ହେଡଲାଇନସ୍:

ରନ୍ଧନ ଗ୍ୟାସ ଦର ଅହେତୁକ ବୄଦ୍ଧିକୁ ନେଇ ଗର୍ଜ୍ଜିଲା ପଦ୍ମପୁର ବିଜେଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜରାସ୍ତାରେ ପ୍ରତିବାଦ ଓ ବିକ୍ଷୋଭ , ରାଷ୍ଟ୍ରପତିଙ୍କ  ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ।  

ପଦ୍ମପୁର(ଶାସକପ୍ରଶାସକ)- ଦିନକୁ ଦିନ ଅହେତୁକ ଭାବରେ ରନ୍ଧନ ଗ୍ୟାସ ଦର ବଢିବାରେ ଲାଗିଛି । ଯାହାର ସିଧା ସଲଖ ପ୍ରଭାବ ହାଣ୍ଡିଶାଳ ଉପରେ ପଡୁଛି | ଏହା ସହିତ ନିତ୍ୟ ବ୍ୟବହାର ହେଉଥିବା ଖାଦ୍ୟ ସାମଗ୍ରୀର ଦରଦାମ ମଧ୍ୟ ବଢିବାରେ ଲାଗିଛି , ଯାହାର ପ୍ରତିବାଦରେ ବିଜୁ ଜନତା ଦଳ ରାସ ରାସ୍ତାକୁ ଓହ୍ଲାଇଛି | ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପଦ୍ମପୁର ପକ୍ଷରୁ ବିଜୁ ମହିଳା ଜନତା ଦଳ, ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳର ଶତାଧିକ କର୍ମୀ ଏକ ବିଶାଲ ରାଲିରେ ବାହାରି ପଦ୍ମପୁର ବ୍ଲକ କାର୍ଯ୍ୟାଳୟରେ ମହାମହିମ  ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଦ୍ମପୁର ବିଡିଓଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

ଦାବୀ ପତ୍ର ପ୍ରଦାନ ସମୟରେ ଯୁବନେତା ଭୋଜରାଜ ସିଂ ବରିହା, ବରିଷ୍ଠ ନେତା ପ୍ରିତମ ମେହେର, ପରମାନନ୍ଦ ଶାହା,ମନୋରଞ୍ଜନ ପୁରୋହିତ, ସରଜୁ ପଟ୍ଟନାୟକ, ଅଜୁ ପଟ୍ଟନାୟକ,ସୌମ୍ୟ ହୋତା,ଚନ୍ଦନ ଚାନ୍ଦ, ଲୋକନାଥ ମେହେର,ଉମେଶ ସାହୁ, ବିଜୁ ମହିଳା ଜନତା ଦଳର ଏନଏସି ସଭାନେତ୍ରୀ ମନୋରମା ମହାପାତ୍ର, ବ୍ଳକ ସଭାନେତ୍ରୀ ରଜନୀ ସାହୁ ଓ ଭାରତୀ ପଟ୍ଟନାୟକ ଙ୍କ ସମେତ ଶତାଧିକ ବିଜୁ ଛାତ୍ର ଜନତା ଓ ମହିଳା ଦଳର କର୍ମୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault