନିର୍ବାଚନ ତାହାର ଜବାବ ଦେବ ।

Imageଶ୍ରୀ ପ୍ରଧାନ ଖରିଆରରେ ଜନସଭାରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ ବର୍ଷରେ ଘର, ଶୌଚାଳୟ, ଖାଦ୍ୟ, ରନ୍ଧନ ଗ୍ୟାସ, ମୁଦ୍ରା ଋଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ବାବଦକୁ ନୂଆପଡା ଜିଲ୍ଲାର ପ୍ରାୟ ୧ ଲକ୍ଷ ୩୪ ହଜାର ୨୧୨ଟି ପରିବାରକୁ ସର୍ବମୋଟ ୪ ହଜାର ୯୬୩ କୋଟି ଟଙ୍କା ଦେଇଛନ୍ତି । ପରିବାର ପିଛା ପ୍ରାୟ ୩ ଲକ୍ଷ ୬୯ ହଜାରରୁ ଅଧିକ ତଥା ପାଖାପାଖି ୪ ଲକ୍ଷ ଟଙ୍କା ଦେଇଛନ୍ତି ବୋଲି କହିଛନ୍ତି । ଖରିଆର କୃଷିପ୍ରଧାନ ପଛୁଆ ଅଞ୍ଚଳ ହୋଇ ମଧ୍ୟ ଗୋଟିଏ ପଟେ ରେଳ ଲାଇନ ଯାଇଛି । ବିଜେପି ସରକାର ଆସିଲେ କଣ୍ଟାବାଞ୍ଜିରୁ ରେଳ ଲାଇନ ବିଛାଯିବ ବୋଲି ସେ କହିଛନ୍ତି ।

Imageଶିକ୍ଷା ଓ ସଂସ୍କୃତିର କେନ୍ଦ୍ର ଖରିଆର୍ ହେଉଛି ‘ଖଡ଼ି’ର ‘ଆଳୟ’ । ବଲାଙ୍ଗୀର ଭଳି ଖରିଆର ସମେତ ଆଖପାଖ ଅଞ୍ଚଳରେ ମୌଳିକ ବ୍ୟବସ୍ଥା ବିପର୍ଯ୍ୟସ୍ତ । ନରେନ୍ଦ୍ର ମୋଦୀ ଗାଁ ଗାଁରେ ପାନୀୟ ଜଳର ସୁବିଧା ପାଇଁ ୧୦ ହଜାର କୋଟି ଟଙ୍କା ପଠାଇଥିଲେ ମଧ୍ୟ ଦୀର୍ଘ ୨୪ ବର୍ଷ ଶାସନରେ ଖରିଆର୍ ନିର୍ବାଚନମଣ୍ଡଳୀରେ ପାନୀୟ ଜଳର ସୁବିଧା ନାହିଁ । କୃଷି ପ୍ରାଧାନ୍ୟ ଅଞ୍ଚଳରେ ଜମିକୁ ପାଣି ମାଡୁନାହିଁ । ଜିଲ୍ଲାର ଡାକ୍ତରଖାନାରେ ୨୧୯ ଜଣ ଡାକ୍ତର ରହିବାର ବ୍ୟବସ୍ଥା ଥିଲେ ମଧ୍ୟ ୧୫୬ ପଦବୀ ଖାଲି ପଡ଼ିଛି । ନୂଆପଡା ଜିଲ୍ଲାର ୯ ଟି ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନାହିଁ । ୮୫ ପ୍ରତିଶତ ସ୍କୁଲରେ ଯେତିକି ଶିକ୍ଷକ ରହିବା କଥା ନାହାନ୍ତି । ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା କାରଣରୁ ଅଧାରୁ ପିଲାମାନେ ପାଠପଢା ଛାଡୁଛନ୍ତି । ଏ ସରକାରରେ ଓଡ଼ିଶାର ସଂସ୍କୃତି, ଭାଷା, ପରମ୍ପରା ବିପଦରେ ଅଛି । ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଓବିସି ମାନଙ୍କୁ ସାମ୍ବିଧାନିକ ଅଧିକାର ଥିବା ସତ୍ତ୍ୱେ ପାଠ ପଢିବାରେ ସଂରକ୍ଷଣ ଦେଇନାହିଁ ବୋଲି ସେ କହିଛନ୍ତି । ଲୋକସଭା ଓ ବିଧାନସଭାରେ ଦୁଇଟି ଫୁଲରେ ଭୋଟ୍ ଦେବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

0
0
0
s2sdefault