ହେଡଲାଇନସ୍:

୨୫ କୋଟି ଟଙ୍କା ବ୍ୟୟ ବରାଦରେ ୬ ଗୋଟି ପ୍ରକଳ୍ପ ପାଇଁ ଭିତିପ୍ରସ୍ତର ସ୍ଥାପନ କଲେ ଅରୁଣ ଓ ପଦ୍ମନାଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୪୨ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ନିର୍ମିତ ବିଶ୍ରାମାଗାର ଉଦଘାଟିତ

ଓଡଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ଅଂଚଳରେ ରାସ୍ତାଘାଟ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ତ୍ୱରାନ୍ୱିତ କରି ବିକାଶ ପ୍ରକ୍ରିୟା କରାଯାଇଥିବା ବେଳେ ଅନେକ ଗୁଡ଼ିଏ ନୁତନ କାର୍ଯ୍ୟପାଇଁ ମିଳିତ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନୟାଗଡ଼ ବିଧାୟକ ତଥା କୃଷି, କୃଷକ ସଶକ୍ତିକରଣ , ମତ୍ସ୍ୟ ପଶୁପାଳନ ତଥା ଉଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା |

ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ଓଡ଼ଗାଁ ବ୍ଳକ ଅଂଚଳର ୬ ଗୋଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ୨୪ କୋଟି ୮୪ ଲକ୍ଷ ୮୯ ହଜାର ଟଙ୍କା ବିନିଯୋଗର ଭିତିପ୍ରସ୍ତର ସ୍ଥାପନ କରିଥିବା ବେଳେ ୪୧ ଲକ୍ଷ ୬୨ ହଜାର ଟଙ୍କା ବିନିଯୋଗରେ ଓଡ଼ଗାଁ ଗ୍ରାମ୍ୟ ନିର୍ମାଣ ବିଭାଗର ବିଶ୍ରାମାଗାରକୁ ଉଦ୍ଘାଟନ କରିଥିଲେ । ଓଡ଼ଗାଁ ଡାକ୍ତରଖାନା ଠାରେ ପୂର୍ତ୍ତ ବିଭାଗ ଦ୍ୱାରା ୪ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟମଞ୍ଜୁର ହୋଇଥିବା ନୂତନ କୋଠା ନିର୍ମାଣ, ୯୯ ଲକ୍ଷ ୮୯ ହଜାର ବ୍ୟୟମଞ୍ଜୁର ହୋଇଥିବା ମନ୍ଦିର ରୋଡ ଓ ଡ୍ରେନ ନିର୍ମାଣ, ୭୫ ଲକ୍ଷ ଟଙ୍କା ବ୍ୟୟରେ ଆଦର୍ଶ ଶ୍ମଶାନ ନିର୍ମାଣ, ୫ କୋଟି ୮୯ ଲକ୍ଷ ୯୦ ହଜାର ବ୍ୟୟରେ କୁରାଳ ଠାରୁ ବାଗଦେବୀ ମନ୍ଦିର ଦେଇ ଲଣ୍ଡାବାଦୁ ରାସ୍ତା ନିର୍ମାଣ, ୪ କୋଟି ୯୭ ଲକ୍ଷ ୫୫ ହଜାର ଟଙ୍କା ବ୍ୟୟରେ ସିଧାପଲ୍ଲୀ ଠାରୁ ଖଙ୍ଗାରପଲ୍ଲୀ ରାସ୍ତା ନିର୍ମାଣ, ସେହିପରି ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ଯୋଜନାରେ ୭ କୋଟି ୭୧ ଲକ୍ଷ ୫୫ ହଜାର ଟଙ୍କା ବ୍ୟୟରେ ୧୩ କିଲୋମିଟର ୩୮ ମିଟର ରାସ୍ତା ନର୍ମାଣ ପାଇଁ ଉଭୟ ମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆସିଲେ ତାହା ଅଂଚଳର ବିକାଶରେ ସହାୟକ ହୋଇ ପାରିବ ବୋଲି ମନ୍ତ୍ରୀ କହିଥିଲେ ।

ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ବ୍ଳକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ତହସିଲଦାର ବିଜୟିତା ସାମନ୍ତ ସିଂହାର, ବିଡିଓ ସ୍ୱାତିଲେଖା ଦାସ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର, ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ବଳରାମ ପ୍ରଧାନ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ହୃଷିକେଶ ବରାଳ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ, ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ବରାଳ, ପୂର୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଧର, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜାତଶତ୍ରୁ ସାହୁ, ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା ଏବଂ ଅନ୍ୟ ଜିଲ୍ଲା ଓ ବ୍ଳକ ସ୍ତରୀୟ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

0
0
0
s2sdefault