ହେଡଲାଇନସ୍:

"ବଢିବ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ରାଶି : ସାମ୍ବାଦିକଙ୍କୁ ପେନ୍ସନ ନେଇ ଆସିବା ନୀତି"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୂଚନା ଦେଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା

ଭୁବନେଶ୍ୱର (ଶାସକ ପ୍ରଶାସକ) : ସାମ୍ବାଦିକଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ | ସମ୍ପ୍ରତ୍ତି ରାଜ୍ୟ ସରକାର ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା କାର୍ଯ୍ୟକାରୀ କରୁଥିବା ବେଳେ ସାମ୍ବାଦିକଙ୍କ ବୀମା ରାଶି ବୃଦ୍ଧି ନେଇ ଚିନ୍ତା କରୁଛନ୍ତି ସରକାର । ଖୁବଶୀଘ୍ର ସାମ୍ବାଦିକଙ୍କୁ ପେନସନ୍ ପ୍ରଦାନ ନେଇ ମଧ୍ୟ ନୀତି ଆସିବ | ଏ ନେଇ ରାଜ୍ୟ ସରକାର ତିନୋଟି କମିଟି ଗଠନ କରିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ । ତୁରନ୍ତ ଏହି କମିଟି ବିଭିନ୍ନ ରାଜ୍ୟକୁ ଗସ୍ତ କରି ରିପୋର୍ଟ ଦେବେ । କମିଟି ରପୋର୍ଟ ଦେବା ପରେ ରାଜ୍ୟ ସରକାର ବିଧିବଦ୍ଧ ନିଷ୍ପତ୍ତି ନେବେ | ସେହିପରି ଖୁବଶୀଘ୍ର ୱେବ ମିଡିଆ ପାଇଁ ସ୍ୱତନ୍ତ୍ର ନୀତି ଆସିବ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି ।
ମାଲକାନଗିରିରେ ସାମ୍ବାଦିକ ଗିରଫ ଘଟଣାରେ ଆଲୋଚନା ଜାରି ରହିଛି ଓ ସାମ୍ବାଦିକମାନେ ନିଶ୍ଚିତ ନ୍ୟାୟ ପାଇବେ । ଏହା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଓୟୁଜେର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ଶ୍ରୀ ମଙ୍ଗରାଜ ସୂଚନା ଦେଇଛନ୍ତି |

0
0
0
s2sdefault