ହେଡଲାଇନସ୍:

ସାମ୍ବାଦିକଙ୍କୁ ଏସଆଇଙ୍କ ଦୁର୍ବ୍ୟବହାର: କାର୍ଯ୍ୟାନୁଷ୍ଠାନ ଦାବିରେ ସାମ୍ବାଦିକଙ୍କ ଧାରଣା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୟାଗଡ଼(ବିଶ୍ୱଜିତ ନାୟକ) - ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଆଡ଼କଟାରୁ ଶୁକ୍ରବାର ବିପୁଳ ପରିମାଣର ନକଲି ମଦ ଜବତ ହୋଇଥିଲା ।  ମଦ ଦୋକାନରେ ଥିବା ସମସ୍ତ ମଦକୁ ଜବତ କରାଯାଇ ନୟାଗଡ଼ରେ ଥିବା ମୋବାଇଲ ସ୍କ୍ୱାଡ କାର୍ଯ୍ୟାଳୟକୁ ଅଣା ଯାଇଥିଲା । ମଦ ଜବତ ସମ୍ପର୍କରେ ଖବର ସଂଗ୍ରହ ପାଇଁ ନୟାଗଡ଼ର ବରିଷ୍ଠ ସାମ୍ବାଦିକ ବୈଦ୍ୟ ଭୂଷଣ ମହାପାତ୍ର ଏବଂ ଲୋକନାଥ ମିଶ୍ର ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଅବକାରୀ ଅଧିକ୍ଷକ ଦିବ୍ୟ କିଶୋର ଦଣ୍ଡେଲ ଜବତ ମଦ ମୋବାଇଲ ସ୍କ୍ୱାଡ କାର୍ଯ୍ୟାଳୟରେ ତନଖି ଏବଂ ମୁଲ୍ୟାୟନ କରା ଯାଉଥିବା ସୂଚନା ଦେଉଥିଲେ । ଦୁଇ ସାମ୍ବାଦିକ କାର୍ଯ୍ୟାଳୟର ଠିକଣା ନେଇ ସେଠାରେ ପହଞ୍ଚି ଫଟୋ ଏବଂ ଭିଡିଓ ଉତ୍ତୋଳନ କରିବା ସମୟରେ କାର୍ଯ୍ୟରତ ଏସଆଇ ଧନଞ୍ଜୟ ପାତ୍ର ଏବଂ ଅନ୍ୟ ଜଣେ କନେଷ୍ଟବଳ ତରବରିଆ ଭାବେ ମଦ ପେଟି ଭିତରକୁ ଭିଡ଼ି ନେଇ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ । କାର୍ଯ୍ୟାଳୟ ପରିସରରୁ ସାମ୍ବାଦିକ ବୈଦ୍ୟଭୂଷଣଙ୍କୁ ଏସଆଇ ଠେଲି ବାହାର କରି ଦେବା ସହ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ପାଇଁ ଅବକାରୀ ଅଧିକ୍ଷକଙ୍କ ନିକଟରେ ଦାବି କରାଯାଇଥିଲା। ଅବକାରୀ ଅଧିକ୍ଷକ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶୃତି ମଧ୍ୟ  ଦେଇଥିଲେ। ଟାଉନଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ କରିବା ସହ ଆକ୍ରମଣ କରିଥିବା ଏସଆଇଙ୍କୁ ଥାନାକୁ ନେଇ ଅଟକ ରଖିଥିଲେ । ବିଳମ୍ବିତ ରାତିରେ ନୟାଗଡ଼ ପୁଲିସ ଅଭିଯୁକ୍ତ ଏସଆଇଙ୍କୁ ଥାନା ପଛ ଦ୍ୱାର ପଟେ ଛାଡ଼ି ଦେଇଛନ୍ତି।  ଏହାକୁ ନେଇ ସଙ୍ଘ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ଅହୋରାତ୍ର ଧାରଣା ଦିଆ ଯାଇଛି।  ଆଜି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସୂଚନା ମିଳିଛି।

0
0
0
s2sdefault